ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା
କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ ଛାଡ଼ି ପଳାଇଲେ ବିଧାୟକ ପ୍ରାର୍ଥୀ। ଖବର ଅନୁଯାୟୀ ଗତ ରବିବାର କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଭକୁଗୁଡ଼ା ଗାଁକୁ ପ୍ରଚାର କରିବାକୁ ଯାଇଥିଲେ ପୂର୍ବତନ ବିଧାୟକ ରଘୁରାମ ପୋଡାଲ। ଏହାପରେ ଗ୍ରାମବାସୀ ଗାଁ ମଣ୍ଡପ ନିକଟରେ ଚୌକି ପକାଇ ନେତାଙ୍କୁ ବସାଇ ଦେଇଥିଲେ। ଆଉ ତାଙ୍କ ଚାରି ପାଖରେ ଛିଡା […] The post ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା appeared first on Dharitri Odia News.
କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ ଛାଡ଼ି ପଳାଇଲେ ବିଧାୟକ ପ୍ରାର୍ଥୀ। ଖବର ଅନୁଯାୟୀ ଗତ ରବିବାର କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଭକୁଗୁଡ଼ା ଗାଁକୁ ପ୍ରଚାର କରିବାକୁ ଯାଇଥିଲେ ପୂର୍ବତନ ବିଧାୟକ ରଘୁରାମ ପୋଡାଲ।
ଏହାପରେ ଗ୍ରାମବାସୀ ଗାଁ ମଣ୍ଡପ ନିକଟରେ ଚୌକି ପକାଇ ନେତାଙ୍କୁ ବସାଇ ଦେଇଥିଲେ। ଆଉ ତାଙ୍କ ଚାରି ପାଖରେ ଛିଡା ହୋଇ ହିସାବ ମାଗିଥିଲେ। ଏବେ ବି ଗାଁକୁ ରାସ୍ତା ନାହିଁ, ନଳକୂପ ଖୋଳା ହେବା କଥା କହିଥିଲେ ମଧ୍ୟ ତାହା ଏବେସୁଦ୍ଧା ହୋଇ ନାହିଁ, ବିଦ୍ୟୁତ ସେବା ମଧ୍ୟ ଏପର୍ଯ୍ୟନ୍ତ ପହଞ୍ଚିନଥିବା ଅଭିଯୋଗ ଜଣାଇଥିଲେ ଗ୍ରାମବାସୀ। ତେବେ ସାଧାରଣ ଲୋକଙ୍କ ର ଉତ୍ତର ଦେଇନପାରି ରଘୁରାମ ପୋଡାଲ ସଭା ଅଧାରୁ ଛାଡି ପଳାଇଥିବା ଖବର ମିଳିଛି।
The post ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା appeared first on Dharitri Odia News.