ସନ୍ଧ୍ୟାରେ ଶ୍ରୀଜିଉଙ୍କ ସୁନାବେଶ

ବଲାଙ୍ଗୀର,୬ା୭(ସୁନୀଲ ମହାନ୍ତି): ଶନିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଶ୍ରୀଜିଉ ଘରକୁ ଫେରିବା ପରେ ଚଳିତବର୍ଷର ଗୁଣ୍ଡିଚା ରଥଯାତ୍ରା ସାମାପନ ହୋଇଛି। ଶନିବାର ଅପରାହ୍ନରେ ବଲାଙ୍ଗୀର ସହର କୋଶଳ କଳା ମଣ୍ଡଳ ରଥ ଯାତ୍ରା ପକ୍ଷରୁ ପହଣ୍ଡି କରି ରଥାରୂଢ଼ କରିଥିଲେ। ପରେ ତିନି ବିଗ୍ରହଙ୍କ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥିଲେ। ବିଧି ଅନୁଯାୟୀ ତିନି ବିଗ୍ରହଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା। ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଆଜି ରବିବାର […] The post ସନ୍ଧ୍ୟାରେ ଶ୍ରୀଜିଉଙ୍କ ସୁନାବେଶ appeared first on Dharitri Odia News.

ସନ୍ଧ୍ୟାରେ ଶ୍ରୀଜିଉଙ୍କ ସୁନାବେଶ

ବଲାଙ୍ଗୀର,୬ା୭(ସୁନୀଲ ମହାନ୍ତି): ଶନିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଶ୍ରୀଜିଉ ଘରକୁ ଫେରିବା ପରେ ଚଳିତବର୍ଷର ଗୁଣ୍ଡିଚା ରଥଯାତ୍ରା ସାମାପନ ହୋଇଛି। ଶନିବାର ଅପରାହ୍ନରେ ବଲାଙ୍ଗୀର ସହର କୋଶଳ କଳା ମଣ୍ଡଳ ରଥ ଯାତ୍ରା ପକ୍ଷରୁ ପହଣ୍ଡି କରି ରଥାରୂଢ଼ କରିଥିଲେ। ପରେ ତିନି ବିଗ୍ରହଙ୍କ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥିଲେ। ବିଧି ଅନୁଯାୟୀ ତିନି ବିଗ୍ରହଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା। ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଆଜି ରବିବାର ସନ୍ଧ୍ୟାରେ ମହାବାହୁଙ୍କ ସୁନାବେଶ ହେବ। ସହସ୍ରାଧିକ ଭକ୍ତ ସୁନାବେଶରେ ଶ୍ରୀଜିଉଙ୍କ ଦର୍ଶନ ପାଇବେ। ଏବେଠାରୁ କୋଶଳ କଳା ମଣ୍ଡଳ ରଥଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଶେଷଦେବ ସେଠ୍‌, ସୋମନାଥ ସେଠ୍‌, ଶେଖର ସେଠ୍‌, ରଶ୍ମୀକାନ୍ତ ସେଠ୍‌, ଝସକେତନ ସେଠ୍‌ , ଦେବେନ୍ଦ୍ର ସେଠ୍‌ ଓ ଭିକୁ ସେଠ୍‌ କହିଛନ୍ତି l

The post ସନ୍ଧ୍ୟାରେ ଶ୍ରୀଜିଉଙ୍କ ସୁନାବେଶ appeared first on Dharitri Odia News.