କିଛି ଲୋକ ଅବଧି ବୃଦ୍ଧି ଦାବି କରିଥିଲେ,ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି

କଳାହାଣ୍ଡି ୩୦/୧: ରାସନ କାର୍ଡ ଧାରୀଙ୍କ ପାଇଁ ଆଶ୍ବସ୍ତିକର ଖବର । ରାସନ e-KYC ଅପଡେଟ୍‌ ପାଇଁ ଗୋଟିଏ ଦିନ ନୁହେଁ ଆହୁରି ୧୫ ଦିନର ସମୟ ମିଳିଛି । ଫେବ୍ରୁଆରୀ ୧୫ ଯାଏ ବଢିଛି ରାସନ e-KYC ଅପଡେଟ୍‌ । ଅବଧି ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା । କିଛି ଲୋକ e-KYC କରିନଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ । ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ଆହୁରି ୪୧ ଲକ୍ଷ ହିତାଧିକାରୀ e-KYC ଅପ୍‌ଡେଟ୍‌ କରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । 

କିଛି ଲୋକ ଅବଧି ବୃଦ୍ଧି ଦାବି କରିଥିଲେ,ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି

କଳାହାଣ୍ଡି ୩୦/୧: ରାସନ କାର୍ଡ ଧାରୀଙ୍କ ପାଇଁ ଆଶ୍ବସ୍ତିକର ଖବର । ରାସନ e-KYC ଅପଡେଟ୍‌ ପାଇଁ ଗୋଟିଏ ଦିନ ନୁହେଁ ଆହୁରି ୧୫ ଦିନର ସମୟ ମିଳିଛି । ଫେବ୍ରୁଆରୀ ୧୫ ଯାଏ ବଢିଛି ରାସନ e-KYC ଅପଡେଟ୍‌ । ଅବଧି ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । 

ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା । କିଛି ଲୋକ e-KYC କରିନଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ । ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ଆହୁରି ୪୧ ଲକ୍ଷ ହିତାଧିକାରୀ e-KYC ଅପ୍‌ଡେଟ୍‌ କରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।