ମୃତଦେହ ସତ୍କାର ପରେ ମୃତକଙ୍କ ମିଳିଲା ପରିଚୟ ପରେ…
ଅନୁଗୋଳ,୨୫।୯(ମାନସ ବିଶ୍ୱାଳ): ଅଜଣା ବୋଲି ୫ ଦିନ ଧରି ଶବାଗାରରେ ସଂରକ୍ଷିତ ଥିଲା ମୃତଦେହ। କେହି ଦାବିଦାର ନ ଆସିବାରୁ ଶେଷରେ ମଙ୍ଗଳବାର ପୋଲିସ ପକ୍ଷରୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ପୋତାଯାଇଥିଲା। ତେବେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବାର ମାତ୍ର ୨୦ ମିନିଟ୍ ଭିତିରେ ମୃତଦେହର ଦାବିଦାର ମିଳିଯାଇଥିଲେ। ଏଥିସହ ଜଣାପଡ଼ିଯାଇଥିଲା ମୃତକଙ୍କ ପରିଚୟ। ମୃତକ ହେଲେ ଅନୁଗୋଳ ଜିଲା ଆଙ୍କୁଲା ଗ୍ରାମର ପ୍ରଳୟ ଗୋଛାୟତ (୬୫)। ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ […] The post ମୃତଦେହ ସତ୍କାର ପରେ ମୃତକଙ୍କ ମିଳିଲା ପରିଚୟ ପରେ… appeared first on Dharitri Odia News.
ଅନୁଗୋଳ,୨୫।୯(ମାନସ ବିଶ୍ୱାଳ): ଅଜଣା ବୋଲି ୫ ଦିନ ଧରି ଶବାଗାରରେ ସଂରକ୍ଷିତ ଥିଲା ମୃତଦେହ। କେହି ଦାବିଦାର ନ ଆସିବାରୁ ଶେଷରେ ମଙ୍ଗଳବାର ପୋଲିସ ପକ୍ଷରୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହକୁ ପୋତାଯାଇଥିଲା। ତେବେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବାର ମାତ୍ର ୨୦ ମିନିଟ୍ ଭିତିରେ ମୃତଦେହର ଦାବିଦାର ମିଳିଯାଇଥିଲେ। ଏଥିସହ ଜଣାପଡ଼ିଯାଇଥିଲା ମୃତକଙ୍କ ପରିଚୟ। ମୃତକ ହେଲେ ଅନୁଗୋଳ ଜିଲା ଆଙ୍କୁଲା ଗ୍ରାମର ପ୍ରଳୟ ଗୋଛାୟତ (୬୫)।
ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଅନୁଗୋଳ ସହରସ୍ଥିତ ଏକ ନାଳ ପାର୍ଶ୍ୱରେ ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିଚୟ ନ ମିଳିବାରୁ ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ରଖାଯାଇଥିଲା। ସେଠାରେ ୫ ଦିନ ଧରି ରଖାଯିବା ପରେ ମଧ୍ୟ କେହି ଦାବିଦାର ନ ଆସିବାରୁ ଶେଷରେ ପୋଲିସ ‘ଶବର ଶେଷ ସାଥୀ’ ସ୍ବେଚ୍ଛାସେବୀ ଅନୁଷ୍ଠାନର ଚିନ୍ମୟୀ ଦାସ ଓ ସୁଧାକର ସାହୁଙ୍କୁ ମୃତଦେହ ସତ୍କାର ପାଇଁ ଖବର ଦେଇଥିଲା। ସ୍ବେଚ୍ଛାସେବୀମାନେ ମୃତଦେହକୁ ପୋତି ଦେଇଥିଲେ। ହେଲେ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରାଯିବାର ୨୦ ମିନିଟ୍ ଭିତରେ ମୃତକଙ୍କ ପରିଚୟ ମିଳିବା ସହ ଦାବିଦାରମାନେ ଆଗକୁ ଆସିଥିଲେ।
The post ମୃତଦେହ ସତ୍କାର ପରେ ମୃତକଙ୍କ ମିଳିଲା ପରିଚୟ ପରେ… appeared first on Dharitri Odia News.