ବେଙ୍ଗାଲୁରରେ ନଜର ଆସିବେ ମିଷ୍ଟର ୩୬୦, ବିରାଟଙ୍କ ଉପରେ ଡିପେଣ୍ଡ ରହିବନି RCB

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ରେ ଅନେକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ।  ଆଇପିଏଲ୍‌ର ଆଗାମୀ ସିଜିନକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ଏହା ପୂର୍ବରୁ ଅନୁଷ୍ଠିତ ହେବ ଖେଳାଳିଙ୍କ ମେଗା ନିଲାମୀ । ସବୁ ଫ୍ରାଞ୍ଚାଇଜ୍‌ ୪ ଜଣ ଲେଖାଏଁ ପ୍ଲେୟରଙ୍କୁ ଛାଡି ଅନ୍ୟ ପ୍ଲେୟରଙ୍କୁ କରିବ ରିଲିଜ୍‌ । ଏପରି ହେବା ଦ୍ବାରା ଅନେକ ପ୍ଲେୟର ଅନ୍ୟ ଟିମ୍‌ ପାଇଁ ଖେଳୁଥିବା ଦେଖିବାକୁ ମିଳିବେ । ତେବେ ଆଗାମୀ ସିଜିନ୍‌ରେ ଟ୍ରଫି ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଆରସିବି । ଖାସ୍‌ କରି ଟିମ୍‌ ମଜବୁତ କରିବାକୁ ଚାହୁଁଛି ଫ୍ରାଞ୍ଚାଇଜ୍ । ତେଣୁ ଏକ ନୂଆ କ୍ୟାପଟେନ୍‌ ଆଣିବାକୁ ଚେଷ୍ଟା କରୁଛି ଫ୍ରାଞ୍ଚାଇଜ୍ । RCB ବର୍ତ୍ତମାନ ଫାଫ୍ ଡୁ ପ୍ଲେସିସ୍ ରିଲିଜ୍‌ କରିବାକୁ ହେଉଛି ପ୍ରସ୍ତୁତ। ଏଭଳି ପରିସ୍ଥିତିରେ ଫ୍ରାଞ୍ଚାଇଜ୍ ଜଣେ ଭାରତୀୟ ଖେଳାଳିଙ୍କ ଉପରେ ରଖିଛି ନଜର । ଯିଏକି ଆସନ୍ତା କିଛି ବର୍ଷ ମଧ୍ୟରେ ଦଳର ଦାୟିତ୍ୱ ନେଇପାରିବ ଏବଂ ଟିମ୍‌କୁ ପ୍ରଥମ ଟାଇଟଲ୍ ଜିତାଇ ପାରିବ। ରିପୋର୍ଟ ଅନୁଯାୟୀ, ଆରସିବି ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ଟିମ୍‌କୁ ଆଣିବାକୁ ଚାହୁଁଛି। ରିପୋର୍ଟରେ କୁହାଯାଇଛି କି ଆରସିବି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ଚାହୁଁଛନ୍ତି । ଖେଳାଳିଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଯେ କୌଣସି ରାଶି ଦେବାକୁ ଫ୍ରାଞ୍ଚାଇଜ୍ ମଧ୍ୟ ପ୍ରସ୍ତୁତ ରହିଛି । ତେବେ ଏହି ଡିଲ୍‌ କେବଳ ଟ୍ରେଡ୍

ବେଙ୍ଗାଲୁରରେ ନଜର ଆସିବେ ମିଷ୍ଟର ୩୬୦, ବିରାଟଙ୍କ ଉପରେ ଡିପେଣ୍ଡ ରହିବନି RCB

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ରେ ଅନେକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ।  ଆଇପିଏଲ୍‌ର ଆଗାମୀ ସିଜିନକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ଏହା ପୂର୍ବରୁ ଅନୁଷ୍ଠିତ ହେବ ଖେଳାଳିଙ୍କ ମେଗା ନିଲାମୀ । ସବୁ ଫ୍ରାଞ୍ଚାଇଜ୍‌ ୪ ଜଣ ଲେଖାଏଁ ପ୍ଲେୟରଙ୍କୁ ଛାଡି ଅନ୍ୟ ପ୍ଲେୟରଙ୍କୁ କରିବ ରିଲିଜ୍‌ । ଏପରି ହେବା ଦ୍ବାରା ଅନେକ ପ୍ଲେୟର ଅନ୍ୟ ଟିମ୍‌ ପାଇଁ ଖେଳୁଥିବା ଦେଖିବାକୁ ମିଳିବେ । 

ତେବେ ଆଗାମୀ ସିଜିନ୍‌ରେ ଟ୍ରଫି ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଆରସିବି । ଖାସ୍‌ କରି ଟିମ୍‌ ମଜବୁତ କରିବାକୁ ଚାହୁଁଛି ଫ୍ରାଞ୍ଚାଇଜ୍ । ତେଣୁ ଏକ ନୂଆ କ୍ୟାପଟେନ୍‌ ଆଣିବାକୁ ଚେଷ୍ଟା କରୁଛି ଫ୍ରାଞ୍ଚାଇଜ୍ । RCB ବର୍ତ୍ତମାନ ଫାଫ୍ ଡୁ ପ୍ଲେସିସ୍ ରିଲିଜ୍‌ କରିବାକୁ ହେଉଛି ପ୍ରସ୍ତୁତ। ଏଭଳି ପରିସ୍ଥିତିରେ ଫ୍ରାଞ୍ଚାଇଜ୍ ଜଣେ ଭାରତୀୟ ଖେଳାଳିଙ୍କ ଉପରେ ରଖିଛି ନଜର । ଯିଏକି ଆସନ୍ତା କିଛି ବର୍ଷ ମଧ୍ୟରେ ଦଳର ଦାୟିତ୍ୱ ନେଇପାରିବ ଏବଂ ଟିମ୍‌କୁ ପ୍ରଥମ ଟାଇଟଲ୍ ଜିତାଇ ପାରିବ। 

ରିପୋର୍ଟ ଅନୁଯାୟୀ, ଆରସିବି ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ଟିମ୍‌କୁ ଆଣିବାକୁ ଚାହୁଁଛି। ରିପୋର୍ଟରେ କୁହାଯାଇଛି କି ଆରସିବି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ଚାହୁଁଛନ୍ତି । ଖେଳାଳିଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଯେ କୌଣସି ରାଶି ଦେବାକୁ ଫ୍ରାଞ୍ଚାଇଜ୍ ମଧ୍ୟ ପ୍ରସ୍ତୁତ ରହିଛି । ତେବେ ଏହି ଡିଲ୍‌ କେବଳ ଟ୍ରେଡ୍‌ ଜରିଆରେ ହୋଇପାରିବ । ଆଇପିଏଲ୍‌ ନିୟମ ଅନୁଯାୟୀ ସବୁ ଟିମ୍‌ ମେଗା ଅକ୍ସନ ପୂର୍ବରୁ ୪ଜଣ ଲେଖାଏଁ ପ୍ଲେୟରଙ୍କୁ ନିଜ ପାଖରେ ରଖିପାରିବ ଏବଂ ଅନ୍ୟ ପ୍ଲେୟରଙ୍କୁ କରିବ ରିଲିଜ୍‌ । ଏହାବ୍ୟତୀତ ଅକ୍ସନ ପୂର୍ବରୁ ଟିମ ନିଜ ମଧ୍ୟରେ ଟ୍ରେଡ କରିପାରିବ ।

ଏଥିରେ ପ୍ଲେୟରଙ୍କର ଅଦଳ-ବଦଳ ହୋଇଥାଏ । ନଚେତ୍‌ ଗୋଟିଏ ଟିମ୍‌ ଅନ୍ୟ ଟିମ୍‌ରୁ ପ୍ଲେୟରଙ୍କୁ ନେବା ପାଇଁ ଟଙ୍କା ଦେଇଥାଏ । ଯଦି ଆରସିବିକୁ ସୂର୍ଯ୍ୟକୁମାର ଆବଶ୍ୟକ ତେବେ ସେ ମୁମ୍ବାଇ ଠାରୁ ଟ୍ରେଡ କରିପାରିବ ।  ଆଇପିଏଲ୍ ୨୦୨୫ରେ ରିଟେନ ପ୍ଲେୟରଙ୍କୁ ନେଇ ହୋଇପାରେ ବଡ ପରିବର୍ତ୍ତନ । ଏହି ନିୟମ ଲାଗୁ ହେଲେ ସବୁ ଫ୍ରାଞ୍ଚାଇଜ୍‌ ନିଜ ରିଟେନ ପ୍ଲେୟରଙ୍କ ସଂଖ୍ୟା ବଢାଇବେ । ଏହି ସଂଖ୍ୟା ୪ରୁ ବଢି ୬ ହୋଇପାରେ । ତେବେ ବିସିସିଆଇ ଏଥିପାଇଁ ପ୍ରସ୍ତୁତ ନୁହେଁ । 

ସଦ୍ୟତମ ରିପୋର୍ଟରେ ଦାବି କରାଯାଇଛି ଯେ ଆଇପିଏଲ୍ ୨୦୨୫ ପାଇଁ ବିସିସିଆଇ ଏବଂ ସମସ୍ତ ଦଳ ୪ ପ୍ଲେୟର ଏବଂ ୨ଟି ଆରଟିଏମ୍ ରଖିବାକୁ ରାଜି ହୋଇଛନ୍ତି । ଅଦ୍ୟାବଧି ଆଇପିଏଲ୍ ପରିଚାଳନା ପରିଷଦ କିମ୍ବା ବିସିସିଆଇ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତ୍ତି ଦେଇ ନାହାନ୍ତି। ତେବେ ବର୍ତ୍ତମାନ ଯାଏଁ ଆଇପିଏଲ୍‌ ୨୦୨୫କୁ ନେଇ ଆସୁଥିବା ଖବର, ଯେପରିକି କୌଣସି ପ୍ଲେୟରଙ୍କୁ ରିଲିଜ୍‌ କରିବା ହେଉ କିମ୍ବା ପ୍ଲେୟରଙ୍କୁ ଟ୍ରେଡ କରିବା ସେସବୁ ଗଣମାଧ୍ୟମ କିମ୍ବା ବିଶେଷ ଉତ୍ସରୁ ସାମ୍ନାକୁ ଆସୁଛି । କିନ୍ତୁ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍‌ କି ପ୍ଲେୟାର କିମ୍ବା ଆଇପିଏଲ କୌଣସି ବି ଅଫିସିଆଲ୍‌ ଘୋଷଣା କରିନାହିଁ ।