ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୨୨।୩: ଇଡି ଗିରଫ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରତ୍ୟାହାର କରି ନେଇଛନ୍ତି। କୁହାଯାଇଛି ଯେ କୋର୍ଟ ଏହା ପୂର୍ବରୁ ଶୁଣାଣି କରିବାକୁ ରାଜି ହୋଇଥିଲେ। ଏଥିପାଇଁ ମୁଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡ ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିଶ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତା ବାଲା ବେଞ୍ଚକୁ ମାମଲା ହସ୍ତାନ୍ତର କରିଥିଲେ। ତେବେ ବର୍ତ୍ତମାନ ଏହା ସାମ୍ନାକୁ ଆସୁଛି ଯେ ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିମ୍ନ ଅଦାଲତଙ୍କ […] The post ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଲେ କେଜରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ଇଡି ଗିରଫ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରତ୍ୟାହାର କରି ନେଇଛନ୍ତି। କୁହାଯାଇଛି ଯେ କୋର୍ଟ ଏହା ପୂର୍ବରୁ ଶୁଣାଣି କରିବାକୁ ରାଜି ହୋଇଥିଲେ। ଏଥିପାଇଁ ମୁଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡ ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିଶ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତା ବାଲା ବେଞ୍ଚକୁ ମାମଲା ହସ୍ତାନ୍ତର କରିଥିଲେ। ତେବେ ବର୍ତ୍ତମାନ ଏହା ସାମ୍ନାକୁ ଆସୁଛି ଯେ ଏହି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିମ୍ନ ଅଦାଲତଙ୍କ ନିକଟକୁ ଯାଇ ପାରନ୍ତି।
କୁହାଯାଉଛି କି ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ ନେଇ ଅଭିଷେକ ମନୁ ସିଂଘଭି ସିଜେଆଇଙ୍କ ଘରକୁ ଯାଇ ଏହି ମାମଲାର ଶୁଣାଣି ପାଇଁ ନିବେଦନ କରିଥିଲେ।
ସୂଚନାଯୋଗ୍ୟ, ଗୁରୁବାର ରାତିରେ କେଜରିଓ୍ବାଲଙ୍କ ଗିରଫଦାରୀ ସମୟରେ ତାଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟ ପହଞ୍ଚିଥିଲେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ନେଇ ତୁରନ୍ତ ଶୁଣାଣି କରିବାକୁ ଅପିଲ କରିଥିଲେ।
The post ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଲେ କେଜରିଓ୍ବାଲ appeared first on Dharitri Odia News.