ଡାକ୍ତରଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍ (ଏଡିଜେ)୩ ରାଜ କୁମାର ଦାଶ ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ, ସହଯୋଗୀ ବିଧାନ ସେଠୀ ଓ ଗଙ୍ଗା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡାକ୍ତର ହୃଷୀକେଶଙ୍କୁ ଏଡିଜେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ୨ ଦୋଷୀ […] The post ଡାକ୍ତରଙ୍କୁ ଆଜୀବନ ଜେଲ appeared first on Dharitri Odia News.
ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍ (ଏଡିଜେ)୩ ରାଜ କୁମାର ଦାଶ ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ, ସହଯୋଗୀ ବିଧାନ ସେଠୀ ଓ ଗଙ୍ଗା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡାକ୍ତର ହୃଷୀକେଶଙ୍କୁ ଏଡିଜେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ୨ ଦୋଷୀ ବିଧାନ ଓ ଗଙ୍ଗାଙ୍କୁ ୨ ବର୍ଷ ଜେଲଦଣ୍ଡ ଓ ଉଭୟ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ମୃତକଙ୍କ ସ୍ତ୍ରୀଙ୍କୁ ନିୟମ ଅନୁସାରେ ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୮ ଅଗଷ୍ଟ ୧୯ ତାରିଖରେ ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ନିଖୋଜ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ନର୍ମଦା ଗୌଡ଼ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଡାକ୍ତର ହୃଷୀକେଶଙ୍କ କ୍ଲିନିକକୁ ଯାଇ ବିଷ୍ଣୁ ଆଉ ଫେରି ନ ଥିବା ପରିବାର ଲୋକେ ପୋଲିସ ନିକଟରେ କହିଥିଲେ। ପୋଲିସ ଉକ୍ତ ଘଟଣାକୁ ପ୍ରଥମେ ହାଲକା ଭାବେ ନେଇଥିବାରୁ ତଦନ୍ତରେ ବିଳମ୍ବ ହୋଇଥିଲା। ଘଟଣାର ୨୦ଦିନ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ବୈଦ୍ୟନାଥପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବାରେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିଲା। ବିଷ୍ଣୁଙ୍କୁ ଡାକ୍ତର ହୃଷୀକେଶ ନିଜ କ୍ଲିନିକ୍କୁ ଡାକି ସେଠାରେ ନିଶା ଦେଇ ହତ୍ୟା କରିବା ପରେ ମରଶରୀରକୁ କ୍ଲିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ । ଘରକୁ କାମ କରିବାକୁ ଆସୁଥିବା ଗଙ୍ଗା ଓ ବିଧାନଙ୍କ ସହାୟତାରେ ସେସବୁକୁ ଏକ ବସ୍ତାରେ ପୂରାଇ ସହର ଉପକଣ୍ଠ ପଲିଗୁମୁଳାରେ ଥିବା କ୍ଲିନିକର ଆବର୍ଜନା ପକାଉଥିବା ସ୍ଥାନକୁ ନେଇଥିଲେ। ସେଠାରେ ବସ୍ତା ଖୋଲି ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଏକ ଗାତ ଭିତରେ ପକାଇ ପୋତି ଦେଇଥିଲେ । ପୋଲିସ ସେଠାରୁ ମୃତଦେହ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ଓ ୨ ସହଯୋଗୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ସହଯୋଗୀଦ୍ୱୟ ଜାମିନରେ ମୁକୁଳିଥିବା ବେଳେ ଗିରଫ ପରଠୁ ହୃଷୀକେଶ ଜେଲରେ ଅଛନ୍ତି। ମାମଲାର ବିଚାର ବେଳେ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଉପଯୁକ୍ତ ପ୍ରମାଣ ମିଳି ଥିବାରୁ ବିଚାରପତି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ବିକ୍ରମ କୁଣ୍ଡୁ ମାମଲା ପରିଚାଳନା କରିଥିଲେ। ରାୟ ପ୍ରକାଶ ପରେ ବିଷ୍ଣୁଙ୍କ ସ୍ତ୍ରୀ କହିଛନ୍ତି, ଡାକ୍ତର ମୋ ସ୍ବାମୀଙ୍କୁ ଯେମିତି ଛଟପଟ କରି ମାରିଛନ୍ତି ତାଙ୍କୁ ଫାଶୀ ଦେବା ଦରକାର। ନ ହେଲେ ମୋତେ ଶାନ୍ତି ମିଳିବନି ବୋଲି ସେ କହିଛନ୍ତି।
The post ଡାକ୍ତରଙ୍କୁ ଆଜୀବନ ଜେଲ appeared first on Dharitri Odia News.