ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହେଲା ଫିକ୍ସିଂ, ଜାଣିଶୁଣି ଖେଳାଳି ହେଲେ ଆଉଟ୍‌: ଭାଇରାଲ ହେଉଛି ଭିଡିଓ

କୋଲକାତା,୨୯।୨: କୋଲକାତାର ପ୍ରଥମ ଡିଭିଜନ ଗ୍ରୁପ ଏ ଲିଗରେ ଟାଉନ କ୍ଲବ ଏବଂ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ମ୍ୟାଚର ଏହି ଭିଡିଓ କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ମହମ୍ମଦାନ ଦଳର ବ୍ୟାଟ୍ସମ୍ୟାନ ଜାଣିଶୁଣି ବଲ ଛାଡିଥିବା ଦେଖାଯାଇଛି, ଯେଉଁଥିରେ ସେ ଆଉଟ୍‌ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଟାଉନ କ୍ଲବ ୪୪୬ ରନ ସଂଗ୍ରହ କରିଥିଲା। ଯେତେବେଳେ ମହମ୍ମଦାନ […] The post ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହେଲା ଫିକ୍ସିଂ, ଜାଣିଶୁଣି ଖେଳାଳି ହେଲେ ଆଉଟ୍‌: ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ହେଲା ଫିକ୍ସିଂ, ଜାଣିଶୁଣି ଖେଳାଳି ହେଲେ ଆଉଟ୍‌: ଭାଇରାଲ ହେଉଛି ଭିଡିଓ

କୋଲକାତା,୨୯।୨: କୋଲକାତାର ପ୍ରଥମ ଡିଭିଜନ ଗ୍ରୁପ ଏ ଲିଗରେ ଟାଉନ କ୍ଲବ ଏବଂ ମହମ୍ମଦାନ ସ୍ପୋର୍ଟିଂ କ୍ଲବ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ମ୍ୟାଚର ଏହି ଭିଡିଓ କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ ମହମ୍ମଦାନ ଦଳର ବ୍ୟାଟ୍ସମ୍ୟାନ ଜାଣିଶୁଣି ବଲ ଛାଡିଥିବା ଦେଖାଯାଇଛି, ଯେଉଁଥିରେ ସେ ଆଉଟ୍‌ ହୋଇଛନ୍ତି।
ପ୍ରଥମେ ବ୍ୟାଟିଂ କରି ଟାଉନ କ୍ଲବ ୪୪୬ ରନ ସଂଗ୍ରହ କରିଥିଲା। ଯେତେବେଳେ ମହମ୍ମଦାନ ଦଳ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ମ୍ୟାଚ ଫିକ୍ସିଂର ପ୍ରମାଣ ସାମ୍ନାକୁ ଆସିଥିଲା। କାରଣ ଓପନର୍‌ ସମ୍ବିତ ରାୟ ୨୦ ରନ୍‌ରେ ବ୍ୟାଟିଂ କରୁଥିବାବେଳେ ସନ୍ଦୀପ ତୋମାରଙ୍କ ବିପକ୍ଷରେ ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ସମ୍ବିତ କ୍ରିଜକୁ ଫେରିବା ପାଇଁ କୌଣସି ପ୍ରୟାସ କରି ନ ଥିଲେ, ଯାହାଫଳରେ ପିଚରେ ତାଙ୍କର ଉଦ୍ଦେଶ୍ୟ ବିଷୟରେ କଳ୍ପନାଜଳ୍ପନାର କାରଣ ହୋଇଥିଲା।
ଅଧିନାୟକ ଦୀପ ଚାଟାର୍ଜୀ ମଧ୍ୟ ଏହି ଘଟଣାରେ ଜଡିତ ହୋଇପାରନ୍ତି। ଚାଟାର୍ଜୀ ତୋମାରଙ୍କ ବଲ ଛାଡିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଷ୍ଟମ୍ପର ଅତି ନିକଟ ଥିଲା। ଏଥିରେ ସେ ଆଉଟ୍‌ ହୋଇଥିଲେ। ଏହାର କିଛି ସମୟ ପରେ ନୀତିନ ବର୍ମାଙ୍କ ନିଷ୍ପତ୍ତି ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା।
ବଙ୍ଗଳାର ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ବାମୀ ମଧ୍ୟ ଫେସବୁକରେ ଲେଖିଛନ୍ତି, କୋଲକାତା କ୍ରିକେଟ ସର୍କିଟରେ ଏହି ଘଟଣା ଦେଖି ସେ ଅତ୍ୟନ୍ତ ନିରାଶ ଓ ଲଜ୍ଜିତ। ସେ ଦଳଗୁଡ଼ିକୁ ବେଙ୍ଗଲ କ୍ରିକେଟ ନଷ୍ଟ ନ କରିବାକୁ କହିଥିଲେ ଏବଂ ଏହି ପ୍ରସଙ୍ଗରେ ମିଡିଆ ହସ୍ତକ୍ଷେପ ଲୋଡ଼ିଥିଲେ।