କେଜ୍ରିୱାଲଙ୍କୁ ପୁଣି ଇଡିର ସମନ, ୨୧ରେ ହାଜର ହେବାକୁ ନୋଟିସ୍‌

୨୧ ମାର୍ଚ୍ଚରେ ହାଜର ହେବାକୁ ନବମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ଇଡି ।

କେଜ୍ରିୱାଲଙ୍କୁ ପୁଣି ଇଡିର ସମନ, ୨୧ରେ ହାଜର ହେବାକୁ ନୋଟିସ୍‌

ପୁଣି ଅଡ଼ୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କୁ ୨ଟି ପୃଥକ ପୃଥକ ସମନ କରିଛି ଇଡି। ଅବକାରୀ ନୀତି ଓ ଜଳ ବୋର୍ଡ ମାମଲାରେ ପୃଥକ ସମନ। ଅବକାରୀ ମାମଲାରେ କେଜ୍ରିୱାଲଙ୍କୁ ନବମ ସମନ । ଏହି ମାମଲାରେ ୨୧ରେ ହାଜର ହେବାକୁ ତାଙ୍କୁ ଇଡି ପକ୍ଷରୁ ନୋଟିସ୍ କରାଯାଇଛି। ସେହିପରି ଜଳ ବୋର୍ଡ ମାମଲାରେ କାଲି ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ ହୋଇଛି। ଗତ ସମନରେ ହାଜର ନ ହେବା ମାମଲାରେ କୋର୍ଟ ଗତକାଲି କେଜ୍ରିୱାଲଙ୍କୁ ଆଗୁଆ ଜାମିନ ମିଳିଥିଲା। କିନ୍ତୁ ଇଡି ଏହି ମାମଲା ଉପରେ ଜେରା ପାଇଁ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ଏହା ପୂର୍ବରୁ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଥର ଇଡି ସମନ ପଠାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏଥିପାଇଁ କେଜ୍ରିୱାଲଙ୍କୁ ଗିରଫ ଭୟ ଘାରିଥିଲା ।

ଇଡିର ସମନ ଅବମାନନା ନେଇ ଗିରଫ ହେବାର ଆଶଙ୍କା ଥିଲା । କୋର୍ଟରୁ କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ସେ ଟିକେ ଆଶ୍ୱସ୍ତି ହୋଇଥିବାବେଳେ ପୁଣି ଥରେ ଆଜି ଇଡି ପକ୍ଷରୁ ନୋଟିସ୍‌ ମିଳିଛି । ପରଚାଉଚରା ବାହାନାରେ ଇଡି ତାଙ୍କୁ ଗିରଫ କରିବାକୁ ଚାହୁଁଛି ବୋଲି ଆମ୍‌ ଆଦମୀ ପାର୍ଟି ଅଭିଯୋଗ କରିଛି। ଇଡିର ନୋଟିସ୍‌ ବେଆଇନ। କେନ୍ଦ୍ର ସରକାର ହଇରାଣ କରିବାକୁ ଇଡିକୁ ହାତବାରିସି କରିଛି ବୋଲି ଆପ୍‌ ଅଭିଯୋଗ କରିଆସିଛି। ସେପଟେ ଦିଲ୍ଲୀ ଜଳ ବୋର୍ଡରେ ଏକ ମାମଲାରେ ମଧ୍ୟ ହାଜର ହେବାକୁ ନୋଟିସ୍‌ ମିଳିଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।