ବିପୁଳ ପରିମାଣର ଗଞ୍ଜେଇ ଜବତ
ବଡ଼ମ୍ବା : ବଡ଼ମ୍ବା ପୁଲିସ ସାନ୍ଧ୍ୟ କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଚୋରା ଗଞ୍ଜାଇ ବ୍ୟବସାୟୀକୁ ଧରିବାରେ ସକ୍ଷମ ହୋଇଛି। ଏହା ସହ ଅଭିଯୁକ୍ତଠାରୁ ୪କେଜି ୫୦ଗ୍ରାମ ଓଜନର ଚୋରା ଗଞ୍ଜେଇ ମଧ୍ୟ ଜବତ କରାଯାଇଥିବା ଥାନା ଆଇ ଆଇ ସି ଶିବପ୍ରସାଦ ଭଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଡ଼ମ୍ବା ସହକାରୀ ଥାନା ଅଧିକାରିଣୀ ସୁଚିତ୍ରା ଜୟସିଂ ସଦଳବଳେ ସାନ୍ଧ୍ୟ କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏହି […]

ବଡ଼ମ୍ବା : ବଡ଼ମ୍ବା ପୁଲିସ ସାନ୍ଧ୍ୟ କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଚୋରା ଗଞ୍ଜାଇ ବ୍ୟବସାୟୀକୁ ଧରିବାରେ ସକ୍ଷମ ହୋଇଛି। ଏହା ସହ ଅଭିଯୁକ୍ତଠାରୁ ୪କେଜି ୫୦ଗ୍ରାମ ଓଜନର ଚୋରା ଗଞ୍ଜେଇ ମଧ୍ୟ ଜବତ କରାଯାଇଥିବା ଥାନା ଆଇ ଆଇ ସି ଶିବପ୍ରସାଦ ଭଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବଡ଼ମ୍ବା ସହକାରୀ ଥାନା ଅଧିକାରିଣୀ ସୁଚିତ୍ରା ଜୟସିଂ ସଦଳବଳେ ସାନ୍ଧ୍ୟ କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏହି ଥାନା ଅନ୍ତର୍ଗତ କେଶାବେରେଣୀ ଛକ ନିକଟରୁ ଝାଜିଆ ଗ୍ରାମର ଉପେନ୍ଦ୍ର କୁମାର ସାହୁ ନାମକ ଯୁବକଠୁ ଗଞ୍ଜେଇ ଜବତ କରିବା ସହ ତାକୁ ଗିରଫ କରିଥିଲେ। ଏନେଇ ବଡ଼ମ୍ବା ଥାନା ତରଫରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଭିଯୁକ୍ତ ଉପେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମ୍ପୃକ୍ତ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।