ଆଇଏସ୍ଆଇ ଏଜେଣ୍ଟଙ୍କୁ ଅପରେଶନ ସିନ୍ଦୂର ତଥ୍ୟ ଦେଇ ନୌସେନା କିରାଣି ଗିରଫ
ଜୟପୁର,୨୬ା୬: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟଙ୍କୁ ଟଙ୍କା ବଦଳରେ ଅପରେଶନ ସିନ୍ଦୂର ସମେତ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ବିବରଣୀ ଦେଇଥିବା ଭାରତୀୟ ନୌସେନାର ଜଣେ କିରାଣିଙ୍କୁ ବୁଧବାର ଜୟପୁରରୁ ଗିରଫ କରାଯାଇଛି। ବିଶାଳ ଯାଦବ ନାମକ ଏହି କିରାଣି ନୌସେନାର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ। ରାଜସ୍ଥାନ ପୋଲିସର ଗୋଇନ୍ଦା ବିଭାଗ ଦୀର୍ଘ ମାସ ଧରି ତାଙ୍କ ଉପରେ ନଜର ରଖିବା ପରେ ଗିରଫ କରିଥିବା ଗୁରୁବାର ପୋଲିସ ଆଇଜି ବିଷ୍ଣୁକାନ୍ତ ଗୁପ୍ତା କହିଛନ୍ତି। […] The post ଆଇଏସ୍ଆଇ ଏଜେଣ୍ଟଙ୍କୁ ଅପରେଶନ ସିନ୍ଦୂର ତଥ୍ୟ ଦେଇ ନୌସେନା କିରାଣି ଗିରଫ appeared first on Dharitri Odia News.
ଜୟପୁର,୨୬ା୬: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ଏଜେଣ୍ଟଙ୍କୁ ଟଙ୍କା ବଦଳରେ ଅପରେଶନ ସିନ୍ଦୂର ସମେତ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ବିବରଣୀ ଦେଇଥିବା ଭାରତୀୟ ନୌସେନାର ଜଣେ କିରାଣିଙ୍କୁ ବୁଧବାର ଜୟପୁରରୁ ଗିରଫ କରାଯାଇଛି। ବିଶାଳ ଯାଦବ ନାମକ ଏହି କିରାଣି ନୌସେନାର ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ।
ରାଜସ୍ଥାନ ପୋଲିସର ଗୋଇନ୍ଦା ବିଭାଗ ଦୀର୍ଘ ମାସ ଧରି ତାଙ୍କ ଉପରେ ନଜର ରଖିବା ପରେ ଗିରଫ କରିଥିବା ଗୁରୁବାର ପୋଲିସ ଆଇଜି ବିଷ୍ଣୁକାନ୍ତ ଗୁପ୍ତା କହିଛନ୍ତି। ଯାଦବଙ୍କ ଘର ହରିୟାଣାର ରଓ୍ବୋରିରେ। ଭାରତୀୟ ମହିଳା ପରିଚୟ ଦେଉଥିବା ପାକିସ୍ତାନୀ ମହିଳା ହ୍ୟାଣ୍ଡଲରଙ୍କୁ ସେ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ। ଏଥିପାଇଁ ସେ ମୋଟ ୨ ଲକ୍ଷ ଟଙ୍କା ଗ୍ରହଣ କରିଥିବା ସ୍ବୀକାର କରିଛନ୍ତି। ଅପରେଶନ ସିନ୍ଦୂର ତଥ୍ୟ ଦେବା ପାଇଁ ସେ ୫୦,୦୦୦ ଟଙ୍କା ପାଇଥିଲେ ବୋଲି କହିଛନ୍ତି।
ତାଙ୍କ ବିରୋଧରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ମିଳିତ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଗୋଇନ୍ଦା ସୂତ୍ର ଅନୁଯାୟୀ, ପ୍ରିୟା ଶର୍ମା ନାମରେ ଫେସ୍ବୁକ୍ରେ ମିଛ ପରିଚୟ ଦେଇଥିବା ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ବନ୍ଧୁତା ଅନୁରୋଧକୁ ଯାଦବ ଗ୍ରହଣ କରିବା ପରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିଲା। ପରେ ସେମାନେ ହ୍ବାଟ୍ସଆପ୍ ଏବଂ ଟେଲିଗ୍ରାମ ଜରିଆରେ ନିୟମିତ ଯୋଗାଯୋଗରେ ରହିଥିଲେ।
The post ଆଇଏସ୍ଆଇ ଏଜେଣ୍ଟଙ୍କୁ ଅପରେଶନ ସିନ୍ଦୂର ତଥ୍ୟ ଦେଇ ନୌସେନା କିରାଣି ଗିରଫ appeared first on Dharitri Odia News.