ଭାରତର ଡ୍ରୋନ୍ ଭୟରେ ଜେଲ୍‌ରୁ ଇମ୍ରାନଙ୍କ ମୁକ୍ତି ପାଇଁ କୋର୍ଟରେ ଆବେଦନ କଲେ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଯୁଦ୍ଧ ସ୍ଥିତି ଲାଗି ରହିଛି । ଏହାରି ଭିତରେ ଜେଲରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କୁ ଘାରିଛି ଜୀବନ ପ୍ରତି ବିପଦ ଭୟ । ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନ-ଏ-ଇନସାଫ (ପିଟିଆଇ) ପିଟିସନ ଦାଖଲ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତତ୍କାଳ ମୁକ୍ତି ପାଇଁ ଦାବି କରିଛି । ଏଥିରେ ଦୀର୍ଘ ଦିନ ଧରି ଜେଲରେ ବନ୍ଦୀ ଥିବା ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଯାଇଛି ।ପାର୍ଟି ପକ୍ଷରୁ ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ଅଲି ଆମିନ ଗଣ୍ଡାପୁର ଏହି ଆବେଦନ ଦାଖଲ କରିଛନ୍ତି । ଏଥିରେ ୭୨ ବର୍ଷୀୟ ଖାନଙ୍କୁ ପାରୋଲ କିମ୍ବା ପ୍ରୋବେସନରେ ମୁକ୍ତ କରିବାକୁ କୋର୍ଟକୁ ଅନୁରୋଧ କରାଯାଇଛି । ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ବନ୍ଦୀ ଅଛନ୍ତି । ପିଟିଆଇ ଦ୍ୱାରା ଜାରି ବୟାନରେ କୁହାଯାଇଛି, ‘ଆବେଦନ ପତ୍ରରେ ଖାନଙ୍କ ମୁକ୍ତି ପାଇଁ "ଭାରତ ସହିତ ବର୍ତ୍ତମାନର ଯୁଦ୍ଧ ପରି ପରିସ୍ଥିତି"କୁ ଏକ ପ୍ରମୁଖ କାରଣ ଭାବେ ଉଲ୍ଲେଖ କରାଯାଇଛି । ଏଥିରେ ଯୁକ୍ତି ଦିଆଯାଇଛି ଯେ ଜାତୀୟ ଏକତା ଏବଂ ସ୍ଥିରତା ପାଇଁ ତାଙ୍କ ମୁକ୍ତି ଆବଶ୍ୟକ । ପିଟିସନରେ ଜେଲକୁ ଟାର୍ଗେଟ କରି ସମ୍ଭାବ୍ୟ ଡ୍ରୋନ୍ ଆକ୍ରମଣ ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି ।Also Read: ଯୁଦ୍ଧ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ, ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନ ପ୍ରତିରକ୍ଷା ମନ୍

ଭାରତର ଡ୍ରୋନ୍ ଭୟରେ ଜେଲ୍‌ରୁ ଇମ୍ରାନଙ୍କ ମୁକ୍ତି ପାଇଁ କୋର୍ଟରେ ଆବେଦନ କଲେ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଯୁଦ୍ଧ ସ୍ଥିତି ଲାଗି ରହିଛି । ଏହାରି ଭିତରେ ଜେଲରେ ବନ୍ଦୀ ଥିବା ଇମ୍ରାନ ଖାନଙ୍କୁ ଘାରିଛି ଜୀବନ ପ୍ରତି ବିପଦ ଭୟ । ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନ-ଏ-ଇନସାଫ (ପିଟିଆଇ) ପିଟିସନ ଦାଖଲ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତତ୍କାଳ ମୁକ୍ତି ପାଇଁ ଦାବି କରିଛି । ଏଥିରେ ଦୀର୍ଘ ଦିନ ଧରି ଜେଲରେ ବନ୍ଦୀ ଥିବା ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଯାଇଛି ।

ପାର୍ଟି ପକ୍ଷରୁ ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ଅଲି ଆମିନ ଗଣ୍ଡାପୁର ଏହି ଆବେଦନ ଦାଖଲ କରିଛନ୍ତି । ଏଥିରେ ୭୨ ବର୍ଷୀୟ ଖାନଙ୍କୁ ପାରୋଲ କିମ୍ବା ପ୍ରୋବେସନରେ ମୁକ୍ତ କରିବାକୁ କୋର୍ଟକୁ ଅନୁରୋଧ କରାଯାଇଛି । ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ବନ୍ଦୀ ଅଛନ୍ତି । ପିଟିଆଇ ଦ୍ୱାରା ଜାରି ବୟାନରେ କୁହାଯାଇଛି, ‘ଆବେଦନ ପତ୍ରରେ ଖାନଙ୍କ ମୁକ୍ତି ପାଇଁ "ଭାରତ ସହିତ ବର୍ତ୍ତମାନର ଯୁଦ୍ଧ ପରି ପରିସ୍ଥିତି"କୁ ଏକ ପ୍ରମୁଖ କାରଣ ଭାବେ ଉଲ୍ଲେଖ କରାଯାଇଛି । ଏଥିରେ ଯୁକ୍ତି ଦିଆଯାଇଛି ଯେ ଜାତୀୟ ଏକତା ଏବଂ ସ୍ଥିରତା ପାଇଁ ତାଙ୍କ ମୁକ୍ତି ଆବଶ୍ୟକ । ପିଟିସନରେ ଜେଲକୁ ଟାର୍ଗେଟ କରି ସମ୍ଭାବ୍ୟ ଡ୍ରୋନ୍ ଆକ୍ରମଣ ବିଷୟରେ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି ।

Also Read: ଯୁଦ୍ଧ ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ, ଭାରତ ସହ ଉତ୍ତେଜନା ଭିତରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ

ଅଲି ଆମିନ ଗଣ୍ଡାପୁର କହିଛନ୍ତି, "କାରାଦଣ୍ଡ ବେଳେ ସ୍ୱାସ୍ଥ୍ୟ କିମ୍ବା ସୁରକ୍ଷା ପ୍ରତି ବିପଦ କ୍ଷେତ୍ରରେ ସମ୍ବିଧାନ ପାରୋଲ ପାଇଁ ଅନୁମତି ଦିଏ । ଏହି ପରିସ୍ଥିତିରେ ଆମେ ତାଙ୍କ ପାଇଁ ଭୟ କରୁଛୁ ଏବଂ ନ୍ୟାୟପାଳିକାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛୁ।"