୫ ମାସରେ ୧୫ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା: ବଢିଲା ଚିନ୍ତା
ଜୟପୁର,୨୭ା୫: ବିଭିନ୍ନ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ନିମନ୍ତେ ସାରା ଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ର କୋଚିଂ ହବ୍ ଭାବେ ପରିଚିତ ରାଜସ୍ଥାନର କୋଟା ସହରକୁ ଆସିଥାନ୍ତି। ତେବେ ପାଠପଢ଼ା ଚାପ ସହ ଅସଫଳ ହେବାର ଆଶଙ୍କା କରି ବିଭିନ୍ନ ସମୟରେ ଆଶାୟୀ ଛାତ୍ରୀଛାତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଉଛନ୍ତି। ଆତ୍ମହତ୍ୟା ରୋକିବା ପାଇଁ ସରକାରୀ ସ୍ତରରେ କେତେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା କମିବା ନଁା ଧରୁନି। ଚଳିତ ବର୍ଷ […] The post ୫ ମାସରେ ୧୫ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା: ବଢିଲା ଚିନ୍ତା appeared first on Dharitri Odia News.
ଜୟପୁର,୨୭ା୫: ବିଭିନ୍ନ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ନିମନ୍ତେ ସାରା ଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ର କୋଚିଂ ହବ୍ ଭାବେ ପରିଚିତ ରାଜସ୍ଥାନର କୋଟା ସହରକୁ ଆସିଥାନ୍ତି। ତେବେ ପାଠପଢ଼ା ଚାପ ସହ ଅସଫଳ ହେବାର ଆଶଙ୍କା କରି ବିଭିନ୍ନ ସମୟରେ ଆଶାୟୀ ଛାତ୍ରୀଛାତ୍ର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଉଛନ୍ତି। ଆତ୍ମହତ୍ୟା ରୋକିବା ପାଇଁ ସରକାରୀ ସ୍ତରରେ କେତେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା କମିବା ନଁା ଧରୁନି। ଚଳିତ ବର୍ଷ ୫ ମାସ ମଧ୍ୟରେ କୋଟାରେ ୧୫ ଛାତ୍ରୀଛାତ୍ର ଆତ୍ମହତ୍ୟା କଲେଣି।
ବିଦ୍ୟାର୍ଥୀମାନେ କେବଳ କୋଟାରେ କାହିଁକି ଆତ୍ମହତ୍ୟା କରୁଛନ୍ତି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲା ବେଳେ ଏହାର ୨ ଦିନ ପରେ ସେଠାରେ ଜମ୍ମୁ-କଶ୍ମୀରର ଜଣେ ୧୮ ବର୍ଷୀୟା ନିଟ୍ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଏହା ଚଳିତ ମାସର ଦ୍ୱିତୀୟ ଘଟଣା ହୋଇଥିବାବେଳେ ଚଳିତ ବର୍ଷର ୧୫ତମ ଆତ୍ମହତ୍ୟା। ପୋଲିସ ସୂଚନା ଅନୁଯାୟୀ, ମୃତା ଜିଶନ କୋଟା ସହରର ପ୍ରତାପ ଚୌରାହାସ୍ଥିତ ଏକ ପେଇଙ୍ଗ୍ ଗେଷ୍ଟ ରୁମ୍ରେ ରହୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରି ଜଣାଇଥିଲେ। ସମ୍ପର୍କୀୟ ଜଣକ ଜିଶନ ରହୁଥିବା ରୁମ୍ର ଉପର ମହଲାରେ ଥିବା ଅନ୍ୟ ଜଣେ ଛାତ୍ରୀଙ୍କୁ ଫୋନ୍ କରି କ’ଣ ହୋଇଛି ଦେଖିବାକୁ କହିଥିଲେ। ତେବେ ରୁମ୍ ଭିତରପଟୁ ବନ୍ଦ ଥିବାରୁ ଅନ୍ୟମାନେ ମିଶି ଏହାକୁ ଭାଙ୍ଗିବା ପରେ ଜିଶନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଉକ୍ତ ପ୍ରକୋଷ୍ଠରେ ଆତ୍ମହତ୍ୟା ନିରୋଧୀ ଉପକରଣ ନ ଥିଲା ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ଗତ ୩ ତାରିଖରେ ମଧ୍ୟପ୍ରଦେଶର ଜଣେ ଏନ୍ଇଇଟି ଆଶାୟୀ ଛାତ୍ରୀ ନିଜ ପ୍ରକୋଷ୍ଠରେ ଆତ୍ମହତ୍ୟା କରିଥିଲେ।
The post ୫ ମାସରେ ୧୫ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା: ବଢିଲା ଚିନ୍ତା appeared first on Dharitri Odia News.