ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍
କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ନିହାତି ଦରକାର। କାରଣ ତାହା ପରୋକ୍ଷରେ କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ରାଗକୁ ନିୟନ୍ତ୍ରଣରେ ରଖିବାକୁ ବେଜିଂ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ଅଭିନବ ଉପାୟ ବାହାର କରିଛନ୍ତି। ପ୍ରାୟ ତିନି ବର୍ଷ ଧରି ଏହା ଉପରେ ଗବେଷଣା କରି ସେମାନେ ଏକ ହାଇଟେକ୍ ଡିଭାଇସ୍ ପ୍ରସ୍ତୁତ […] The post ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍ appeared first on Dharitri Odia News.
କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ନିହାତି ଦରକାର। କାରଣ ତାହା ପରୋକ୍ଷରେ କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ରାଗକୁ ନିୟନ୍ତ୍ରଣରେ ରଖିବାକୁ ବେଜିଂ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ଅଭିନବ ଉପାୟ ବାହାର କରିଛନ୍ତି। ପ୍ରାୟ ତିନି ବର୍ଷ ଧରି ଏହା ଉପରେ ଗବେଷଣା କରି ସେମାନେ ଏକ ହାଇଟେକ୍ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି। ଯଦି ଜଣେ ବ୍ୟକ୍ତି ରାଗିଯାଆନ୍ତି, ତେବେ ଏହାକୁ ବାହୁରେ କିଛି ସମୟ ବାନ୍ଧିଦେଲେ ତାଙ୍କର ରାଗ କେତେକାଂଶରେ ପ୍ରଶମିତ ହୋଇଯାଇଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ଡିଭାଇସ୍ରେ ଏଭଳି ଶକ୍ତି ରହିଛି ଯାହା ମନର ଉତ୍ତେଜନାକୁ ଧୀରେ ଧୀରେ କମାଇଥାଏ। ପରୀକ୍ଷାମୂଳକ ଭାବରେ ବ୍ୟବହାର କରି ଏଥିରୁ ସଫଳତା ମିଳିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।
The post ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍ appeared first on Dharitri Odia News.