ଆଜି ଶପଥ ନେବେ ହେମନ୍ତ ସୋରେନ୍: ସୁରକ୍ଷା କଡ଼ାକଡ଼ି
ରାଞ୍ଚତ୍, ୨୮ା୧୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗୁରୁବାର ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ବୁଧବାର ରାଞ୍ଚତ୍ସ୍ଥିତ ମୋରହାବାଦି ମୈଦାନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ହେମନ୍ତଙ୍କୁ ଅଧିକାରୀମାନେ ସମାରୋହ ସ୍ଥଳରେ ମଞ୍ଚ ନିର୍ମାଣ, ସାଜସଜ୍ଜା, ବିଦ୍ୟୁତ, ଧ୍ୱନି ତଥା ସୁରକ୍ଷା ବ୍ୟବସ୍ଥା ଏବଂ ଅତିଥି ସ୍ବାଗତ ସତ୍କାର ଓ ଆଗନ୍ତୁକମାନଙ୍କ ବସିବା ବ୍ୟବସ୍ଥାକୁ ନେଇ ଅବଗତ କରାଇଛନ୍ତି। ହେମନ୍ତ କହିଛନ୍ତି, […] The post ଆଜି ଶପଥ ନେବେ ହେମନ୍ତ ସୋରେନ୍: ସୁରକ୍ଷା କଡ଼ାକଡ଼ି appeared first on Dharitri Odia News.
ରାଞ୍ଚତ୍, ୨୮ା୧୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗୁରୁବାର ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ବୁଧବାର ରାଞ୍ଚତ୍ସ୍ଥିତ ମୋରହାବାଦି ମୈଦାନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ହେମନ୍ତଙ୍କୁ ଅଧିକାରୀମାନେ ସମାରୋହ ସ୍ଥଳରେ ମଞ୍ଚ ନିର୍ମାଣ, ସାଜସଜ୍ଜା, ବିଦ୍ୟୁତ, ଧ୍ୱନି ତଥା ସୁରକ୍ଷା ବ୍ୟବସ୍ଥା ଏବଂ ଅତିଥି ସ୍ବାଗତ ସତ୍କାର ଓ ଆଗନ୍ତୁକମାନଙ୍କ ବସିବା ବ୍ୟବସ୍ଥାକୁ ନେଇ ଅବଗତ କରାଇଛନ୍ତି। ହେମନ୍ତ କହିଛନ୍ତି, ସମାରୋହ ସ୍ଥଳ ପର୍ଯ୍ୟନ୍ତ ଯାତାୟାତ ଏବଂ ଯାନବାହନ ପାର୍କିଂର ଉଚିତ୍ ବ୍ୟବସ୍ଥା କରାଯିବା ଆବଶ୍ୟକ, ଯଦ୍ଦ୍ବାରା କୌଣସି ସ୍ତରରେ କାହା ପାଇଁ କୌଣସି ଅସୁବିଧା ନ ଉପୁଜିବ। ସେ ଅଧିକାରୀମାନଙ୍କୁ ଆହୁରି କହିଛନ୍ତି ଯେ, ଶପଥ ଗ୍ରହଣ ଫଳରେ ପାନୀୟ ଜଳ ସହିତ ଅନ୍ୟ ସମସ୍ତ ଜରୁରୀ ସୁବିଧା ଉପଲବ୍ଧ ହେବା ଆବଶ୍ୟକ। ଏହି ଅବସରରେ ବିଧାୟିକା କଳ୍ପନା ସୋରେନ୍, ମୁଖ୍ୟ ସଚିବ ଅଳକା ତିଓ୍ବାରୀ, ଉଚ୍ଚ ମୁଖ୍ୟ ସଚିବ ଅବିନାଶ କୁମାର, ପ୍ରଧାନ ସଚିବ ବନ୍ଦନା ଦାଦେଲ, ସଚିବ ଅମିତାଭ କୌଶଲ, ରାଞ୍ଚତ୍ ଉପାୟୁକ୍ତ ବରୁଣ ରଞ୍ଜନ, ବରିଷ୍ଠ ପୋଲିସ ଅଧୀକ୍ଷକ ଚନ୍ଦନ ସିହ୍ନା ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ଆଜି ଶପଥ ନେବେ ହେମନ୍ତ ସୋରେନ୍: ସୁରକ୍ଷା କଡ଼ାକଡ଼ି appeared first on Dharitri Odia News.