ବାର୍ଦ୍ଧକ୍ୟ ପ୍ରତିରୋଧକ ଔଷଧ
ସମସ୍ତେ ଚାହାନ୍ତି ନିଜର ବୟସ କମାଇବାକୁ । ଅନେକ ସମୟରେ ସେଲିବ୍ରିଟିମାନେ ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ଓ ଅସ୍ତ୍ରପୋଚାରର ସହାୟତା ନେଉଥିବା ଦେଖିବାକୁ ମିଳିଥାଏ । ଏହି ବିଷୟରେ ଅନେକ ଗବେଷଣା ହେଉଥିବାର ମଧ୍ୟ ସୂଚନା ମିଳିଥାଏ । ଏହି ସଂକ୍ରାନ୍ତରେ ହୋଇଥିବା ଏକ ଗବେଷଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜର୍ମାନୀର ବୈଜ୍ଞାନିକମାନେ ଏକ ଏଭଳି ଆଣ୍ଟି ଏଜିଂ ଡ୍ରଗ ବା ବାର୍ଦ୍ଧକ୍ୟ ପ୍ରତିରୋଧକ ଔଷଧର ଉଦ୍ଭାବନ କରିଛନ୍ତି, ଯାହା ମୂଷାଙ୍କର ବୟସ […]

ସମସ୍ତେ ଚାହାନ୍ତି ନିଜର ବୟସ କମାଇବାକୁ । ଅନେକ ସମୟରେ ସେଲିବ୍ରିଟିମାନେ ଏଥିପାଇଁ ବିଭିନ୍ନ ପ୍ରକାର ଔଷଧ ଓ ଅସ୍ତ୍ରପୋଚାରର ସହାୟତା ନେଉଥିବା ଦେଖିବାକୁ ମିଳିଥାଏ । ଏହି ବିଷୟରେ ଅନେକ ଗବେଷଣା ହେଉଥିବାର ମଧ୍ୟ ସୂଚନା ମିଳିଥାଏ । ଏହି ସଂକ୍ରାନ୍ତରେ ହୋଇଥିବା ଏକ ଗବେଷଣା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଜର୍ମାନୀର ବୈଜ୍ଞାନିକମାନେ ଏକ ଏଭଳି ଆଣ୍ଟି ଏଜିଂ ଡ୍ରଗ ବା ବାର୍ଦ୍ଧକ୍ୟ ପ୍ରତିରୋଧକ ଔଷଧର ଉଦ୍ଭାବନ କରିଛନ୍ତି, ଯାହା ମୂଷାଙ୍କର ବୟସ ୩୦ ପ୍ରତିଶତ କମାଇ ପାରୁଛି । ରାପାମାଇସିନ୍ ଓ ଟ୍ରାମେଟିନିବ୍ ନାମକ ଦୁଇଟି ଡ୍ରଗକୁ ମିଶାଯାଇ ଏହାକୁ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି । ତଥ୍ୟ ଅନୁସାରେ ଏକୁଟିଆ ରାପାମାଇସିନ୍ ୧୭ – ୧୮ ପ୍ରତିଶତ ଓ ଟ୍ରାମେଟିନିବ୍ ୭-୧୬ ପ୍ରତିଶତ ଆୟୁଷ କମାଇବାରେ ସହାୟକ ହୋଇଥାଆନ୍ତି । ତେଣୁ ଉଭୟଙ୍କୁ ମିଶାଇ ପ୍ରସ୍ତୁତ ହୋଇଥିବା ଡ୍ରଗ ସମୁଦାୟ ୨୬ ରୁ ୩୫ ପ୍ରତିଶତ ଆୟୁଷ କମାଇ ପାରିବ ବୋଲି ବୈଜ୍ଞାନିକ ଦାବି କରିଛନ୍ତି । ତେବେ ଏହାକୁ ବର୍ତ୍ତମାନ କେବଳ ମୂଷା ଉପରେ ପରୀକ୍ଷଣ କରାଯାଇଛି । ଏହି ଦୁଇଟି ଔଷଧର ମିଳନରେ ଜିନ୍ର ଏକ ପ୍ରକାର ସ୍ୱତନ୍ତ୍ର ପରିବର୍ତ୍ତନ ହେଉଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହାକୁ ନେଇ ଆହୁରି ଅନେକ ଗବେଷଣା ହେବା ବାକି ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଏକ ସମ୍ବେଦନଶୀଳ ବିଷୟବସ୍ତୁ ହୋଇଥିବାରୁ ଏନେଇ ସବିଶେଷ ତଥ୍ୟ ବର୍ତ୍ତମାନ ବାହାରକୁ ଆସିନାହିଁ । ଏହାକୁ ମଣିଷଙ୍କ କ୍ଷେତ୍ରରେ ବ୍ୟବହାର ପୂର୍ବରୁ ଅନେକ ଗବେଷଣା ଓ କ୍ଲିନିକାଲ ଟ୍ରାଏଲ କରିବାକୁ ପଡିବ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି ।