ବାଇଡେନ୍ଙ୍କୁ ମୋଦି ଗିଫ୍ଟ କଲେ ଚାନ୍ଦି ଟ୍ରେନ୍, ଆମେରିକାର ଫାର୍ଷ୍ଟ ଲେଡିଙ୍କୁ ଦେଲେ ପଶମିନା ସାଲ୍
ଓ୍ୱାଶିଂଟନ ୨୩/୦୯: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପତ୍ନୀ ତଥା ଆମେରିକାର ଫାର୍ଷ୍ଟ ଲେଡି ଜିଲ୍ ବାଇଡେନ୍ଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ବାଇଡେନ୍ଙ୍କୁ ଏକ ଚାନ୍ଦି ଟ୍ରେନ୍ ସିଲଭର ହ୍ୟାଣ୍ଡ୍-ଏନ୍ଗ୍ରେଭ୍ଡ ଟ୍ରେନ୍ ଗିଫ୍ଟ କରିଛନ୍ତି । ଏହା ଉପରେ ‘ଦିଲ୍ଲୀ-ଡେଲାୱେର’ ଲେଖା ଯାଇଛି, ଯାହା କି ଭାରତ ଏବଂ ଆମେରିକାର ସମ୍ପର୍କକୁ ପ୍ରତିଫଳିତ କରେ । ଇଞ୍ଜିନ ପାଖରେ ‘ଇଣ୍ଡିଆନ୍ ରେଲୱେଜ୍’କୁ ହିନ୍ଦୀ ଏବଂ ଇଂରାଜୀରେ ଲେଖାଯାଇଛି । ଏହା ଭାରତର ଶିଳ୍ପକଳାକୁ ପ୍ରଦର୍ଶନ କରୁଥିବାରୁ ବେଶ୍ ସ୍ୱତନ୍ତ୍ର । ମହାରାଷ୍ଟ୍ରର କୁଶଳ କାରିଗରଙ୍କ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ଭାବେ ଜମ୍ମୁ-କାଶ୍ମୀରରେ ବ୍ୟବହାର କରାଯାଉଥିବା ପଶମିନା ଶାଲ୍କୁ ବାଇଡେନ୍ଙ୍କ ପତ୍ନୀ ଜିଲ୍ ବାଇଡେନ୍ଙ୍କ ପାଇଁ ଉପହାର ଦେଇଛନ୍ତି । ଏହାକୁ ବେଶ୍ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ପଶମିନା ଶାଲ ପେପର ମାଚେ ବକ୍ସରେ ରାପିଂ କରାଯାଇଥିଲା । ଅସାଧାରଣ ଗୁଣବତ୍ତା ଏବଂ ସୁନ୍ଦରତା ପାଇଁ ପଶମିନା ଶାଲ ବେଶ୍ ପ୍ରସିଦ୍ଧ ।
ଓ୍ୱାଶିଂଟନ ୨୩/୦୯: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପତ୍ନୀ ତଥା ଆମେରିକାର ଫାର୍ଷ୍ଟ ଲେଡି ଜିଲ୍ ବାଇଡେନ୍ଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ବାଇଡେନ୍ଙ୍କୁ ଏକ ଚାନ୍ଦି ଟ୍ରେନ୍ ସିଲଭର ହ୍ୟାଣ୍ଡ୍-ଏନ୍ଗ୍ରେଭ୍ଡ ଟ୍ରେନ୍ ଗିଫ୍ଟ କରିଛନ୍ତି ।
ଏହା ଉପରେ ‘ଦିଲ୍ଲୀ-ଡେଲାୱେର’ ଲେଖା ଯାଇଛି, ଯାହା କି ଭାରତ ଏବଂ ଆମେରିକାର ସମ୍ପର୍କକୁ ପ୍ରତିଫଳିତ କରେ । ଇଞ୍ଜିନ ପାଖରେ ‘ଇଣ୍ଡିଆନ୍ ରେଲୱେଜ୍’କୁ ହିନ୍ଦୀ ଏବଂ ଇଂରାଜୀରେ ଲେଖାଯାଇଛି । ଏହା ଭାରତର ଶିଳ୍ପକଳାକୁ ପ୍ରଦର୍ଶନ କରୁଥିବାରୁ ବେଶ୍ ସ୍ୱତନ୍ତ୍ର । ମହାରାଷ୍ଟ୍ରର କୁଶଳ କାରିଗରଙ୍କ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି ।
ଏଥିସହ ପ୍ରଧାନମନ୍ତ୍ରୀ ମୋଦି ସାଂସ୍କୃତିକ ଭାବେ ଜମ୍ମୁ-କାଶ୍ମୀରରେ ବ୍ୟବହାର କରାଯାଉଥିବା ପଶମିନା ଶାଲ୍କୁ ବାଇଡେନ୍ଙ୍କ ପତ୍ନୀ ଜିଲ୍ ବାଇଡେନ୍ଙ୍କ ପାଇଁ ଉପହାର ଦେଇଛନ୍ତି । ଏହାକୁ ବେଶ୍ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ପଶମିନା ଶାଲ ପେପର ମାଚେ ବକ୍ସରେ ରାପିଂ କରାଯାଇଥିଲା । ଅସାଧାରଣ ଗୁଣବତ୍ତା ଏବଂ ସୁନ୍ଦରତା ପାଇଁ ପଶମିନା ଶାଲ ବେଶ୍ ପ୍ରସିଦ୍ଧ ।