ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨ ବିଲ୍ଡିଂ ସହ ୮ ପ୍ଲଟ୍ ଠାବ
ଭୁବନେଶ୍ୱର:ଢେଙ୍କାନାଳର ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ବେଆଇନ ଭାବେ ୩ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ଧରା ପଡ଼ିଥିଲେ। ଗିରଫ ହେବାର ଦିନକ ପରେ ଅର୍ଥାତ୍ ବୁଧବାର ଓଡ଼ିଶା ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ପାଖରେ ଥିବା ଦୁଇଟି କୋଠା ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସମେତ ବିପୁଳ ସମ୍ପତ୍ତି ଠାବ କରିଛି। ତେବେ ୫ଟି ସ୍ଥାନରେ ଏକକାଳୀନ ତଲାସି କରାଯାଇଛି। ରେଡ୍ ସମୟରେ ଜଗତପୁର, କଟକରେ ପ୍ରାୟ ୪୬୫୫ ବର୍ଗଫୁଟ କ୍ଷେତ୍ରଫଳର ଏକ […]

ଭୁବନେଶ୍ୱର:ଢେଙ୍କାନାଳର ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ବେଆଇନ ଭାବେ ୩ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ଧରା ପଡ଼ିଥିଲେ। ଗିରଫ ହେବାର ଦିନକ ପରେ ଅର୍ଥାତ୍ ବୁଧବାର ଓଡ଼ିଶା ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ପାଖରେ ଥିବା ଦୁଇଟି କୋଠା ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସମେତ ବିପୁଳ ସମ୍ପତ୍ତି ଠାବ କରିଛି।
ତେବେ ୫ଟି ସ୍ଥାନରେ ଏକକାଳୀନ ତଲାସି କରାଯାଇଛି। ରେଡ୍ ସମୟରେ ଜଗତପୁର, କଟକରେ ପ୍ରାୟ ୪୬୫୫ ବର୍ଗଫୁଟ କ୍ଷେତ୍ରଫଳର ଏକ ତିନି ମହଲା କୋଠା ରହିଥିବା ଜଣାପଡିଛି।ସେହିପରି ପୁରୀର କୁମ୍ଭାରପଡ଼ାରେ ପ୍ରାୟ ୧୪୦୦ ବର୍ଗଫୁଟ କ୍ଷେତ୍ରଫଳର ଏକ ଦୁଇ ମହଲା କୋଠା। କଟକରେ ୪ଟି ପ୍ଲଟ୍, ପୁରୀରେ ୨ଟି ପ୍ଲଟ୍ ଏବଂ ଜଗତସିଂପୁରରେ ୨ଟି ପ୍ଲଟ୍ ସମେତ ୮ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ମଧ୍ୟ ରହିଛି।