ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ଭୁବନେଶ୍ୱର : ବରିଷ୍ଠ ଓଡ଼ିଆ ସିନେମା ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ଭେଣ୍ଟିଲେଟର ରେ ରହି ଚିକିତ୍ସିତ ହେଉଛନ୍ତି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ତାଙ୍କ ନିକଟରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିବାବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ସୁଟିଂ ପାଇଁ କେଉଁଝରରେ ଥିବାବେଳେ ବାପାଙ୍କ ଅସୁସ୍ଥତା ଖବର ପାଇ ସେଠାରୁ ଫେରୁଥିବା ସୂଚନା ମିଳିଛି । ସୂଚନାନୁସାରେ,ଉତ୍ତମ ମହାନ୍ତି […]

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର
ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

ଭୁବନେଶ୍ୱର : ବରିଷ୍ଠ ଓଡ଼ିଆ ସିନେମା ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ଭେଣ୍ଟିଲେଟର ରେ ରହି ଚିକିତ୍ସିତ ହେଉଛନ୍ତି ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ତାଙ୍କ ନିକଟରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିବାବେଳେ ତାଙ୍କ ପୁଅ ଅଭିନେତା ବାବୁସାନ ମହାନ୍ତି ସୁଟିଂ ପାଇଁ କେଉଁଝରରେ ଥିବାବେଳେ ବାପାଙ୍କ ଅସୁସ୍ଥତା ଖବର ପାଇ ସେଠାରୁ ଫେରୁଥିବା ସୂଚନା ମିଳିଛି ।

ସୂଚନାନୁସାରେ,ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ । ୮୦ ଦଶକରେ ଓଡ଼ିଆ ସିନେମା ଜଗତରେ ଉତ୍ତମ ମହାନ୍ତି ଜଣେ ଚକୋଲେଟ ହିରୋ ଭାବରେ ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ । ସେ ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ରୁ ନିଜର ଅଭିନୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ବାବୁସାନ (ତନ୍ମୟ) ମହାନ୍ତି ମଧ୍ୟ ଓଡ଼ିଆ ସିନେମା ଜଗତରେ ଜଣେ ଆଗଧାଡିର ଅଭିନେତା। ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା।