ଡେଥ୍‌ ଚ୍ୟାମ୍ବର ପାଲଟିଛି କୋଚିଂ ସେଣ୍ଟର

ନୂଆଦିଲ୍ଲୀ, ୬।୮: ଦିଲ୍ଲୀର ଓଲ୍‌ଡ ରାଜେନ୍ଦ୍ର ନଗର ଅଞ୍ଚଳରେ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ରାଜଧାନୀ ଦିଲ୍ଲୀରେ କୋଟିଂ ସେଣ୍ଟରଗୁଡ଼ିକ ଛାତ୍ରୀଛାତ୍ରଙ୍କ ପାଇଁ ଡେଥ୍‌ ଚ୍ୟାମ୍ବରରେ ପରିଣତ ହୋଇଛନ୍ତି। ଯଦି କୋଚିଂ ସେଣ୍ଟରଗୁଡ଼ିକ […] The post ଡେଥ୍‌ ଚ୍ୟାମ୍ବର ପାଲଟିଛି କୋଚିଂ ସେଣ୍ଟର appeared first on Dharitri Odia News.

ଡେଥ୍‌ ଚ୍ୟାମ୍ବର ପାଲଟିଛି କୋଚିଂ ସେଣ୍ଟର

ନୂଆଦିଲ୍ଲୀ, ୬।୮: ଦିଲ୍ଲୀର ଓଲ୍‌ଡ ରାଜେନ୍ଦ୍ର ନଗର ଅଞ୍ଚଳରେ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ରାଜଧାନୀ ଦିଲ୍ଲୀରେ କୋଟିଂ ସେଣ୍ଟରଗୁଡ଼ିକ ଛାତ୍ରୀଛାତ୍ରଙ୍କ ପାଇଁ ଡେଥ୍‌ ଚ୍ୟାମ୍ବରରେ ପରିଣତ ହୋଇଛନ୍ତି। ଯଦି କୋଚିଂ ସେଣ୍ଟରଗୁଡ଼ିକ ସୁରକ୍ଷା ମାନଦଣ୍ଡକୁ ପୂରଣ କରିପାରୁ ନାହାନ୍ତି, ତେବେ ସେମାନେ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ଯୋଗାଇବା ଉଚିତ ହେବ ବୋଲି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍‌ ଉଜ୍ଜ୍ୱଳ ଭୂୟାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାର ଶୁଣାଣି କରି ସମସ୍ତ କୋଚିଂ ସେଣ୍ଟରକୁ ଅଗ୍ନି ନିରାପତ୍ତା ନିୟମ ପାଳନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଯେଉଁ କୋଚିଂ ସେଣ୍ଟର ଏହି ନିୟମ ପାଳନ କରୁନାହାନ୍ତି, ସେଗୁଡ଼ିକୁ ବନ୍ଦ କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ‘କୋଚିଂ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ’ ନାମକ ଏକ ସଙ୍ଗଠନ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ଦାଖଲ କରିଥିଲା। ତେବେ ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବା ବଦଳରେ ଏହାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଚ୍ୟାଲେଞ୍ଜ କରିବାକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିଛନ୍ତି।

The post ଡେଥ୍‌ ଚ୍ୟାମ୍ବର ପାଲଟିଛି କୋଚିଂ ସେଣ୍ଟର appeared first on Dharitri Odia News.