ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ପାରଦ; ଫେବୃଆରୀରୁ ଅସ୍ତବ୍ୟସ୍ତ କଲାଣି ଟାଇଁ ଟାଇଁ ଖରା
ଭୁବନେଶ୍ୱର: ବଢୁଛି ତାତି । ଅସ୍ତବ୍ୟସ୍ତ କରିଦେଲାଣି ଟାଇଁ ଟାଇଁ ଖରା । ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି ପାରଦ । ଫେବୃଆରୀରୁ ଦେଖିବାକୁ ମିଳିଛି ସୂର୍ଯ୍ୟଙ୍କ କୋପ । ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରୀ […]

ଭୁବନେଶ୍ୱର: ବଢୁଛି ତାତି । ଅସ୍ତବ୍ୟସ୍ତ କରିଦେଲାଣି ଟାଇଁ ଟାଇଁ ଖରା । ରାଜ୍ୟରେ ଧୀରେ ଧୀରେ ଉପରମୁହାଁ ହେଉଛି ପାରଦ । ଫେବୃଆରୀରୁ ଦେଖିବାକୁ ମିଳିଛି ସୂର୍ଯ୍ୟଙ୍କ କୋପ । ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ଚଳିତବର୍ଷ ପ୍ରଥମ ଥର ପାଇଁ ଭୁବନେଶ୍ବର ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି । ଗତକାଲି ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ, ଯାଜପୁର, ଝାରସୁଗଡ଼ା ସମେତ ୮ ସହରରେ ୩୫ ଡିଗ୍ରି ସେଲସିୟସ ଉପରେ ରହିଛି ଦିନ ତାପମାତ୍ରା । ଅନୁରୂପ ଭାବେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହୁଛି ।
ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ଏବେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆଗାମୀ ୭ ଦିନ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ଆଗାମୀ ୨ ଦିନ ସର୍ବନିମ୍ନ ତାପାମାତ୍ରାରେ ୨ ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି। ତେବେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।