ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା,୨୬ା୨(ଆଶିଷ ରଞ୍ଜନ ପଣ୍ଡା): ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ୫୫୪ ରେଳ ଷ୍ଟେଶନର ଉନ୍ନତିକରଣ ଏବଂ ୧୫୦୦ ରୋଡ୍‌ ଓଭର ବ୍ରିଜ୍‌ ଏବଂ ଅଣ୍ଡରପାସ୍‌ ନିର୍ମାଣ କରାଯାଉଛି। ସେଥି ମଧ୍ୟରୁ ସୋମବାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ଉଦଘାଟନ […] The post ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.

ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା,୨୬ା୨(ଆଶିଷ ରଞ୍ଜନ ପଣ୍ଡା): ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ୫୫୪ ରେଳ ଷ୍ଟେଶନର ଉନ୍ନତିକରଣ ଏବଂ ୧୫୦୦ ରୋଡ୍‌ ଓଭର ବ୍ରିଜ୍‌ ଏବଂ ଅଣ୍ଡରପାସ୍‌ ନିର୍ମାଣ କରାଯାଉଛି। ସେଥି ମଧ୍ୟରୁ ସୋମବାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ଉଦଘାଟନ ହୋଇଯାଇଛି।

ରାୟଗଡ଼ା ରେଳଷ୍ଟେଶନ ପାଇଁ ୨୪୩ କୋଟି ଟଙ୍କା ଅନୁଦାନ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା, ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଏସପି ହରିଶା ବି.ସି, ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ, ଭାଜପା ନେତା କାଳୀରାମ ମାଝି, ଶିବଶଙ୍କର ଉଲାକା, ବସନ୍ତ ଉଲାକା ଓ ରେଳ ବିଭାଗ ସିପିଏମ ଓ୍ବାଇ ମସ୍ତାନେୟା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ମଞ୍ଚରେ ଏମ୍‌ପି ସପ୍ତଗିରି ଉଲ୍ଲାକା ରାୟଗଡ଼ା ରେଳ ଡିଭିଜନ ସମେତ ଗୁଣପୁର-ଥେରୁବାଲି ରେଳପଥ ଦାବି ଉଠାଇଥିଲେ।

The post ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.