ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ, କହିଲେ ଆପଣମାନଙ୍କ ଆଶୀର୍ବାଦ ହିଁ ମୋତେ…
ଭୁବନେଶ୍ୱର,୧୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଶନିବାର ଭୁବନେଶ୍ବର ଫେରିଛନ୍ତି। ନବୀନଙ୍କୁ ସ୍ବାଗତ କରିବା ପାଇଁ ବିଜେଡିର ହଜାର ହଜାର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ। ଆଜି ଏନେଇ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବୀନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି, ଆପଣମାନଙ୍କ ଶୁଭେଚ୍ଛା ଏବଂ ଭଲପାଇବା ପାଇଁ ଆନ୍ତରିକ ଧନ୍ୟବାଦ […] The post ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ, କହିଲେ ଆପଣମାନଙ୍କ ଆଶୀର୍ବାଦ ହିଁ ମୋତେ… appeared first on Dharitri Odia News.
ଭୁବନେଶ୍ୱର,୧୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଶନିବାର ଭୁବନେଶ୍ବର ଫେରିଛନ୍ତି। ନବୀନଙ୍କୁ ସ୍ବାଗତ କରିବା ପାଇଁ ବିଜେଡିର ହଜାର ହଜାର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।
ଆଜି ଏନେଇ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନବୀନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି, ଆପଣମାନଙ୍କ ଶୁଭେଚ୍ଛା ଏବଂ ଭଲପାଇବା ପାଇଁ ଆନ୍ତରିକ ଧନ୍ୟବାଦ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଆପଣମାନଙ୍କ ଆଶୀର୍ବାଦ ହିଁ ପ୍ରିୟ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଶକ୍ତି ସାଜିଛି।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଅସ୍ତ୍ରୋପଚାର ଲାଗି ନବୀନ ଗତ ୨୦ରୁ ମୁମ୍ବାଇ ଗସ୍ତରେ ଯାଇଥିଲେ। ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ସେ ହସ୍ପିଟାଲରୁ ଗତ ସପ୍ତାହରେ ଡିସ୍ଚାର୍ଜ ହୋଇଥିଲେ। ଡିସ୍ଚାର୍ଜ ହେବା ସମୟରେ ସେ ଡାକ୍ତରମାନଙ୍କ ସହ ଭେଟୁଥିବାର ଏକ ଭିଡିଓ ମଧ୍ୟ ଜାରି କରିଥିଲେ।
ଅନ୍ୟପକ୍ଷରେ ଗତକାଲି ନବୀନ ଓଡ଼ିଶା ଫେରିବା ପରେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ଏହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି।
The post ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ, କହିଲେ ଆପଣମାନଙ୍କ ଆଶୀର୍ବାଦ ହିଁ ମୋତେ… appeared first on Dharitri Odia News.