ଆକ୍ସନ ମୁଡରେ ଯୋଗାଣ ମନ୍ତ୍ରୀ; ନିୟମିତ ଭାବେ ପେଟ୍ରୋଲ ଟାଙ୍କିରେ ଅପମିଶ୍ରଣ ଯାଞ୍ଚ କରାଯିବ
ପେଟ୍ରୋଲ, ଡିଜେଲ୍ ମାନରେ କୌଣସି ସାଲିସ୍ କରାଯିବନି। ନିୟମିତ ଭାବେ ପେଟ୍ରୋଲ ଟାଙ୍କି ମାନଙ୍କରେ ଯାଞ୍ଚ କରାଗଲେ ଯଦି କେହି ଅପମିଶ୍ରଣ କରୁଥିବା ଜଣାପଡ଼ିବ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।
ପେଟ୍ରୋଲ ପମ୍ପ ଗୁଡିକ ଉପରେ ଏବେ ରାଜ୍ୟ ସରକାରଙ୍କ ନଜର । ଏଣିକି କ୍ୱାଣ୍ଟିଟି, କ୍ୱାଲିଟି ଓ ସର୍ଭିସରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭାଗୀୟ ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ଯାଇ ନିୟମିତ ଭାବେ ପମ୍ପଗୁଡିକ ଯାଞ୍ଚ କରିବେ। ଏପରିକି ଖାଉଟିଙ୍କ ମତାମତ ନେବେ, ଅପମିଶ୍ରଣର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଦେଖନ୍ତୁ ପୂରା ରିପୋର୍ଟ ।