ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ ପ୍ରାୟ ପଚାଶରୁ ଷାଠିଏ ମହୁମାଛି ଘୁରି ବୁଲୁଛନ୍ତି। ଫଳରେ ଭୟ ଓ ଆତଙ୍କିତ ଅବସ୍ଥାରେ ଛାତ୍ରୀଛାତ୍ର, ଶିକ୍ଷକ ରହିଛନ୍ତି। ସେବାଶ୍ରମରେ ପିଲାଙ୍କୁ ଛାଡ଼ିଥିବା ଅଭିଭାବକ ମାନେ ମଧ୍ୟ ଭୟ କରୁଛନ୍ତି। ବୁଧବାର ସକାଳୁଆ ବିଦ୍ୟାଳୟ ସ୍ବାଭାବିକ ଭାବେ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମବାସୀ, ପରିଚାଳନା କମିଟିର ସହାୟତାରେ ମହୁମାଛି […] The post ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର appeared first on Dharitri Odia News.

ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୬।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ ପ୍ରାୟ ପଚାଶରୁ ଷାଠିଏ ମହୁମାଛି ଘୁରି ବୁଲୁଛନ୍ତି। ଫଳରେ ଭୟ ଓ ଆତଙ୍କିତ ଅବସ୍ଥାରେ ଛାତ୍ରୀଛାତ୍ର, ଶିକ୍ଷକ ରହିଛନ୍ତି। ସେବାଶ୍ରମରେ ପିଲାଙ୍କୁ ଛାଡ଼ିଥିବା ଅଭିଭାବକ ମାନେ ମଧ୍ୟ ଭୟ କରୁଛନ୍ତି। ବୁଧବାର ସକାଳୁଆ ବିଦ୍ୟାଳୟ ସ୍ବାଭାବିକ ଭାବେ ହୋଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମବାସୀ, ପରିଚାଳନା କମିଟିର ସହାୟତାରେ ମହୁମାଛି ବସା ବାନ୍ଧିଥିବା ବସାକୁ ପୋଡି ଦିଆଯାଇଥିଲା। କିନ୍ତୁ ବୁଧବାର ପୁଣି ନିକଟସ୍ଥ ଜଙ୍ଗଲରୁ ମହୁମାଛି ସେହି ସ୍ଥାନରେ ଆସି ନୂଆ ବସା ତିଆରି କରୁଛନ୍ତି। ସକାଳୁ ମଧ୍ୟ ଜଣେ ବିଦ୍ୟାର୍ଥୀଙ୍କୁ ମହୁମାଛି ଆକ୍ରମଣ କରିଛି। ତାକୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପ୍ରଧାନ ଶିକ୍ଷକ ନେଇଥିବା ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ମହାନାୟକ କହିଛନ୍ତି। କାଲି ଯେଉଁ ପିଲାଙ୍କୁ ମହୁମାଛି ଆକ୍ରମଣ କରିଥିଲା ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଆଜି ସକାଳୁଆ ବିଦ୍ୟାଳୟରେ ପାଠପଢା ସ୍ବାଭାବିକ ଥିଲା ଓ ଆହତ, ଗୁରୁତର ଛାତ୍ରୀଛାତ୍ରମାନେ ପାଠ ପଢିଥିଲେ।

ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ସେବାଶ୍ରାମ ପରିଦର୍ଶନରେ ଯାଇଥିଲେ। ସେଠାରେ ପୁଣି ମହୁମାଛି ବୁଲୁଥିବା ଦେଖି ବିଡ଼ିଓଙ୍କୁ ଜଣାଇଥିଲେ। ବିଡ଼ିଓ ବନ ବିଭାଗକୁ ଏହାର ସ୍ଥାୟୀ ସମାଧାନ ପାଇଁ ଚିଠି ଲେଖୁଥିବା କହିଛନ୍ତି। ସେବାଶ୍ରାମରେ ପାଠ ପଢିବାକୁ ଛାଡ଼ିଥିବା ଅଭିଭାବକମାନେ ତାଙ୍କ ପିଲାମାନେ କିଭଳି ପରିସ୍ଥିତିରେ ଅଛନ୍ତି, ସେମାନେ ଜାଣିବା ପାଇଁ ସେବାଶ୍ରାମକୁ ବୁଲି ଆସି ନିଜ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝୁଛନ୍ତି।

The post ସେବାଶ୍ରମରେ ଏବେ ବି ଘୁରିବୁଲୁଛି ମହୁମାଛି: ଆତଙ୍କିତ ଛାତ୍ରୀଛାତ୍ର appeared first on Dharitri Odia News.