ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି…

ବାଲିଗୁଡ଼ା,୧୬ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ କନ୍ଧମାଳ ଏମ୍‌ପିଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟରକୁ କୌଣସି ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଚିରି ଦେଇଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ, କନ୍ଧମାଳ ଜିଲା ବାଲିଗୁଡାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ବାଲିଗୁଡା ସହରସ୍ଥିତ ତ୍ରିବେଦୀ ପାର୍କ ନିକଟରେ ଶୁଭେଚ୍ଛା ବାର୍ତ୍ତାକୁ କେହି ଦୁର୍ବୃତ୍ତ ଚିରି ଦେଇଥିବା ନେଇ […] The post ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି… appeared first on Dharitri Odia News.

ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି…

ବାଲିଗୁଡ଼ା,୧୬ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନରେ କନ୍ଧମାଳ ଏମ୍‌ପିଙ୍କ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟରକୁ କୌଣସି ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଚିରି ଦେଇଥିବା ନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲା ବାଲିଗୁଡାରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ବାଲିଗୁଡା ସହରସ୍ଥିତ ତ୍ରିବେଦୀ ପାର୍କ ନିକଟରେ ଶୁଭେଚ୍ଛା ବାର୍ତ୍ତାକୁ କେହି ଦୁର୍ବୃତ୍ତ ଚିରି ଦେଇଥିବା ନେଇ କନ୍ଧମାଳ ଏମ୍‌ପିଙ୍କ ବ୍ଲକ ପ୍ରତିନିଧି ରଞ୍ଜିତ କୁମାର ସାହୁ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ଅଭିଯୋଗ କରିଛନ୍ତି। ସିସିଟିଭି ଆଧାରରେ ଖୁବ୍‌ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

The post ଏମ୍‌ପିଙ୍କ ପୋଷ୍ଟର ଚିରିଦେଲେ ଦୁର୍ବୃତ୍ତ, ସିସିଟିଭି ଦେଖି… appeared first on Dharitri Odia News.