ରାଜ୍ୟସଭାରେ ଉଠାଇବି ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ମାନ୍ୟତା ଦାବି: ଦେବାଶିଷ ସାମନ୍ତରାୟ

କଟକ: ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା। ଦେଶ ବିଦେଶରେ ଅନେକ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି ଏହି ମେଳାରେ । ଏମିତିରେ ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ବାଲିଯାତ୍ରା ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ସାଂସଦ ଦେବାଶିଷ କହିଛନ୍ତି ‘ବାଲିଯାତ୍ରାର କଳେବର ବୃଦ୍ଧି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି। ନବୀନ ତାଙ୍କ କାର୍ଯ୍ୟକାଳ ଭିତରେ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା କହିଛନ୍ତି ଦେବାଶିଷ ସାମନ୍ତରାୟ।

ରାଜ୍ୟସଭାରେ ଉଠାଇବି ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ମାନ୍ୟତା ଦାବି: ଦେବାଶିଷ ସାମନ୍ତରାୟ

କଟକ: ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା। ଦେଶ ବିଦେଶରେ ଅନେକ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି ଏହି ମେଳାରେ । ଏମିତିରେ ବାଲିଯାତ୍ରାକୁ ଜାତୀୟ ଓ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । 

ବାଲିଯାତ୍ରା ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ସାଂସଦ ଦେବାଶିଷ କହିଛନ୍ତି ‘ବାଲିଯାତ୍ରାର କଳେବର ବୃଦ୍ଧି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି। ନବୀନ ତାଙ୍କ କାର୍ଯ୍ୟକାଳ ଭିତରେ କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା କହିଛନ୍ତି ଦେବାଶିଷ ସାମନ୍ତରାୟ।