ନିଜେ କାନ୍ଦିଥିବା କାବ୍ୟା ମାରନ ଟିମ୍ର ଖେଳାଳିଙ୍କୁ ହସାଇ ଦେଲେ, ଜିତି ନେଲେ ଫ୍ୟାନ୍ସଙ୍କ ହୃଦୟ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ତୋଫାନୀ ଖେଳ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବଦ ଫାଇନାଲରେ ନିରାଶ ହୋଇଥିଲା । କେକେଆର ବିପକ୍ଷରେ ଟାଇଟଲ୍ ମୁକାବିଲାରେ ଟିମ୍ ୮ ୱିକେଟରେ ପରାଜିତ ହୋଇଥିଲା । ଏହି ପରାଜୟ ପରେ ହାଇଦ୍ରାବାଦର ପ୍ରତ୍ୟେକ ଖେଳାଳି ନିରାଶ ନଜର ଆସିଥିଲେ । ତାଙ୍କ ଟିମର ମାଲିକାଣୀ କାବ୍ୟା ମାରନ ଷ୍ଟାଡିୟମରେ ହିଁ କାନ୍ଦୁ ଥିବା ନଜର ଆସିଥିଲେ । କିନ୍ତୁ ଏବେ ଏକ ଭିଡିଓ ସାମନାକୁ ଆସିଛି ଯାହା ଫ୍ୟାନ୍ସ ଏବଂ ଖେଳାଳିଙ୍କ ହୃଦୟ ଜିତିଛି । ସନରାଇଜର୍ସ ହାଇଦ୍ରବାଦ କାବ୍ୟା ମାରନଙ୍କ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ସେ ଖେଳାଳିଙ୍କୁ ମନୋବଳ ବଢାଇବା ସହ ସେମାନଙ୍କୁ ଧନ୍ୟବାଦ ଦେଉଥିବା ନଜର ଆସୁଛନ୍ତି । କାବ୍ୟା ମାରନ ଏପରି ମଧ୍ୟ କିଛି କଥା କହିଥିଲେ ଯେଉଁଥିରେ ଖେଳାଳିଙ୍କ ମୁହଁର ହସ ଖେଳିଥିଲା ।କାବ୍ୟା ମାରନ ସନରାଇଜର୍ସ ହାଇଦ୍ରାବାଦର ଡ୍ରେସିଂ ରୁମରେ ସମସ୍ତ ଖେଳାଳିଙ୍କୁ ଏହି ସିଜିନରେ ଭଲ ପ୍ରଦର୍ଶନ ପାଇଁ ଧନ୍ୟବଦ ଜଣାଇଛନ୍ତି । କାବ୍ୟ କହିଛନ୍ତି ଯେ ତାଙ୍କ ଟିମ୍ ଚଳିତ ସିଜିନରେ ସମସ୍ତଙ୍କୁ ଦେଖାଇଛି ଯେ ଟି-୨୦ କ୍ରିକେଟ୍ କିପରି ଖେଳାଯାଏ । କାବ୍ୟା କହିଛନ୍ତି ଯେ ତାଙ୍କ ଟିମ୍ ଯଦିଓ ଏଥର ଚାମ୍ପିୟନ ହୋଇପାରି ନାହିଁ କିନ୍ତୁ ସନରାଇଜର୍ସ ହାଇଦ୍ରବାଦର ଖେଳାଳି ନିଜ ଶକ୍ତି ଦେଖାଇଛନ୍ତି ଏବଂ ଗତ ବର୍ଷ ଶେଷ ସ୍ଥାନରେ ରହିଥିବା ଟିମ୍ ଚଳିତ ସିଜିନରେ ସମସ୍ତଙ୍କ ଚିନ୍ତାଧାରକୁ ବଦଳାଇ ଦେଇଛି ।"Yo
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ରେ ତୋଫାନୀ ଖେଳ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବଦ ଫାଇନାଲରେ ନିରାଶ ହୋଇଥିଲା । କେକେଆର ବିପକ୍ଷରେ ଟାଇଟଲ୍ ମୁକାବିଲାରେ ଟିମ୍ ୮ ୱିକେଟରେ ପରାଜିତ ହୋଇଥିଲା । ଏହି ପରାଜୟ ପରେ ହାଇଦ୍ରାବାଦର ପ୍ରତ୍ୟେକ ଖେଳାଳି ନିରାଶ ନଜର ଆସିଥିଲେ । ତାଙ୍କ ଟିମର ମାଲିକାଣୀ କାବ୍ୟା ମାରନ ଷ୍ଟାଡିୟମରେ ହିଁ କାନ୍ଦୁ ଥିବା ନଜର ଆସିଥିଲେ । କିନ୍ତୁ ଏବେ ଏକ ଭିଡିଓ ସାମନାକୁ ଆସିଛି ଯାହା ଫ୍ୟାନ୍ସ ଏବଂ ଖେଳାଳିଙ୍କ ହୃଦୟ ଜିତିଛି । ସନରାଇଜର୍ସ ହାଇଦ୍ରବାଦ କାବ୍ୟା ମାରନଙ୍କ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ସେ ଖେଳାଳିଙ୍କୁ ମନୋବଳ ବଢାଇବା ସହ ସେମାନଙ୍କୁ ଧନ୍ୟବାଦ ଦେଉଥିବା ନଜର ଆସୁଛନ୍ତି । କାବ୍ୟା ମାରନ ଏପରି ମଧ୍ୟ କିଛି କଥା କହିଥିଲେ ଯେଉଁଥିରେ ଖେଳାଳିଙ୍କ ମୁହଁର ହସ ଖେଳିଥିଲା ।
କାବ୍ୟା ମାରନ ସନରାଇଜର୍ସ ହାଇଦ୍ରାବାଦର ଡ୍ରେସିଂ ରୁମରେ ସମସ୍ତ ଖେଳାଳିଙ୍କୁ ଏହି ସିଜିନରେ ଭଲ ପ୍ରଦର୍ଶନ ପାଇଁ ଧନ୍ୟବଦ ଜଣାଇଛନ୍ତି । କାବ୍ୟ କହିଛନ୍ତି ଯେ ତାଙ୍କ ଟିମ୍ ଚଳିତ ସିଜିନରେ ସମସ୍ତଙ୍କୁ ଦେଖାଇଛି ଯେ ଟି-୨୦ କ୍ରିକେଟ୍ କିପରି ଖେଳାଯାଏ । କାବ୍ୟା କହିଛନ୍ତି ଯେ ତାଙ୍କ ଟିମ୍ ଯଦିଓ ଏଥର ଚାମ୍ପିୟନ ହୋଇପାରି ନାହିଁ କିନ୍ତୁ ସନରାଇଜର୍ସ ହାଇଦ୍ରବାଦର ଖେଳାଳି ନିଜ ଶକ୍ତି ଦେଖାଇଛନ୍ତି ଏବଂ ଗତ ବର୍ଷ ଶେଷ ସ୍ଥାନରେ ରହିଥିବା ଟିମ୍ ଚଳିତ ସିଜିନରେ ସମସ୍ତଙ୍କ ଚିନ୍ତାଧାରକୁ ବଦଳାଇ ଦେଇଛି ।
"You've made us proud." ????
- Kaviya Maran pic.twitter.com/zMZraivXEE— SunRisers Hyderabad (@SunRisers) May 27, 2024
କାବ୍ୟା ମାରନ ନିଜ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । କିନ୍ତୁ ଟିମର ପରାଜୟ ପରେ ସେ ନିଜକୁ ସମ୍ଭାଳିପାରି ନଥିଲେ । ଷ୍ଟାଡିୟମରେ ହିଁ ଭାବବିହ୍ୱଳ ହୋଇଥିଲେ ଏବଂ ନିଜ ଲୁହ ଲୁଚାଇବା ପାଇଁ କ୍ୟାମେରା ସାମନାରୁ ବୁଲାଇ ଦେଇଥିଲେ ।