PM-KISAN: ସରକାରଙ୍କ ବଡ଼ ଆକ୍ସନ, ଅଯୋଗ୍ୟ ଚାଷୀଙ୍କଠାରୁ ଆଦାୟ କଲେଣି ୪୧୬ କୋଟି ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୨୦ତମ କିସ୍ତି ୨୦୨୫ ଅଗଷ୍ଟ ୨ରେ ଜାରି ହେବ । ଏହାର ଠିକ୍ ପୂର୍ବରୁ ସରକାର ଅଯୋଗ୍ୟ ଚାଷୀଙ୍କ ବାବଦରେ ସଂସଦରେ ବଡ଼ ସୂଚନା ଦେଇଛନ୍ତି । କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ରାମନାଥ ଠାକୁର ଲୋକସଭାରେ କହିଛନ୍ତି ଯେ ଏବେ ସୁଦ୍ଧା ପିଏମ୍ କିଷାନ ଯୋଜନାର ଅଯୋଗ୍ୟ ଚାଷୀଙ୍କଠାରୁ ୪୧୬ କୋଟି ଟଙ୍କା ଆଦାୟ କରାଯାଇଛି । ଅଯୋଗ୍ୟ ଚାଷୀଙ୍କଠାରୁ ଟଙ୍କା ଆଦାୟ କାମ ଜାରି ରହିଛି ।କେନ୍ଦ୍ର ସରକାର ଦେଶର କୋଟି କୋଟି ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ୨୦୧୯ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନା ଆରମ୍ଭ କରିଥିଲେ । ଏହା ଅଧିନରେ ଗରିବ ଓ ମଧ୍ୟ ବର୍ଗର ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିଥାଏ । ଏହି ଟଙ୍କାରୁ ତିନୋଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ । ଲାଭାର୍ଥୀଙ୍କ ପଞ୍ଜୀକରଣ ଏବଂ ପାରଦର୍ଶିତା ପାଇଁ ସମସ୍ତ ଯାଞ୍ଚ ପରେ ସରକାର ଏବେ ସୁଦ୍ଧା ୧୯ଟି କିସ୍ତିରେ ୩.୬୯ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବଣ୍ଟନ କରିଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଉଚ୍ଚ ଆୟ ବର୍ଗ ଯେପରି କି ଟିକସଦାତା, ସରକାରୀ କର୍ମଚାରୀ, ସାମ୍ୱିଧାନିକ ପଦରେ ଥିବା ଅଯୋଗ୍ୟ ଚାଷୀଙ୍କୁ ବଣ୍ଟନ ହୋଇଥିବା ସମସ୍ତ ରାଶି ଆଦାୟ ପାଇଁ ଆଦେଶ ଦିଆଯାଇଛି । ସାରା ଦେଶରେ ଏବେ ସୁଦ୍ଧା ଅଯୋଗ୍ୟ ଲାଭ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୨୦ତମ କିସ୍ତି ୨୦୨୫ ଅଗଷ୍ଟ ୨ରେ ଜାରି ହେବ । ଏହାର ଠିକ୍ ପୂର୍ବରୁ ସରକାର ଅଯୋଗ୍ୟ ଚାଷୀଙ୍କ ବାବଦରେ ସଂସଦରେ ବଡ଼ ସୂଚନା ଦେଇଛନ୍ତି । କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ରାମନାଥ ଠାକୁର ଲୋକସଭାରେ କହିଛନ୍ତି ଯେ ଏବେ ସୁଦ୍ଧା ପିଏମ୍ କିଷାନ ଯୋଜନାର ଅଯୋଗ୍ୟ ଚାଷୀଙ୍କଠାରୁ ୪୧୬ କୋଟି ଟଙ୍କା ଆଦାୟ କରାଯାଇଛି । ଅଯୋଗ୍ୟ ଚାଷୀଙ୍କଠାରୁ ଟଙ୍କା ଆଦାୟ କାମ ଜାରି ରହିଛି ।
କେନ୍ଦ୍ର ସରକାର ଦେଶର କୋଟି କୋଟି ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ୨୦୧୯ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନା ଆରମ୍ଭ କରିଥିଲେ । ଏହା ଅଧିନରେ ଗରିବ ଓ ମଧ୍ୟ ବର୍ଗର ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିଥାଏ । ଏହି ଟଙ୍କାରୁ ତିନୋଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାଏ । ଲାଭାର୍ଥୀଙ୍କ ପଞ୍ଜୀକରଣ ଏବଂ ପାରଦର୍ଶିତା ପାଇଁ ସମସ୍ତ ଯାଞ୍ଚ ପରେ ସରକାର ଏବେ ସୁଦ୍ଧା ୧୯ଟି କିସ୍ତିରେ ୩.୬୯ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବଣ୍ଟନ କରିଛନ୍ତି ।
ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଉଚ୍ଚ ଆୟ ବର୍ଗ ଯେପରି କି ଟିକସଦାତା, ସରକାରୀ କର୍ମଚାରୀ, ସାମ୍ୱିଧାନିକ ପଦରେ ଥିବା ଅଯୋଗ୍ୟ ଚାଷୀଙ୍କୁ ବଣ୍ଟନ ହୋଇଥିବା ସମସ୍ତ ରାଶି ଆଦାୟ ପାଇଁ ଆଦେଶ ଦିଆଯାଇଛି । ସାରା ଦେଶରେ ଏବେ ସୁଦ୍ଧା ଅଯୋଗ୍ୟ ଲାଭାର୍ଥୀଙ୍କଠାରୁ ୪୧୬ କୋଟି ଟଙ୍କା ଆଦାୟ କରାଯାଇଛି ।