ସନ୍‌ସ୍କ୍ରିନ୍‌

ଖରାଦିନ ଆସିଲେ ଖୋଜାପଡିଥାଏ ସନ୍‌ସ୍କ୍ରିନ୍‌ । ଏହି ସନ୍‌ସ୍କ୍ରିନ୍‌ର ଅନେକ ପ୍ରକାର ରହିଛି, ଯାହା ବିଭିନ୍ନ ସ୍କିନ୍‌ଟୋନ୍‌ ପାଇଁ ଉପଯୁକ୍ତ । ତେଣୁ ଆସନ୍ତୁ ଜାଣିବା ସନ୍‌ସ୍କ୍ରିନ୍‌ର ପ୍ରକାର । ସୂର୍ଯ୍ୟଙ୍କର ଅତିବାଇଗେଣୀ ରଶ୍ମିରୁ ନିଜ ତ୍ୱଚାକୁ ସୁରକ୍ଷା ଦେବାପାଇଁ ସମସ୍ତେ ବ୍ୟବହାର କରନ୍ତି ସନ୍‌ସ୍କି୍ରନ । ତେବେ ଏହି ସନ୍‌ସ୍କ୍ରିନ୍‌ର ଅନେକ ପ୍ରକାର ବଜାରରେ ମିଳିଥାଏ । ହେଲେ ଏହାକୁ କିଣିବା ପୂର୍ବରୁ ଏହାର ପ୍ରକାର ବିଷୟରେ ଜାଣିବାର ଆବଶ୍ୟକତା ରହିଛି ଯାହାଫଳରେ ଏହାକୁ କିଣିବା […]

ସନ୍‌ସ୍କ୍ରିନ୍‌

ଖରାଦିନ ଆସିଲେ ଖୋଜାପଡିଥାଏ ସନ୍‌ସ୍କ୍ରିନ୍‌ । ଏହି ସନ୍‌ସ୍କ୍ରିନ୍‌ର ଅନେକ ପ୍ରକାର ରହିଛି, ଯାହା ବିଭିନ୍ନ ସ୍କିନ୍‌ଟୋନ୍‌ ପାଇଁ ଉପଯୁକ୍ତ । ତେଣୁ ଆସନ୍ତୁ ଜାଣିବା ସନ୍‌ସ୍କ୍ରିନ୍‌ର ପ୍ରକାର । ସୂର୍ଯ୍ୟଙ୍କର ଅତିବାଇଗେଣୀ ରଶ୍ମିରୁ ନିଜ ତ୍ୱଚାକୁ ସୁରକ୍ଷା ଦେବାପାଇଁ ସମସ୍ତେ ବ୍ୟବହାର କରନ୍ତି ସନ୍‌ସ୍କି୍ରନ । ତେବେ ଏହି ସନ୍‌ସ୍କ୍ରିନ୍‌ର ଅନେକ ପ୍ରକାର ବଜାରରେ ମିଳିଥାଏ । ହେଲେ ଏହାକୁ କିଣିବା ପୂର୍ବରୁ ଏହାର ପ୍ରକାର ବିଷୟରେ ଜାଣିବାର ଆବଶ୍ୟକତା ରହିଛି ଯାହାଫଳରେ ଏହାକୁ କିଣିବା ସହଜ ହେବ । ସବୁବେଳେ ନିଜର ସ୍କିନ୍‌ ଟାଇପ୍‌ ଅନୁଯାୟୀ ଏହାକୁ କିଣନ୍ତୁ ।
କେମିକାଲ ସନ୍‌ସ୍କ୍ରିନ
ଏହି କ୍ରିମ୍‌ ଗୁଡିକ ଖୁବ ହାଲୁକା ହୋଇଥାଏ ତେଣୁ ଏହାକୁ ସ୍କିନ୍‌ରେ ଲଗାଇବା ସହଜ ହୋଇଥାଏ । ଏହାସହ ଏହି କ୍ରିମ୍‌ ଆମ ସ୍କିନ୍‌ରେ ଏକ ଭିନ୍ନ ଉପାୟରେ କାମ କରିଥାଏ । ଏହାକୁ ପ୍ରତିଦିନ ବ୍ୟବହାର କରିବାଦ୍ୱାରା ସୂର୍ଯ୍ୟଙ୍କର ଖରାପ କିରଣରୁ ଆମ ତ୍ୱଚା ସୁରକ୍ଷିତ ରହିଥାଏ ।
ମିନେରାଲ ସନ୍‌ସ୍କ୍ରିନ୍‌
ଏହାକୁ କିଛି ସ୍ଥାନରେ ଫିଜିକାଲ ସନ୍‌ସ୍କ୍ରିନ୍‌ ମଧ୍ୟ କୁହାଯାଇଥାଏ । ଏହା ଆମ ସ୍କିନ୍‌ରେ ଏକ ସୁରକ୍ଷା କବଚ ଭଳି କାମ କରେ । ଏହାୟୁଭି କିରଣକୁ ବ୍ଲକ୍‌ କରିଥାଏ ଯାହା ଫଳରେ ଏହା ଆମ ତ୍ୱଚାର ଭିତର ଅଂଶରେ ପହଞ୍ଚି ପାରି ନଥାଏ । ଏହାକୁ ମଧ୍ୟ ସବୁଦିନ ବ୍ୟବହାର କରିହେବ ।

ହାଇବ୍ରିଡ୍‌ ସନ୍‌ସ୍କି୍ରନ
ଏଥିରେ ଉପରର ଦୁଇଟିଯାକ କେମିକାଲ ଓ ମିନେରାଲ ସନ୍‌ସ୍କି୍ରନର ଗୁଣ ଭରି ରହିଥାଏ । ଏହା ଉଭୟ ସୂର୍ଯ୍ୟକିରଣକୁ ଶୋଷିତ ଓ ବିଚ୍ଛୁରିତର କାମ କରିଥାଏ । ଏହା ହାଲୁକା ହୋଇଥିବାରୁ ଏହାକୁ ଲଗାଇବା ସହଜ ହୋଇଥାଏ । ଏହା ସନବର୍ଣ୍ଣ ପାଇଁ ଖୁବ ଭଲ ହୋଇଥାଏ ।
ଓ୍ୱାଟର ରେଜିଷ୍ଟାଣ୍ଟ
ଯେଉଁମାନଙ୍କର ଲାଇଫ୍‌ଷ୍ଟାଇଲ ଆକଫିଭ ରହିଥାଏ ସେମାନଙ୍କ ପାଇଁ ଓ୍ୱାଟର ରେଜିଷ୍ଟାଣ୍ଟ ସନ୍‌ସ୍କ୍ରିନ୍‌ ଖୁବ ଭଲ ହୋଇଥାଏ । ଯେଉଁ କାର୍ଯ୍ୟ କରିବା ସମୟରେ ବେଶି ଝାଳ ବାହାରିବ କିମ୍ବା ବାହାରେ ପାଣିରେ ଗାଧୋଇବା ସମୟରେ ଆପଣ ଏହାକୁ ଲଗାଇ ପାରିବେ ।
ଏସ୍‌ପିଏଫ୍‌
ଏସ୍‌ପିଏଫ୍‌ର ଅର୍ଥ ସନ୍‌ ପ୍ରୋଟେକସନ୍‌ ଫ୍ୟାକଫର, ଏହା ସନ୍‌ସ୍କ୍ରିନ୍‌ର ମାପକାଠି ହୋଇଥାଏ । ବିଭିନ୍ନ ସାମଗ୍ରୀରେ ଏସ୍‌ପିଏଫ୍‌ର ମାପ ଭିନ୍ନଭିନ୍ନ ରହିଥାଏ ।
ଏସ୍‌ପିଏଫ୍‌ ୧୫: ଏହା ପାଖାପାଖି ୯୩ ପ୍ରତିଶତୟୁଭି ରେ’କୁ ବ୍ଲକ୍‌ କରିଥାଏ । ଯେତେବେଳେ ଖୁବ କମ୍‌ ସମୟ ପାଇଁ ବାହାରକୁ ଯାଉଛନ୍ତି ସେତେବେଳେ ଏହା ଲଗାଇବା ଠିକ୍‌ ହୋଇଥାଏ ।
ଏସ୍‌ପିଏଫ୍‌ ୪୦: ଏସ୍‌ପିଏଫ୍‌ ୪୦ ଥିବା ସନ୍‌ସ୍କ୍ରିନ୍‌ରେ ୯୭ ପ୍ରତିଶତ ପର୍ଯ୍ୟନ୍ତୟୁଭିରେ’ ବ୍ଲକ୍‌ କରିଥାଏ । ଏହା ଆଉଟ୍‌ଡୋର ଆକଫିଭିଟି ପାଇଁ ଖୁବ ଭଲ ଅପସନ୍‌ ହୋଇଥାଏ ।
ଏସ୍‌ପିଏଫ୍‌ ୫୦: ଏହା ୯୮ ପ୍ରତିଶତୟୁଭି ରେ’ ବ୍ଲକ୍‌ କରିବାରେ ସହାୟକ ହୋଇଥାଏ । ଏହା ବିଶେଷଭାବେ ଗୋରା ଲୋକଙ୍କ ପାଇଁ କାମ କରିଥାଏ । ଯେତେବେଳେ ଆପଣ ଖୁବ ଅଧିକ ସମୟ ପାଇଁ ଖରାକୁ ଯାଉଛନ୍ତି ତେବେ ଏହା ଭଲ ହୋଇଥାଏ ।
ଏସ୍‌ପିଏଫ୍‌ ୧୦୦: ଏହା ପାଖାପାଖି ୯୯ ପ୍ରତିଶତୟୁଭିରେ’କୁ ରୋକିଥାଏ । ଯଦି ଆପଣ କୌଣସି ଖେଳ, ସୁଇମିଂ, ହାଇକିଂ ଆଦି କରୁଛନ୍ତି ତେବେ ଏହା ଖୁବ ଉପକାରୀ ।