ହଠାତ୍‌ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଧନଖର, ରାଷ୍ଟ୍ରପତିଙ୍କୁ ଜଣାଇଲେ କାରଣ…

ନୂଆଦିଲ୍ଲୀ,୨୧।୭:ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଧନଖର । ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ଇସ୍ତଫାପତ୍ରରେ ସେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ପରିଷଦ ଏବଂ ସାଂସଦମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତର ଅସାଧାରଣ ପ୍ରଗତି ଏବଂ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଦେଖିବା ତାଙ୍କ ପାଇଁ ଗର୍ବର ବିଷୟ। ଧନଖର ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ଏବେ ସେ […] The post ହଠାତ୍‌ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଧନଖର, ରାଷ୍ଟ୍ରପତିଙ୍କୁ ଜଣାଇଲେ କାରଣ… appeared first on Dharitri Odia News.

ହଠାତ୍‌ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଧନଖର, ରାଷ୍ଟ୍ରପତିଙ୍କୁ ଜଣାଇଲେ କାରଣ…

ନୂଆଦିଲ୍ଲୀ,୨୧।୭:ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଧନଖର । ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ଇସ୍ତଫାପତ୍ରରେ ସେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ପରିଷଦ ଏବଂ ସାଂସଦମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତର ଅସାଧାରଣ ପ୍ରଗତି ଏବଂ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଦେଖିବା ତାଙ୍କ ପାଇଁ ଗର୍ବର ବିଷୟ। ଧନଖର ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ଏବେ ସେ ଡାକ୍ତରୀ ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ନେଉଛନ୍ତି, ତାଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଉଛନ୍ତି।

ଧନଖରଙ୍କ ଇସ୍ତଫା ଘୋଷଣା ପରେ ରାଜନୈତିକ ମହଲରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଛି। ଭାଜପା ନେତାମାନେ ତାଙ୍କର ସ୍ବାସ୍ଥ୍ୟ ପାଇଁ କାମନା ଜଣାଇବା ସହ ତାଙ୍କ କାର୍ଯ୍ୟକାଳରେ ଦେଶ ପ୍ରତି ଅବଦାନକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ, ବିରୋଧୀ ଦଳମାନେ ଏହି ଇସ୍ତଫାକୁ ନେଇ ବିଭିନ୍ନ ଜଳ୍ପନା କରୁଛନ୍ତି। କେତେକ ନେତା ଏହାକୁ ସୱାସ୍ଥ୍ୟ ସମସ୍ୟା ସହ ଜ ଏକ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଥିବାବେଳେ, ଅନ୍ୟମାନେ ଏହା ପଛରେ ରାଜନୈତିକ କାରଣ ଥାଇପାରେ ବୋଲି ଆଲୋଚନା କରୁଛନ୍ତି।

The post ହଠାତ୍‌ ଉପରାଷ୍ଟ୍ରପତି ପଦରୁ କାହିଁକି ଇସ୍ତଫା ଦେଲେ ଧନଖର, ରାଷ୍ଟ୍ରପତିଙ୍କୁ ଜଣାଇଲେ କାରଣ… appeared first on Dharitri Odia News.