ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ

ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ‘ରାଷ୍ଟ୍ରୀୟ ସଂଗୋଷ୍ଠୀ ଏବଂ ସମ୍ମାନ ସମାରୋହ’ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ମାନନୀୟ ଡ଼. ଅରବିନ୍ଦ କୁମାର ଜୀ ,ପୂର୍ବତନ କୁଳପତି, ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଝାନ୍ସୀ, ମୁଖ୍ୟବକ୍ତା ଭାବରେ ସୁଶ୍ରୀ ଦୀପା ମିଶ୍ରା ଜୀ,ପ୍ରସିଦ୍ଧ କଥାବାଚିକା, ବୃନ୍ଦାବନ […] The post ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ appeared first on Dharitri Odia News.

ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ

ଦେବଗଡ, ୩୦।୪(ଶଶାଙ୍କ ଶେଖର ଝାଙ୍କର):ହୋଟେଲ ରେଡିସନ ପାର୍କ ଇନ, ଅଯୋଧ୍ୟା ଧାମ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହିନ୍ଦୀ ବିଦ୍ୟାପୀଠର କୁଳପତି ମାନ୍ୟନୀୟ ଇନ୍ଦୁ ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ‘ରାଷ୍ଟ୍ରୀୟ ସଂଗୋଷ୍ଠୀ ଏବଂ ସମ୍ମାନ ସମାରୋହ’ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ମାନନୀୟ ଡ଼. ଅରବିନ୍ଦ କୁମାର ଜୀ ,ପୂର୍ବତନ କୁଳପତି, ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଝାନ୍ସୀ, ମୁଖ୍ୟବକ୍ତା ଭାବରେ ସୁଶ୍ରୀ ଦୀପା ମିଶ୍ରା ଜୀ,ପ୍ରସିଦ୍ଧ କଥାବାଚିକା, ବୃନ୍ଦାବନ ଧାମ, ମଥୁରା, ବିଶିଷ୍ଟ ଅତିଥି-ମାନ୍ୟନୀୟ ଡ଼ା. ବିଶ୍ୱନାଥ ପାଣିଗ୍ରାହୀ,ରାଷ୍ଟ୍ରୀୟ ପରିବେଶବିଦ ଓ ୱାଲର୍‌ଡ ରେକର୍ଡ ଧାରୀ, ବାଗବାହରା, ଛତିଶଗଡ଼ ଇତ୍ୟାଦି ବିଦ୍ୱାନଙ୍କର ପାବନ ସାନ୍ନିଧ୍ୟରେ ଏହି କାର୍ଯ୍ୟକ୍ରମରେ ରିଆମାଳ ବ୍ଳକ ଅନ୍ତର୍ଗତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ଶ୍ରୀଯୁକ୍ତ ରୋହିତ କୁମାର ଦାଶଙ୍କୁ ‘ପଣ୍ଡିତ ଦୀନଦୟାଲ ହିନ୍ଦୀ ବିଦ୍ୟାପୀଠ’, ବୃନ୍ଦାବନ ଧାମ, ମଥୁରା ( ଉତ୍ତର ପ୍ରଦେଶ ) ତରଫରୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଛି । ସଂସ୍କୃତ ଭାଷାର ପ୍ରଚାର ପ୍ରସାର, ୍ଯଯଯାତ୍ମ କ୍ଷେତ୍ରରେ ରାଷ୍ଟ୍ରିୟ ଓ ଅନ୍ତର୍ରାଷ୍ଟ୍ରିୟ ସ୍ତରରେ ପ୍ରତିଷ୍ଠା ସମ୍ବଳିତ ଶୋଧକାର୍‌ୟଯ ଓ ସାମାଜିକ କାର୍ଯ୍ୟନିମିତ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଅଛି। ପଣ୍ଡିତ ଦାଶ ସମ୍ପ୍ରତି ସନାତନ ଜାଗୃତି ପରିଷଦ, ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଇତ୍ୟାଦି ଅନେକ ଧାର୍ମିକ, ସାମାଜିକ, ସାଂସ୍କୃତିକ ସଂଗଠନ ସହିତ ଜଡିତ ଅଛନ୍ତି । ଜିଲାର ସର୍ବପ୍ରଥମ ବିବ୍ୟାବାଚସ୍ପତି ସମ୍ମାନ ପାଇଥିବା ଶ୍ରୀ ଦାଶ ଜିଲ୍ଲାର ଗୌରବ ବଢାଇଛନ୍ତି।

The post ପଣ୍ଡିତ ରୋହିତ ଦାଶଙ୍କୁ ‘ବିବ୍ୟାବାଚସ୍ପତି’ ସାରସ୍ବତ ସମ୍ମାନ appeared first on Dharitri Odia News.