ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣତି: ବିଗୁଡ଼ୁଛି ଏସିଆ ଅର୍ଥନୀତି, ୨୦୭୦ ସୁଦ୍ଧା ଏମିତି ହେବ ଭାରତର ଅବସ୍ଥା
ନୂଆଦିଲ୍ଲୀ: ଆଗକୁ ଭୟଙ୍କର ପରିସ୍ଥିତି। ହେଲେ ଏଥିପ୍ରତି କାହାରି ନିଘା ନାହିଁ। ବାରୁଦ ଗନ୍ଧରେ ଅକ୍ତାମାକ୍ତ ପୃଥିବୀ। କଳା ଧୂଆଁରେ ବୁଡ଼ିଯାଉଛି ଆକାଶ। ସ୍ଥିତି ଏମିତି ହେଲାଣି ଆଗକୁ ସବୁ ଛାର୍ଖାର୍। ସବୁ ଦେଶ ନିଜ ନିଜର ପତିଆରା ଦେଖାଇବାରେ ବ୍ୟସ୍ତ। ଅଧିକ ବଳଶାଳୀ ଓ ଶକ୍ତିଶାଳୀ ହେବା ଚକ୍କରରେ ଯେଉଁ ପୃଥିବୀରେ ରହୁଛନ୍ତି ସେହି ପୃଥିବୀକୁ ନଷ୍ଟ କରି ଚାଲିଛନ୍ତି। ହେଲେ ଏହି ତୁଚ୍ଛ ମଣିଷ ଯେଉଁ ବଢିଆଣ ଦେଖାଉଛି, ସିଏ ଜାଣି ରଖିବା ଦରକାର ଯେ ପ୍ରକୃତିର ଆଗରେ କେହି ବଳିଆର ନୁହେଁ। ବିନାଶ ଯେବେ ଆସିବ ସବୁ ପତିଆରା ପୋଛି ନେଇଯିବ। ଆଉ ବେଶି ଡେରି ନୁହେଁ, ଖୁବ୍ଶୀଘ୍ର ଦୁନିଆ ଦେଖିବ ଭୟଙ୍କର ପ୍ରାକୃତିକ ତାଣ୍ଡବ। ବନ୍ୟା, ବାତ୍ୟା ଓ ଭୂସ୍ଖଳନରେ ଏସିଆର ଅବସ୍ଥା ଶୋଚନୀୟ ହୋଇପଡ଼ିବ। ତେଣୁ ବଳ ଥାଉଁ ସତର୍କ ନହେଲେ ସବୁ ସରିଲା। ଏଭଳି ଚେତାବନୀ ଦେଇଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ। ବର୍ତ୍ତମାନ ହେଉଥିବା ଉତ୍କଟ ପ୍ରଦୂଷଣ ଯୋଗୁ ଜଳବାୟୁରେ ଭୟଙ୍କର ପରିସ୍ଥିତି ଦେଖା ଦେବ। ପ୍ରଦୂଷଣ ଯୋଗୁ ୨୦୭୦ ବେଳକୁ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦ ବା ଜିଡିପିରେ ୧୬.୯ ପ୍ରତିଶତ କ୍ଷତି ହେବ। ଏହି ପ୍ରଦୂଷଣ ପାଇଁ କେବଳ ଭାରତର ଜିଡିପିରେ ୨୪.୭ ପ୍ରତିଶତ କ୍ଷତି ହେବ। କେବଳ ସେତିକି ନୁହେଁ, ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ସହିତ ଶ୍ରମ ଉତ୍ପାଦନ କମିବ। ଆଉ ସର୍ବନିମ୍ନ ଆୟ ଦେଶର ଅର୍ଥନୀତିକୁ ଦୁର୍ବଳ
ନୂଆଦିଲ୍ଲୀ: ଆଗକୁ ଭୟଙ୍କର ପରିସ୍ଥିତି। ହେଲେ ଏଥିପ୍ରତି କାହାରି ନିଘା ନାହିଁ। ବାରୁଦ ଗନ୍ଧରେ ଅକ୍ତାମାକ୍ତ ପୃଥିବୀ। କଳା ଧୂଆଁରେ ବୁଡ଼ିଯାଉଛି ଆକାଶ। ସ୍ଥିତି ଏମିତି ହେଲାଣି ଆଗକୁ ସବୁ ଛାର୍ଖାର୍। ସବୁ ଦେଶ ନିଜ ନିଜର ପତିଆରା ଦେଖାଇବାରେ ବ୍ୟସ୍ତ। ଅଧିକ ବଳଶାଳୀ ଓ ଶକ୍ତିଶାଳୀ ହେବା ଚକ୍କରରେ ଯେଉଁ ପୃଥିବୀରେ ରହୁଛନ୍ତି ସେହି ପୃଥିବୀକୁ ନଷ୍ଟ କରି ଚାଲିଛନ୍ତି। ହେଲେ ଏହି ତୁଚ୍ଛ ମଣିଷ ଯେଉଁ ବଢିଆଣ ଦେଖାଉଛି, ସିଏ ଜାଣି ରଖିବା ଦରକାର ଯେ ପ୍ରକୃତିର ଆଗରେ କେହି ବଳିଆର ନୁହେଁ। ବିନାଶ ଯେବେ ଆସିବ ସବୁ ପତିଆରା ପୋଛି ନେଇଯିବ। ଆଉ ବେଶି ଡେରି ନୁହେଁ, ଖୁବ୍ଶୀଘ୍ର ଦୁନିଆ ଦେଖିବ ଭୟଙ୍କର ପ୍ରାକୃତିକ ତାଣ୍ଡବ। ବନ୍ୟା, ବାତ୍ୟା ଓ ଭୂସ୍ଖଳନରେ ଏସିଆର ଅବସ୍ଥା ଶୋଚନୀୟ ହୋଇପଡ଼ିବ। ତେଣୁ ବଳ ଥାଉଁ ସତର୍କ ନହେଲେ ସବୁ ସରିଲା। ଏଭଳି ଚେତାବନୀ ଦେଇଛି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ।
ବର୍ତ୍ତମାନ ହେଉଥିବା ଉତ୍କଟ ପ୍ରଦୂଷଣ ଯୋଗୁ ଜଳବାୟୁରେ ଭୟଙ୍କର ପରିସ୍ଥିତି ଦେଖା ଦେବ। ପ୍ରଦୂଷଣ ଯୋଗୁ ୨୦୭୦ ବେଳକୁ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦ ବା ଜିଡିପିରେ ୧୬.୯ ପ୍ରତିଶତ କ୍ଷତି ହେବ। ଏହି ପ୍ରଦୂଷଣ ପାଇଁ କେବଳ ଭାରତର ଜିଡିପିରେ ୨୪.୭ ପ୍ରତିଶତ କ୍ଷତି ହେବ।
କେବଳ ସେତିକି ନୁହେଁ, ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ସହିତ ଶ୍ରମ ଉତ୍ପାଦନ କମିବ। ଆଉ ସର୍ବନିମ୍ନ ଆୟ ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ସହିତ ବଡ଼ କ୍ଷତି ପହଞ୍ଚାଇବ। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ବା ଏଡିବିର ‘ଏସିଆ ପ୍ରଶାନ୍ତ ମହାସାଗରୀୟ ଜଳବାୟୁ ରିପୋର୍ଟ’ରେ ଏହି ସୂଚନା ଦିଆଯାଇଛି। ଏଥିରେ ଏହି ଅଞ୍ଚଳକୁ କ୍ଷତି ପହଞ୍ଚାଇବାକୁ ଥିବା ଏକାଧିକ ସାମ୍ଭାବ୍ୟ ବିପଦଗୁଡ଼ିକର ବିଷୟରେ ବିବରଣୀ ଦିଆଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ଏହି ଅଞ୍ଚଳରେ ଜଳବାୟୁ ସମସ୍ୟା ଏହିଭଳି ନିୟମିତ ଭାବେ ବଢି ଚାଲିଲା, ଉପକୂଳବର୍ତ୍ତି ଏରିଆଗୁଡ଼ିକରେ ସମୁଦ୍ର କୃତ ବନ୍ୟାରେ ୩୦୦ ମିଲିଅନ ଲୋକ ପ୍ରଭାବିତ ହେବେ। ୨୦୭୦ ବେଳକୁ ପ୍ରତିବର୍ଷ ଲକ୍ଷ ଲକ୍ଷ କୋଟି ଟଙ୍କାର ସମୁଦ୍ର ଚଟବର୍ତ୍ତି ସମ୍ପତ୍ତି ନଷ୍ଟ ହେବ। ଏଡିପି ଅଧ୍ୟକ୍ଷ ମାସାତ୍ସୁଗୁ ଆସାକାୱ କହିଛନ୍ତି “ଜଳବାୟୁ ପରିବର୍ତ୍ତନ ଭୟଙ୍କର ବିନାଶ ଡାକି ଆଣିବ। ଏଥିରେ ଘୂର୍ଣ୍ଣିଝଡ଼, ଗ୍ରୀଷ୍ମ ପ୍ରବାହ ଏବଂ ଏହି ଅଞ୍ଚଳଗୁଡ଼ିକର ବାତ୍ୟା ପରିସ୍ଥିତି ସୃଷ୍ଟି କରିବ। ଏଥିରେ ଅର୍ଥନୈତିକ ଆହ୍ୱାନ ସୃଷ୍ଟି ହେବା ସହିତ ଲୋକମାନେ ବି ପ୍ରଭାବିତ ହେବେ।”
ଏସିଆ ମହାଦେଶର ନାଗିରକଙ୍କ ପାଇଁ ସତର୍କବାଣୀ ଶୁଣାଇ ଆସାକାୱା କହିଛନ୍ତି ଏମିତିରେ ବହୁତ ଲେଟ୍ ହୋଇଗଲାଣି। ଆଉ ବେଶି ସମୟ ନାହିଁ। ତୁରନ୍ତ ଏହି ଅଞ୍ଚଳଗୁଡ଼ିକରେ ଜଳବାୟୁ ସମସ୍ୟାର ସମାଧାନ ଦିଗରେ କାମ କରିବାକୁ ହେବ। ନହେଲେ ଅକାଳରେ ବିନାଶ ଥୟ। ତେଣୁ ଜଳବାୟୁ ସମ୍ପର୍କିତ ଏହି ରିପୋର୍ଟ ତୁରନ୍ତ ଏହି ଅଞ୍ଚଳରେ ଅନୁକୁଳ ପରିସ୍ଥିତି ପାଇଁ ଆବଶ୍ୟକୀୟ ପଲିସି ଓ ଆର୍ଥିକ ସହଯୋଗର ଆବଶ୍ୟକତା ରହିଛି ବୋଲି ଦର୍ସାଇଛି। କିଭଳି ସ୍ୱଳ୍ପ ଖର୍ଚ୍ଚରେ ବିକାଶଶୀଳ ଦେଶଗୁଡ଼ିକ ଗ୍ରୀନ ହାଉସ୍ ନିର୍ଗମନ କମ କରିପାରିବେ ସେନେଇ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି ବୋଲି ଏଡିପି ଅଧ୍ୟକ୍ଷ କହିଛନ୍ତି।
ଏସିଆ ଓ ପ୍ରଶାନ୍ତ ମହାସଗରୀୟ ଅଞ୍ଚଳର ଥିବା ଦେଶଗୁଡ଼ିକ ମଧ୍ୟରୁ କିଛି ଦେଶ ୨୦୭୦ ବେଳକୁ ୨୦ ପ୍ରତିଶତରୁ ଅଧିକ ଜିଡିପି କ୍ଷତି ସହିବେ। ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ କେଉଁ ଦେଶରେ କେତେ ଜିଡିପି କ୍ଷତି ହେବାର ଆଶଙ୍କା ରହିଛି ଜାଣନ୍ତୁ। ବାଂଲାଦେଶରେ ୩୦.୫ ପ୍ରତିଶତ, ଭାରତ ୨୪.୭ ପ୍ରତିଶତ, ଦକ୍ଷିଣ ଏସିଆ ଅଞ୍ଚଳରେ ୨୩.୪ ପ୍ରତିଶତ, ଉଚ୍ଚ ଆୟ ଥିବ ଦକ୍ଷିଣ ଏସିଆ ଅଞ୍ଚଳକୁ ୨୨ ପ୍ରତିଶତ, ପାକିସ୍ତାନ ୨୧.୧ ପ୍ରତିଶତ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୧୮.୬ ପ୍ରତିଶତ ଏବଂ ଫିଲିପିନ୍ସରେ ୧୮.୧ ପ୍ରତିଶତ ଡିଜିପି କ୍ଷତି ହେବ। ତାସହିତ ଭିଏତନାମ ଓ ଇଣ୍ଡୋନେସିଆ ମଧ୍ୟ କ୍ଷତିଗ୍ରସ୍ତ ହେବେ।
ରିପୋର୍ଟେରେ ଆହୁରି କୁହାଯାଇଛି ଯେ ୨୦୦୦ ମସିହାରୁ ବିଶ୍ୱ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନ ବୃଦ୍ଧିରେ ଏସିଆର ବିକାଶଶୀଳ ଦେଶ ଗୁଡ଼ିକର ଭୂମିକା ଅଧିକ ରହିଛି। ଯଦିଓ ବିଂଶ ଶତାବ୍ଦୀରେ ଗ୍ରୀନ ହାଉସ ଗ୍ୟାସ୍ ନିର୍ଗମନରେ ଉନ୍ନତ ଅର୍ଥନୀତିର ଦେଶଗୁଡ଼ିକର ଭୂମିକା ଅଧିକ ଥିଲା। ହେଲେ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ବିକାଶଶୀଳ ଏସିଆର ଗ୍ୟାସ୍ ନିର୍ଗମନ ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳରେ ୨୦୦୦ ମସିହାରେ ବିଶ୍ୱ ଗ୍ରୀନ ହାଉସ ନିର୍ଗମନରେ ଏସିଆ ଦେଶଗୁଡ଼ିକର ଭୂମିକା ୨୯.୪ ପ୍ରତିଶତରୁ ବଢ଼ି ୨୦୨୧ରେ ୪୫.୯ ପ୍ରତିଶତକୁ ବୃଦ୍ଧି ପାଇଛି।
ବିକାଶଶୀଳ ଏସିଆରୁ ଗ୍ରୀନ ହାଉସ ଗ୍ୟାସ୍ ନିର୍ଗମନ ନିୟମିତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କେବଳ ଚୀନ ୩୦ ପ୍ରତିଶତ ଗ୍ରୀନ ହାଉସ ଗ୍ୟାସ ନିର୍ଗତ କରୁଛି ବୋଲି ଏଡିବି କହିଛି। ଏସିଆ ଓ ପ୍ରଶାନ୍ତ ମହାସଗରୀୟ ଅଞ୍ଚଳରେ ବିଶ୍ୱର ୬୦ ପ୍ରତିଶତ ଜନସଂଖ୍ୟା ବାସ କରୁଛନ୍ତି। ତଥାପି ଜନସଂଖ୍ୟା ଦୃଷ୍ଟିରୁ ମୁଣ୍ଡପିଛା ନିର୍ଗମନ ବିଶ୍ୱ ହାରାହାରି ଠାରୁ କମ୍ ରହିଛି। ତେବେ ଏହି ଅଞ୍ଚଳରେ ଅଲଗା ଅଲଗା ପରିମାଣରେ ବର୍ଷା ଓ ଭୟଙ୍କର ଘୂର୍ଣ୍ଣିଝଡ଼ ଯୋଗୁ ଭୂସ୍ଖଳନ ଓ ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି।
ଏନେଇ ରିପୋର୍ଟରେ କୁହାଯାଇଛି “ଏହି ଏରିଆଗୁଡ଼ିରେ ଅଧିକାଂସ ପାର୍ବତ୍ୟାଞ୍ଚଳ ଓ ଖାଲଖମାରେ ଭର୍ତ୍ତି ହୋଇଛି। ଯଥା ଭାରତ ଓ ଚୀନର ବର୍ଡର ଏରିଆ। ଯେଉଁଠାରେ ବିଶ୍ୱ ତାପମାତ୍ରା ୪.୭ ଡିଗ୍ରୀ ସେଲ୍ସିୟସ ରହିଲେ ଭୂସ୍ଖଳନ ୩୦ ପ୍ରତିଶତରୁ ୭୦ ପ୍ରତିଶତକୁ ବୃଦ୍ଧି ପାଇପାରେ।” ତଳୁଆ ଅଞ୍ଚଳକୁ ବାଲାନ୍ସ କରୁଥିବା ବନାଞ୍ଚଳରେ କମ ହେବା କାରଣରୁ ପରିଣାମ ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ଏଥିରେ ନୂଆ ଜଳବାୟୁ ହେଉଥିବା ବିନାଶକୁ ବୃକ୍ଷରାଜି ମୁକାବିଲା କରି ନପାରି ମରିଯିବ।
ଜଳବାୟୁ ପରିବର୍ତ୍ତନ ପ୍ରମୁଖ ମଡେଲ୍ରୁ ଏହା ଜଣାପଡ଼ୁଛି ଯେ ୨୦୭୦ ସୁଦ୍ଧା ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବାର୍ଷିକ ବନ୍ୟା ପରିସ୍ଥିତିରୁ ଲକ୍ଷାଧିକ ଡଲାର କ୍ଷତି ହୋଇପାରେ। ଆର୍ଥିକ ଅଭିବୃଦ୍ଧି ଅନୁଯାୟୀ ୨୦୭୦ ସୁଦ୍ଧା ବାର୍ଷିକ କ୍ଷତି ୧.୭୦ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ। ସେହିପରି ବାର୍ଷିକ ୧୧୦ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ ହୋଇପାରନ୍ତି। ଭାରତରେ ସର୍ବାଧିକ କ୍ଷତି ହେବ। ଘରବାଡ଼ି ଅଧିକ ନଷ୍ଟ ହୋଇପାରେ। ଶ୍ରମ ଉତ୍ପାଦକର ହ୍ରାସ କାରଣରୁ ୨୦୭୦ ବେଳକୁ ଏହି ଅଞ୍ଚଳରେ ଜିଡିପି ୪.୯ ପ୍ରତିଶତ କ୍ଷତି ହେବାର ଅଶଙ୍କା ରହିଛି। ସେହିପରି ଶ୍ରମ ବଳ କମ ହେବାରୁ ଦକ୍ଷିଣ ଏସିଆରେ ୧୧.୯ ପ୍ରତିଶତ, ଭାରତରେ ୧୧.୬ ପ୍ରତିଶତ, ପାକିସ୍ତାନରେ ୧୦. ୪ ପ୍ରତିଶତ ଏବଂ ଭିଏତନାମରେ ୮.୫ ପ୍ରତିଶତ ଜିଡିପି କ୍ଷତି ହେବ।
ଉତ୍କଟ ଗ୍ରୀନ ହାଉସ ଗ୍ୟାସ୍ ନିର୍ଗମନ ପରିସ୍ଥିତିରେ ବନ୍ୟା ପାଇଁ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ୨୦୭୦ ବେଳକୁ ଜିଡିପି କ୍ଷତି ୨.୨ ପ୍ରତିଶତ ହେବ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା ପ୍ରଭାବିତ ଦେଶଗୁଡିକ ସର୍ବାଧିକ କ୍ଷତି ସହୁଛନ୍ତି। ଏଥିରେ ବାଂଲାଦେଶ ୮.୨ ପ୍ରତିଶ, ବାକି ଦକ୍ଷିଣ ପୂର୍ବ ଏସିଆ ୬.୬ ପ୍ରତିଶତ, ଏବଂ ଭିଏତନାମର ୬.୫ ପ୍ରତିଶତ ଜିଡିପି ଲସ୍ ହେଉଛି। ସେହିପରି ଇଣ୍ଡୋନେସିଆ ଓ ଭାରତ ପ୍ରତ୍ୟେକ ଜିଡିପିରେ ପ୍ରାୟ ୪ ପ୍ରତିଶତ କ୍ଷତି ସହୁଛନ୍ତି।