ବୈଠକରେ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କହିଲେ…

ଭୁବନେଶ୍ୱର,୪।୧୧: ସିଂଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପଦେଶ ଦେଇଛନ୍ତି। ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ଯୋଗାଣ ମନ୍ତ୍ରୀ ମହିଛନ୍ତି, ଅଗର ପୋଲିସ ଚାହେଁଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକ୍ତା । ସେହିଭଳି ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ ହୋଗା । ମନ୍ତ୍ରୀ କହିଛନ୍ତି, ଅନ୍ୟାୟ କରୁଥିବା ଓ […] The post ବୈଠକରେ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କହିଲେ… appeared first on Dharitri Odia News.

ବୈଠକରେ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କହିଲେ…

ଭୁବନେଶ୍ୱର,୪।୧୧: ସିଂଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉପଦେଶ ଦେଇଛନ୍ତି। ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇ ଯୋଗାଣ ମନ୍ତ୍ରୀ ମହିଛନ୍ତି, ଅଗର ପୋଲିସ ଚାହେଁଗା ତୋ ମନ୍ଦିର କେ ସାମ୍ନା ସେ ଏକ ଚପଲ ଭି ଚୋରି ନେହିଁ ହୋ ସକ୍ତା । ସେହିଭଳି ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ ହୋଗା । ମନ୍ତ୍ରୀ କହିଛନ୍ତି, ଅନ୍ୟାୟ କରୁଥିବା ଓ ପ୍ରଶ୍ରୟ ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା। ମୁଁ ଶପଥ ନେଇଛି, ଏହି ବିଭାଗକୁ ସ୍ବଚ୍ଛ କରିବି। ଧାନ କିଣା ବେଳେ ସ୍ବଚ୍ଛତା ରଖିବାକୁ ସହାୟକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ, ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ପ୍ରସଙ୍ଗ ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପର୍ଯ୍ୟାପ୍ତ ଚାଉଳ ମହଜୁଦ ଥାଇ ବି ସେମାନଙ୍କର ମୃତ୍ୟୁ ହୋଇଛି’। ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ, ସବୁବେଳେ ଖାଆନ୍ତି। ଚାଉଳ ଅଭାବରୁ ନୁହେଁ, ବାସୀ ଖାଦ୍ୟ ଖାଇ ମୃତ୍ୟୁ ହୋଇଛି।

 

The post ବୈଠକରେ ସିଙ୍ଘମ ଫିଲ୍ମ ଡାଇଲଗ୍‌ ଶୁଣାଇଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କହିଲେ… appeared first on Dharitri Odia News.