ଆଈ ମା କାହାଣୀ, ଭୁତର ମାଛଧରା

ଆଈ ମା କାହାଣୀ ପେଡି ଖୋଲିଲେ ବିଭିନ୍ନ ପ୍ରକାର ଗପ ସେଥିରୁ ବାହାରିଆସେ । ଯାହା ନାତିନାତୁଣୀଙ୍କର ଖୁବ ମନୋରଞ୍ଜନ କରିଥାଏ । ଏଥିରେ ବିଭିନ୍ନ ପ୍ରକାରର କାହାଣୀ ସାମିଲ ରହିଥାଏ । ଆଈ ମାଙ୍କ ଠାରୁ ପିଲାଦିନେ ଶୁଣିଥିବା କାହାଣୀ ଭିତରେ ଭୁତର ମାଛଧରା ଖୁବ ପରିଚିତ । ଏହି କାହାଣୀଟି କାଳ୍ପନିକ ହେଲେ ମଧ୍ୟ ଖୁବ ରୋମାଞ୍ଚକର । ଏହି କାହାଣୀଟି ଯେପରି ପିଲାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ । ସମସ୍ତେ ଛୋଟ ପିଲାଦିନେ […]

ଆଈ ମା କାହାଣୀ, ଭୁତର ମାଛଧରା

ଆଈ ମା କାହାଣୀ ପେଡି ଖୋଲିଲେ ବିଭିନ୍ନ ପ୍ରକାର ଗପ ସେଥିରୁ ବାହାରିଆସେ । ଯାହା ନାତିନାତୁଣୀଙ୍କର ଖୁବ ମନୋରଞ୍ଜନ କରିଥାଏ । ଏଥିରେ ବିଭିନ୍ନ ପ୍ରକାରର କାହାଣୀ ସାମିଲ ରହିଥାଏ ।
ଆଈ ମାଙ୍କ ଠାରୁ ପିଲାଦିନେ ଶୁଣିଥିବା କାହାଣୀ ଭିତରେ ଭୁତର ମାଛଧରା ଖୁବ ପରିଚିତ । ଏହି କାହାଣୀଟି କାଳ୍ପନିକ ହେଲେ ମଧ୍ୟ ଖୁବ ରୋମାଞ୍ଚକର । ଏହି କାହାଣୀଟି ଯେପରି ପିଲାମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ । ସମସ୍ତେ ଛୋଟ ପିଲାଦିନେ ଏହି କାହାଣୀର ଖୁବ ମଜା ନେଇଥାଆନ୍ତି । ଆସନ୍ତୁ ଜାଣିବା କାହାଣୀର ମୁଖ୍ୟ ବସ୍ତୁ ।

ଏକଦା ଗୋଟିଏ ଗାଁରେ ଦୁଇଜଣ ସାଙ୍ଗ ଯଥା ରାମ ଓ ଶ୍ୟାମ ରହୁଥିଲେ । ଏହି ଦୁଇଜଣ ଖୁବ ସାଙ୍ଗ ହୋଇଥାଆନ୍ତି, ସମସ୍ତ କାମ ଏକାଠି କରୁଥିଲେ । ସକାଳ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସବୁବେଳେ ଏକାଠି ରହିଥାଆନ୍ତି । ତେବେ ଦିନେ ଉଭୟ ନିଷ୍ପତ୍ତି ନେଲେ ରାତିରୁ ଉଠି ମାଛ ଧରିବାକୁ ଯିବେ । ଏନେଇ ସେମାନେ ପୂର୍ବଦିନ ରାତିରେ ବର ଗଛ ମୂଳେ ବସି କଥା ହୋଇଥିଲେ । ସନ୍ଧ୍ୟା ସମୟରେ ଉଭୟ ଏନେଇ ନିଷ୍ପତ୍ତି ନେଇଥିଲେ । ରାତି ୪ଟାରୁ ରାମ ଶ୍ୟାମ ଘରକୁ ଆସି ତାକୁ ଡାକି ସେଠାରୁ ଦୁଇ ଜଣ ଯାକ ଯିବେ ପୋଖରୀକୁ ମାଛ ଧରିବାକୁ । କଣକଣ ନେଇ ମାଛ ଧରି ଯିବେ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲ । । ଏହାପରେ ଉଭୟ ନିଜ ନିଜ ଘରକୁ ଯାଇ ଶୋଇ ପଡିଲେ । ଏହାପରେ ରାତି ୪ଟାରେ ଶ୍ୟାମ ଘରର କବାଟ ବାଡିଆ ହେଲା । ସେ ସଙ୍ଗେସଙ୍ଗେ ରାମ ସହିତ ମାଛ ଧରିବାକୁ ଯିବାକୁ ପ୍ରସ୍ତୁତ ହୋଇଗଲା । ଉଭୟ ଚାଲିଲେ ମାଛ ଧରିବାକୁ । ପୋଖରୀ କୂଳରେ ପହଞ୍ଚିବା ପରେ ମାଛଧରା ଆରମ୍ଭ ହେଲା । ଶ୍ୟାମ ପୋଖରୀ ଭିତରେ ପଶି ମାଛ ଧରୁଥାଏ ଏବଂ ଏହାକୁ ରାମ ହାତକୁ ବଢାଇ ଦେଉଥାଏ । ତେବେ ରାମ ଶ୍ୟାମ ସହିତ କିଛି କଥା ହେଉନଥାଏ । ଶ୍ୟାମ ଯାହା ପଚାରିଲେ ସେ ଖାଲି ହୁଁ ହୁଁ କହି ଉତ୍ତର ଦେଉଥାଏ । ତେବେ ଅନେକ ସମୟ ମାଛ ଧରିବା ପରେ ଶ୍ୟାମକୁ ରାମ ଉପରେ ସନ୍ଦେହ ହେଲା । ସେ ପଚାରିଲା ତୁ କାହିଁ କଥା ହେଉ ନାହୁଁ ମୋ ସହ । ଏହାପରେ ଶ୍ୟାମ ଡରି ଗଲା, ତାକୁ ସେ ରାମ ନୁହେଁ ବରଂ ଆଉ କେହି ପରି ମନେ ହେଲା ।
ତେଣୁ ସେ ରାମ ହାତକୁ ମାଛ ବଢାଇବା ସମୟରେ କଟୁରୀରେ ରାମ ହାତକୁ ଏକ ଚୋଟ ଦେଲା । ହେଲେ ସେ ଦେଖିଲା ରାମ ରଡିଛାଡି କେଉଁଆଡେ ଦୌଡି ପଳାଇଲା ଏବଂ ତାର ହାତ ଶ୍ୟାମ ହାତରେ ରହିଗଲା । ତେବେ ଶ୍ୟାମ ତାର ହାତ ଧରି ଏକାନିଶ୍ୱାସରେ ଘରକୁ ଦୌଡି ପଳାଇଲା । ଘରେ ପହଞ୍ଚିଲା ବେଳକୁ ଦିନ ହୋଇଯାଇଥାଏ । ସେଠାରେ ପହଞ୍ଚି ଦେଖିଲା ରାମର ହାତ ଏକ ପୋଡା କାଠ ଖଣ୍ଡରେ ପରିଣତ ହୋଇ ଯାଇଛି । ଏହା ଦେଖି ଶ୍ୟାମ ଖବ ଡରି ଯାଇଥିଲା । ହେଲେ ସେତିକିବେଳେ ରାମର ଡାକ ଶୁଣି ସେ ଚମକି ପଡିଲା । ଦେଖିଲା ରାମ ତା ଆଗରେ ଠିଆ ହୋଇଛି ଏବଂ କହୁଛି, ଆରେ ଶ୍ୟାମ ମୋତେ କ୍ଷମା କରିଦେ ମୁଁ ଆସି ପାରିଲିନି ତୋତେ ଡାକିବାକୁ । ମୋ ଦେହଟା କାଲି ଖରାପ ହୋଇଗଲା ତେଣୁ ସକାଳୁ ନିଦ ଭାଙ୍ଗିଲାନି । ଏହାପରେ ଶ୍ୟାମ ତାକୁ ରାତିର ସବୁକଥା କହିଲା । ଉଭୟ ପୋଖରୀ କୂଳକୁ ବାହାରିଲେ ହେଲେ ବାଟରେ ପଡୁଥିବା ବର ଗଛ ମୂଳେ ଦେଖିଲେ ଖୁବ ଅଧିକ ମାଛ କଣ୍ଟା ପଡିଛି । ପୋଖରୀକୂଳ ବାଲଫିରେ କିଛି ମାଛ ନାହିଁ । ଏହାପରେ ଉଭୟ ଘଟଣା କଣ ଜାଣିପାରିଲେ । ରାମ ନୁହେଁ ବରଂ ବରଗଛରେ ରହୁଥିବା ଭୁତ ଶ୍ୟାମକୁ ରାତିରୁ ଡାକି ମାଛ ଧରିବାକୁ ନେଇ ଯାଇଥିଲା ।