ସିଲଭର୍ ସ୍କ୍ରିନ୍‌ରେ ଅମିତାଭ୍‌ଙ୍କ ୫୫ ବର୍ଷ... ଆକ୍ସନ୍, କମେଡି, ଟ୍ରାଜେଡି...ସବୁଥିରେ ସେ ହିଟ୍ ଓ ଫିଟ୍

ସୋଲେ, କୁଲି, ଦିବାର, ଅଗ୍ନିପଥ ଭଳି ଆକ୍ସନ୍ ପ୍ୟାକ୍ ଦେଇଥିବା ଅମିତାଭ୍ ‘ସିଲସିଲା’ ଭଳି ରୋମାଣ୍ଟିକ୍ ଫିଲ୍ମରେ ବି ଅଭିନୟ କରିଛନ୍ତି।

ସିଲଭର୍ ସ୍କ୍ରିନ୍‌ରେ ଅମିତାଭ୍‌ଙ୍କ ୫୫ ବର୍ଷ... ଆକ୍ସନ୍, କମେଡି, ଟ୍ରାଜେଡି...ସବୁଥିରେ ସେ ହିଟ୍ ଓ ଫିଟ୍

ସେ ବିଜୟ କେତେବେଳେ ବୀରୁ କେତେବେଳେ ଡନ୍ ପୁଣି କେତେବେଳେ ଆନନ୍ଦ। ଅନେକ ଚେହେରା, ଅନେକ ଚରିତ୍ର କିନ୍ତୁ ବ୍ୟକ୍ତି ସେ ଜଣେ...ଅମିତାଭ ବଚ୍ଚନ । ୫୫ ବର୍ଷ ସିଲଭର୍ ସ୍କ୍ରିନରେ ଅମିତାଭ ଦେଇଛନ୍ତି ‘ଏକ ସେ ବଢ଼କର୍’ ଏକ ହିଟ୍, ବ୍ଲକ୍‌ ବଷ୍ଟର୍, ଆଇକନିକ୍ ଫିଲ୍ମ। ଅମିତାଭଙ୍କ ଏହି ସଫର୍ ଆରମ୍ଭ ହୋଇଥିଲା ୧୯୬୯ ‘ସାତ ହିନ୍ଦୁସ୍ଥାନୀ’ରୁ। ଅଲ୍ ଇଣ୍ଡିଆ ରେଡିଓରୁ ରିଜେକ୍ଟ ହୋଇଥିବା ୨୬ ବର୍ଷିୟ ଯୁବକ ଯେ ବଲିଉଡ୍ ରେ ଏଣ୍ଟ୍ରି କରିବ ତା ପୁଣି ପାର୍ଶ୍ୱ ଭୂମିକାରେ। ଆଉ ୫୫ ବର୍ଷ ଧରି ‘UNBEATABEL’ ଅଭିନେତା ସାବ୍ୟସ୍ତ ହେବ।