ଅଫିସ୍‌ ଡାଏଟ୍‌

ପ୍ରାୟ ଦେଖାଯାଉଛି ସମସ୍ତ ଚାକିରିଆ ମାନଙ୍କର ୯ ଟାରୁ ୫ଟା ଡ୍ୟୁଟି ଟାଇମ । ଏହି କାରଣରୁ ସବୁଠାରୁ ଅଧିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ବିଜି ଲାଇଫ୍‌ ଷ୍ଟାଇଲ କାରଣରୁ ପ୍ରଡକ୍ଟିଭିଟି କମିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟାର ପ୍ରାଥମିକ ସମାଧାନ ଆପଣ ଖାଦ୍ୟ ସହାୟତାରେ କରିପାରିବେ । ଆସନ୍ତୁ ସେହିଭଳି କିଛି ଖାଦ୍ୟ ସମ୍ପର୍କରେ ଜାଣିବା । ବଟର ମିଳ୍କ ଏହା ହେଉଛି ଏକ ପ୍ରକାର […]

ଅଫିସ୍‌ ଡାଏଟ୍‌
ଅଫିସ୍‌ ଡାଏଟ୍‌

ପ୍ରାୟ ଦେଖାଯାଉଛି ସମସ୍ତ ଚାକିରିଆ ମାନଙ୍କର ୯ ଟାରୁ ୫ଟା ଡ୍ୟୁଟି ଟାଇମ । ଏହି କାରଣରୁ ସବୁଠାରୁ ଅଧିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ବିଜି ଲାଇଫ୍‌ ଷ୍ଟାଇଲ କାରଣରୁ ପ୍ରଡକ୍ଟିଭିଟି କମିବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟାର ପ୍ରାଥମିକ ସମାଧାନ ଆପଣ ଖାଦ୍ୟ ସହାୟତାରେ କରିପାରିବେ । ଆସନ୍ତୁ ସେହିଭଳି କିଛି ଖାଦ୍ୟ ସମ୍ପର୍କରେ ଜାଣିବା ।

ବଟର ମିଳ୍କ
ଏହା ହେଉଛି ଏକ ପ୍ରକାର ନ୍ୟାଚୁରାଲ ପ୍ରୋବାୟୋଟିକ I ଯାହା ଆମର ବିଭିନ୍ନ ଅନ୍ତନଳୀ ସମସ୍ୟା ଦୂର ହୋଇଥାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ ଯାହା ଆମ ସ୍ୱାସ୍ଥ୍ୟା ପାଇଁ ଖୁବ ଭଲ ହୋଇଥାଏ । ତେଣୁ ୧୦ ଟାରୁ ୧୧ଟା ଭିତରେ ଆପଣ ବଟର ମିଳ୍କ ପିଇ ପାରିବେ । ଏହା ଏନର୍ଜି ଲେବଲକୁ ଷ୍ଟେବଲ ରଖିଥାଏ ।

ମିଣ୍ଟ୍‌ ଟି’ – ଅନେକ ସମୟରେ ଅଫିସରେ ଖାଇବା ପରେ ନିଦ ଆସିଥାଏ । ଏହି ସମୟରେ ମିଣ୍ଟ୍‌ ଟିର ସାହାଯ୍ୟ ନିଅନ୍ତୁ । ଯାହା ଆପଣଙ୍କର ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ସେହିଭଳି ଏହା ଏସିଡିଟିକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

କଦଳୀ – ମେଣ୍ଟାଲ ପିସ୍‌ ପାଇଁ କଦଳୀର ଭୂମିକା ପ୍ରମୁଖ ହୋଇଥାଏ । ତେଣୁ ଅଫିସ୍‌ରେ ମଝିରେ ମଝିରେ କଦଳୀ ଖାଆନ୍ତୁ । ଏହା ଭୋକ ନିୟନ୍ତ୍ରଣ କରିବା ସହିତ ଆପଣଙ୍କୁ ଏନର୍ଜିଟିକ ରଖିବ ।

ଭଜା ଚଣା
ଭଜା ଚଣାରେ ଅଧିକ ମାତ୍ରାରେ ପ୍ରୋଟିନ ଓ ଫାଇବର ଭରପୂର ହୋଇ ରହିଥାଏ । ଏହା ଏନର୍ଜି ଲେବଲକୁ ମେଣ୍ଟେନ୍‌ କରିବା ପାଇଁ ବେଶ୍‌ ସହାୟକ ହୋଇଥାଏ । ଅଫିସ୍‌ରେ ମିଡ୍‌ଡେ’ ସ୍ନାକ ପାଇଁ ଏହା ଖୁବ ଭଲ ଅପସନ୍‌ ହୋଇଥାଏ ।