ATM On Train, ଚଳନ୍ତା ଟ୍ରେନ୍‌ରେ ମିଳିବ ଏଟିଏମ୍ ସୁବିଧା: ଟଙ୍କା ପାଇଁ ଆଉ ଷ୍ଟେସନ୍‌ରେ ଓହ୍ଲାଇବାକୁ ପଡ଼ିବନି

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ରେଳରେ ଯାତ୍ରା କରନ୍ତି। କିନ୍ତୁ ଚୋରି ହୋଇଯିବା ଭୟରେ ଲୋକମାନେ ସାଂଗରେ ଟଙ୍କା ନେଇ ଯାତ୍ରା କରିବାକୁ ପଛଘୁଞ୍ଚା ଦିଅନ୍ତି। ହେଲେ କୌଣସି କାରଣରୁ ଯେତେବେଳେ ୟୁପିଆଇ ଚାଲେ ନାହିଁ ସେତେବେଳେ କ୍ୟାସ୍‌ର ଆବଶ୍ୟକତା ପଡ଼ିଥାଏ। ଆଉ ଏଥିପାଇଁ ଲୋକେ ନାନା ହଇରାଣ ହରକତ ହୁଅନ୍ତି। ହେଲେ ଆଗକୁ ଆଉ ଏପରି ସମସ୍ୟା ହେବ ନାହିଁ। ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଏକ ବହୁତ ଭଲ ପଦକ୍ଷେପ ନେଇଛି। ଯଦି ଆପଣଙ୍କୁ ଟ୍ରେନ ମଝିରେ ଟଙ୍କା ଦରକାର ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଆପଣ ଚଳନ୍ତା ଟ୍ରେନରେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ। କାରଣ ଟ୍ରେନ୍‌ରେ ଖୁବ୍‌ଶୀଘ୍ର ଏଟିଏମ୍‌ ସୁବିଧା ମିଳିବାକୁ ଯାଉଛି। ଏହାର ପରୀକ୍ଷଣ ସଫଳ ବି ହୋଇଛି। ପ୍ରଥମ ଥର ଦେଶରେ ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ ଲଗାଯିବ। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ନାସିକର ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସର ଏସି କୋଚରେ ଏହି ଖାସ୍‌ ସୁବିଧା ଆରମ୍ଭ ହୋଇଛି।ପଢନ୍ତୁ- ଲାଭର ଲୋଭରେ ଜନତାଙ୍କୁ ଭୁଲି ଗଲେ କି ତୈଳ କମ୍ପାନୀ ? ୫ ବର୍ଷ ହେଲା ଲାଭ ଖାଉଛନ୍ତି, ହେଲେ କମୁନି ତେଲ ଦରଭୁସାଭଲ ଡିଆରଏମଙ୍କ କହିବା ଅନୁଯାୟୀ, ଏହି ସ୍ୱତନ୍ତ୍ର ସୁବିଧାର ପ୍ରାରମ୍ଭିକ ଫଳାଫଳ ଭଲ ରହିଛି। ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ। ମେସିନର କାର୍ଯ୍ୟଦ

ATM On Train, ଚଳନ୍ତା ଟ୍ରେନ୍‌ରେ ମିଳିବ ଏଟିଏମ୍ ସୁବିଧା: ଟଙ୍କା ପାଇଁ ଆଉ ଷ୍ଟେସନ୍‌ରେ ଓହ୍ଲାଇବାକୁ ପଡ଼ିବନି

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ରେଳରେ ଯାତ୍ରା କରନ୍ତି। କିନ୍ତୁ ଚୋରି ହୋଇଯିବା ଭୟରେ ଲୋକମାନେ ସାଂଗରେ ଟଙ୍କା ନେଇ ଯାତ୍ରା କରିବାକୁ ପଛଘୁଞ୍ଚା ଦିଅନ୍ତି। ହେଲେ କୌଣସି କାରଣରୁ ଯେତେବେଳେ ୟୁପିଆଇ ଚାଲେ ନାହିଁ ସେତେବେଳେ କ୍ୟାସ୍‌ର ଆବଶ୍ୟକତା ପଡ଼ିଥାଏ। ଆଉ ଏଥିପାଇଁ ଲୋକେ ନାନା ହଇରାଣ ହରକତ ହୁଅନ୍ତି। ହେଲେ ଆଗକୁ ଆଉ ଏପରି ସମସ୍ୟା ହେବ ନାହିଁ। 

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଏକ ବହୁତ ଭଲ ପଦକ୍ଷେପ ନେଇଛି। ଯଦି ଆପଣଙ୍କୁ ଟ୍ରେନ ମଝିରେ ଟଙ୍କା ଦରକାର ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଆପଣ ଚଳନ୍ତା ଟ୍ରେନରେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ। କାରଣ ଟ୍ରେନ୍‌ରେ ଖୁବ୍‌ଶୀଘ୍ର ଏଟିଏମ୍‌ ସୁବିଧା ମିଳିବାକୁ ଯାଉଛି। ଏହାର ପରୀକ୍ଷଣ ସଫଳ ବି ହୋଇଛି। ପ୍ରଥମ ଥର ଦେଶରେ ଚଳନ୍ତା ଟ୍ରେନ୍‌ରେ ଏଟିଏମ୍‌ ଲଗାଯିବ। ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ନାସିକର ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସର ଏସି କୋଚରେ ଏହି ଖାସ୍‌ ସୁବିଧା ଆରମ୍ଭ ହୋଇଛି।

ପଢନ୍ତୁ- ଲାଭର ଲୋଭରେ ଜନତାଙ୍କୁ ଭୁଲି ଗଲେ କି ତୈଳ କମ୍ପାନୀ ? ୫ ବର୍ଷ ହେଲା ଲାଭ ଖାଉଛନ୍ତି, ହେଲେ କମୁନି ତେଲ ଦର

ଭୁସାଭଲ ଡିଆରଏମଙ୍କ କହିବା ଅନୁଯାୟୀ, ଏହି ସ୍ୱତନ୍ତ୍ର ସୁବିଧାର ପ୍ରାରମ୍ଭିକ ଫଳାଫଳ ଭଲ ରହିଛି। ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ। ମେସିନର କାର୍ଯ୍ୟଦକ୍ଷତା ନିରନ୍ତର ତଦାରଖ କରାଯିବ, କାରଣ ଅନେକ ସ୍ଥାନରେ ଯେଉଁଠାରେ ନେଟୱାର୍କ ସମସ୍ୟା ଅଛି, ସେଠାରେ ଟଙ୍କା ଉଠାଇବାରେ କିଛି ଅସୁବିଧା ହେଉଛି। ଟ୍ରେନ୍‌ରେ ଲାଗିଥିବା ଏଟିଏମ୍‌ଟି ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏଟିଏମ୍। ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟରେ ସହଭାଗୀତା ଅଧୀନରେ ଟ୍ରେନରେ ଏଟିଏମ୍ ସୁବିଧା ଆରମ୍ଭ ହୋଇଛି।



ପଞ୍ଚବଟୀ ଏକ୍ସପ୍ରେସର ରେକ୍ ୧୨୦୭୧ ମୁମ୍ବାଇ - ହିଙ୍ଗୋଲି ଜନ ଶତାବ୍ଦୀ ଏକ୍ସପ୍ରେସ ସହିତ ଶେୟାର କରାଯାଇଛି। ତେଣୁ ଏହି ଟ୍ରେନଟି ଏବେ ନାସିକ ଏବଂ ମନମାଡରୁ ହିଙ୍ଗୋଲି ଯାତ୍ରା କରୁଥିବା ଦୂରଗାମୀ ଯାତ୍ରୀମାନଙ୍କ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ। ଉଭୟ ଟ୍ରେନ ପାଇଁ ତିନୋଟି ରେକ୍ ବାଣ୍ଟି ଦିଆଯାଇଛି। 

ଏନେଇ ରେଳବାଇ ଅଧିକାରୀ କହିଛନ୍ତି ଯେ ଯଦି ଯାତ୍ରୀମାନଙ୍କଠାରୁ ଅନ୍-ବୋର୍ଡ ଏଟିଏମ୍ ସେବାକୁ ଭଲ ପ୍ରତିକ୍ରିୟା ମିଳେ, ତେବେ ଏହାକୁ ଦେଶର ଅନ୍ୟ ପ୍ରମୁଖ ଟ୍ରେନଗୁଡ଼ିକରେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରିବ। ଯାତ୍ରୀମାନେ ଏହା ଦ୍ୱାରା ସିଧାସଳଖ ଲାଭବାନ ହେବେ। ଯାତ୍ରୀଙ୍କୁ ଟଙ୍କା ଉଠାଇବା ପାଇଁ ଏବେ କୌଣସି ଷ୍ଟେସନରେ ଅଟକିବାକୁ ପଡିବ ନାହିଁ। ସେମାନେ ଯାତ୍ରା ସମୟରେ ଟ୍ରେନରେ ATM ରୁ ଟଙ୍କା ଉଠାଇପାରିବେ, ଯାହା ସେମାନଙ୍କର ଯାତ୍ରାକୁ ଆହୁରି ସୁବିଧାଜନକ କରିବ।

ପଢନ୍ତୁ- ନୂଆ ରେକର୍ଡ କଲା ସୁନା, ପ୍ରଥମ ଥର ୯୬ ହଜାର ପାର୍, ତାଳ ଦେଇ ବଢୁଛି ରୁପା ମୂଲ୍ୟ