୧୫ରୁ ୧ମରୁ ୮ମ ବାର୍ଷିକ ପରୀକ୍ଷା, ଜାଣନ୍ତୁ ସବିଶେଷ ସୂଚନା…
ଭୁବନେଶ୍ୱର, ୨।୩(ଅସମାପିକା ସାହୁ) – ରାଜ୍ୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ-୨ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏହି ଲିଖିତ ପରୀକ୍ଷା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହେବ। ୧ମ ଓ ୨ୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ୧୯ ତାରିଖରେ ଶେଷ ହେବାକୁ ଥିବାବେଳେ ତୃତୀୟରୁ […] The post ୧୫ରୁ ୧ମରୁ ୮ମ ବାର୍ଷିକ ପରୀକ୍ଷା, ଜାଣନ୍ତୁ ସବିଶେଷ ସୂଚନା… appeared first on Dharitri Odia News.
ଭୁବନେଶ୍ୱର, ୨।୩(ଅସମାପିକା ସାହୁ) – ରାଜ୍ୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ-୨ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏହି ଲିଖିତ ପରୀକ୍ଷା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହେବ। ୧ମ ଓ ୨ୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ୧୯ ତାରିଖରେ ଶେଷ ହେବାକୁ ଥିବାବେଳେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ୨୦ ତାରିଖରେ ସରିବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପରୀକ୍ଷା ଦେଢ଼ଘଣ୍ଟା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ଅବଧି ୨ଘଣ୍ଟା ରହିବ। ଏ ନେଇ ଶନିବାର ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ପରୀକ୍ଷା ପରିଚାଳନା ପାଇଁ ପୂର୍ବରୁ ଏସ୍ଓପି ପ୍ରସ୍ତୁତ ହୋଇ ଦିଆଯାଇଥିଲା। ତାହାକୁ ପାଳନ କରିବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।
The post ୧୫ରୁ ୧ମରୁ ୮ମ ବାର୍ଷିକ ପରୀକ୍ଷା, ଜାଣନ୍ତୁ ସବିଶେଷ ସୂଚନା… appeared first on Dharitri Odia News.