ଦୁର୍ଘଟଣାଗ୍ରସ୍ତ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଥିବା ସୂଚନା
ନୂଆଦିଲ୍ଲୀ : ଅହମଦାବାଦରୁ ଲଣ୍ଡନର ଗଟୱିକ୍ ବିମାନବନ୍ଦର ଅଭିମୁଖେ ଉଡ଼ାଣ କରିଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର୍ ଉଡ଼ାଣର ମାତ୍ର ୫ ମିନିଟ୍ ମଧ୍ୟରେ ହିଁ ଖସି ପଡ଼ିଥିଲା। ଆଜି ଅପରାହ୍ନ ୧.୧୭ରେ ବିମାନ ଉଡ଼ାଣ କରିଥିଲା। ୮୨୫ ଫୁଟ୍ ଉଚ୍ଚତାରୁ ବିମାନଟି ତଳକୁ ଖସି ପଡ଼ିଛି। ବିମାନରେ ଥିବା ୨୩୦ ଯାତ୍ରୀଙ୍କ ସମେତ ୨୪୨ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଏହି ବିମାନରେ ଥିଲେ […]

ନୂଆଦିଲ୍ଲୀ : ଅହମଦାବାଦରୁ ଲଣ୍ଡନର ଗଟୱିକ୍ ବିମାନବନ୍ଦର ଅଭିମୁଖେ ଉଡ଼ାଣ କରିଥିବା ଏୟାର ଇଣ୍ଡିଆ ବୋଇଂ ୭୮୭-୮ ଡ୍ରିମଲାଇନର୍ ଉଡ଼ାଣର ମାତ୍ର ୫ ମିନିଟ୍ ମଧ୍ୟରେ ହିଁ ଖସି ପଡ଼ିଥିଲା। ଆଜି ଅପରାହ୍ନ ୧.୧୭ରେ ବିମାନ ଉଡ଼ାଣ କରିଥିଲା। ୮୨୫ ଫୁଟ୍ ଉଚ୍ଚତାରୁ ବିମାନଟି ତଳକୁ ଖସି ପଡ଼ିଛି। ବିମାନରେ ଥିବା ୨୩୦ ଯାତ୍ରୀଙ୍କ ସମେତ ୨୪୨ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଏହି ବିମାନରେ ଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ବିମାନବନ୍ଦରକୁ ସମସ୍ତ ରାସ୍ତା ବନ୍ଦ କରି ଦିଆଯାଇଛି। ଇମର୍ଜେନ୍ସି ସେବା ଆରମ୍ଭ ହୋଇଛି।