ମେଜର-ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ତଦନ୍ତକୁ ନେଇ…
ଭୁବନେଶ୍ୱର,୫ା୨: ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ବୁଧବାର ଶେଷ ହୋଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦିଆଯିବ। ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରିପୋର୍ଟ ଦିଆଯିବ। ଶୁଭେନ୍ଦ୍ର କହିଛନ୍ତି, କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ଥିଲା। ଆଜି ବାନ୍ଧବୀ ଏବଂ […] The post ମେଜର-ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ତଦନ୍ତକୁ ନେଇ… appeared first on Dharitri Odia News.
ଭୁବନେଶ୍ୱର,୫ା୨: ଭରତପୁର ଥାନା ମାମଲାରେ ତଦନ୍ତ କମିଶନଙ୍କ ତଦନ୍ତ ବୁଧବାର ଶେଷ ହୋଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ତଦନ୍ତ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜଷ୍ଟିସ ସି.ଆର ଦାଶ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦିଆଯିବ। ମିଳିଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ ଏହି ରିପୋର୍ଟ ଦିଆଯିବ।
ଶୁଭେନ୍ଦ୍ର କହିଛନ୍ତି, କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ଥିଲା। ଆଜି ବାନ୍ଧବୀ ଏବଂ ତାଙ୍କ ଓକିଲ ଅଭିଯୁକ୍ତ ପୋଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା। ମେଜରଙ୍କ ବାନ୍ଧବୀଙ୍କ ଓକିଲ ଆସନ୍ତା ୧୫ ଯାଏ ସମୟ ମାଗିଥିଲେ। କମିଶନଙ୍କ ନିକଟରେ ଆଉ ସମୟ ନ ଥିବାରୁ ତଦନ୍ତକୁ ଶେଷ କରିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୪ ରାତିରେ ଭରତପୁର ଥାନା ଅଞ୍ଚଳରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଅଭିଯୋଗ ପାଇଁ ଉଭୟ ଥାନାରେ ଥାନାରେ ପହଞ୍ଚିଲା ପରେ ପୋଲିସ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲା। ପରେ ଏହାକୁ ନେଇ ସରକାର ତଦନ୍ତ କମିଶନ ବସାଇଥିଲେ।
The post ମେଜର-ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ତଦନ୍ତକୁ ନେଇ… appeared first on Dharitri Odia News.