କଲମ ଛାଡ଼ ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲା ଓଆରଏସ୍‌ ସଂଘ । ଏହା ପରେ ଜରୁରୀ ସେବାରେ ଯୋଗଦେବେ । ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କାର୍ଯ୍ୟରେ ଯୋଗଦେବେ । ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଆରଏସ୍‌ ସଂଘ । ସଂଘ ତରଫରୁ ଦାବି କରାଯାଇଥିଲା ଯେ ଏଭଳି ଅମାନୁଷିକ ଆକ୍ରମଣ ପଛରେ ହାତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ଘଟଣାକୁ ନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ […]

କଲମ ଛାଡ଼ ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
କଲମ ଛାଡ଼ ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲା ଓଆରଏସ୍‌ ସଂଘ । ଏହା ପରେ ଜରୁରୀ ସେବାରେ ଯୋଗଦେବେ । ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କାର୍ଯ୍ୟରେ ଯୋଗଦେବେ । ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଆରଏସ୍‌ ସଂଘ । ସଂଘ ତରଫରୁ ଦାବି କରାଯାଇଥିଲା ଯେ ଏଭଳି ଅମାନୁଷିକ ଆକ୍ରମଣ ପଛରେ ହାତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହି ଘଟଣାକୁ ନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀ ବୈଠକ ଡାକିଥିଲେ । ଓଏଏସ ଅଫିସରଙ୍କ ସମୂହ ଛୁଟି ପ୍ରସଙ୍ଗ ନେଇ ବୈଠକରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି କଡା ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଘଟଣାରେ ଯିଏ ବି ଦୋଷୀ ଥାଉ ନା କାହିଁକି କାହାରିକୁ ଛଡ଼ାଯିବ ନାହିଁ । ସମସ୍ତଙ୍କୁ ଗିରଫ କରାଯିବ, କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ବିଭୁତି ଜେନା ।

ସେହିପରି ଓଆରଏସ ସଂଘ ସହ ବୈଠକରେ ଆଲୋଚନା କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । ସମୂହ ଛୁଟିରେ ଥିବା ଓଆରଏସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବୁଝାଇଥିଲେ ।