ବ୍ୟକ୍ତିଙ୍କ ନିଆରା ରେକର୍ଡ, ଶରୀର ଉପରେ ୩୭୬ ଥର ଚଢାଇଲେ ବାଇକ

ନୂଆଦିଲ୍ଲୀ ୦୨।୦୪: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହେଉଛନ୍ତି । ଜଣେ ବ୍ୟକ୍ତିଙ୍କ ଉପରେ ଥରେ କି ଦୁଇ ଥର ନୁହେଁ, ୩୭୬ ଥର ବାଇକ୍‌ ଅତିକ୍ରମ କରିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ତଥାପି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରୟାସ ଜରିଆରେ ସେ ବିଶ୍ୱ ରେକର୍ଡ କରିଛନ୍ତି ।ଏହି ବିଭାଗରେ ସେ ନିଜର ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲଡ୍‌ ରେକର୍ଡସ୍‌ର ଔପଚାରିକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କର ଏହି ଷ୍ଟଣ୍ଟ୍‌ ଭିଡିଓକୁ ଶେୟାର କରାଯାଇଛି । ଭିଡିଓର କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ଜଣେ ବ୍ୟକ୍ତିଙ୍କ ଉପରେ ସର୍ବାଧିକ ଥର ଗତି କରିଥିବା ମୋଟରସାଇକେଲ- ପଣ୍ଡିତ ଧୟଗୁଡେଙ୍କ ଦ୍ୱାରା ୩୭୬ ଥର । ପଣ୍ଡିତ ଏହି ପ୍ରୟାସ ପାଇଁ ନିଜ ପେଟର ଶକ୍ତିକୁ ପ୍ରୟୋଗ କରିଥିଲେ । ପୂର୍ବ ଥର ଶରୀର ଉପର ଦେଇ ୧୨୧ ଥର ମୋଟରସାଇକେଲ ଚଳାଇବାର ରେକର୍ଡକୁ ସେ ଭାଙ୍ଗିଛନ୍ତି ।’ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ଆରମ୍ଭରେ ପଣ୍ଡିତଙ୍କୁ ଭୂମିରେ ଶୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଦୁଇ ପାଶ୍ୱର୍ରେ ର‌୍ୟାମ୍ପ୍‌ ରଖାଯାଇଛି । ସେ ପ୍ରସ୍ତୁତ ହେବା ପରେ ଥର ଥର କରି ବାଇକ୍‌ ଆରୋହୀ ତାଙ୍କ ଉପର ଦେଇ ବାଇକ୍‌ରେ ଅତିକ୍ରମ କଲେ । ଏହି ଦୁଃସାହସିକ ଭିଡିଓଟି ପୋଷ୍ଟ୍‌ ହେବା ପରଠୁ ଲକ୍ଷାଧିକ ୟ

ବ୍ୟକ୍ତିଙ୍କ ନିଆରା ରେକର୍ଡ, ଶରୀର ଉପରେ ୩୭୬ ଥର ଚଢାଇଲେ ବାଇକ

ନୂଆଦିଲ୍ଲୀ ୦୨।୦୪: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହେଉଛନ୍ତି । ଜଣେ ବ୍ୟକ୍ତିଙ୍କ ଉପରେ ଥରେ କି ଦୁଇ ଥର ନୁହେଁ, ୩୭୬ ଥର ବାଇକ୍‌ ଅତିକ୍ରମ କରିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ତଥାପି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ । ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରୟାସ ଜରିଆରେ ସେ ବିଶ୍ୱ ରେକର୍ଡ କରିଛନ୍ତି ।

ଏହି ବିଭାଗରେ ସେ ନିଜର ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲଡ୍‌ ରେକର୍ଡସ୍‌ର ଔପଚାରିକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କର ଏହି ଷ୍ଟଣ୍ଟ୍‌ ଭିଡିଓକୁ ଶେୟାର କରାଯାଇଛି । ଭିଡିଓର କ୍ୟାପ୍‌ସନରେ ଉଲ୍ଲେଖ ହୋଇଛି ‘ଜଣେ ବ୍ୟକ୍ତିଙ୍କ ଉପରେ ସର୍ବାଧିକ ଥର ଗତି କରିଥିବା ମୋଟରସାଇକେଲ- ପଣ୍ଡିତ ଧୟଗୁଡେଙ୍କ ଦ୍ୱାରା ୩୭୬ ଥର । ପଣ୍ଡିତ ଏହି ପ୍ରୟାସ ପାଇଁ ନିଜ ପେଟର ଶକ୍ତିକୁ ପ୍ରୟୋଗ କରିଥିଲେ । ପୂର୍ବ ଥର ଶରୀର ଉପର ଦେଇ ୧୨୧ ଥର ମୋଟରସାଇକେଲ ଚଳାଇବାର ରେକର୍ଡକୁ ସେ ଭାଙ୍ଗିଛନ୍ତି ।’

ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ଆରମ୍ଭରେ ପଣ୍ଡିତଙ୍କୁ ଭୂମିରେ ଶୋଇଥିବା ଦେଖିବାକୁ ମିଳିଛି । ତାଙ୍କ ଦୁଇ ପାଶ୍ୱର୍ରେ ର‌୍ୟାମ୍ପ୍‌ ରଖାଯାଇଛି । ସେ ପ୍ରସ୍ତୁତ ହେବା ପରେ ଥର ଥର କରି ବାଇକ୍‌ ଆରୋହୀ ତାଙ୍କ ଉପର ଦେଇ ବାଇକ୍‌ରେ ଅତିକ୍ରମ କଲେ । ଏହି ଦୁଃସାହସିକ ଭିଡିଓଟି ପୋଷ୍ଟ୍‌ ହେବା ପରଠୁ ଲକ୍ଷାଧିକ ୟୁଜର ଦେଖିସାରିଲେଣି । ପାଖାପାଖି ୧ ଲକ୍ଷ ୟୁଜର ଏହାକୁ ଲାଇକ୍‌ କରିଛନ୍ତି ।