ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୧୨ ଗିରଫ

ବରପାଲି,୩୧ା୧(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ପୋଲିସ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରି ୧୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ଏବଂ ୧୧ଜଣ ଛାତ୍ର ରହିଛନ୍ତି। ଗୁରୁବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ନେଇ ବରପାଲି ଥାନାରେ ଏକ ମାମଲା (ନଂ.୨୯/୨୫) ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୯ ତାରିଖରେ ବରପାଲି […] The post ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୧୨ ଗିରଫ appeared first on Dharitri Odia News.

ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୧୨ ଗିରଫ

ବରପାଲି,୩୧ା୧(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ପୋଲିସ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରି ୧୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ଏବଂ ୧୧ଜଣ ଛାତ୍ର ରହିଛନ୍ତି। ଗୁରୁବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ନେଇ ବରପାଲି ଥାନାରେ ଏକ ମାମଲା (ନଂ.୨୯/୨୫) ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୯ ତାରିଖରେ ବରପାଲି ମହାବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ଚାଲିଥିଲା। ଏହି ସମୟରେ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରୁଥିବା ବେଳେ କିଛିଜଣ ଛାତ୍ରଙ୍କ ନିକଟରେ ସମାନ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ଥିବା ଦେଖିବାକୁ ପାଇଥିଲେ। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସୂଚନା ଦେବାରୁ ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ପରୀକ୍ଷା ହଲକୁ ଆସି ତଦାରଖ କରିବା ପରେ କିଛି ଛାତ୍ରଙ୍କ ପାଖରେ ସେଭଳି ପ୍ରଶ୍ନ ଓ ଉତ୍ତରପତ୍ର ଥିବା ଜଣାପଡିଥିଲା। ଉକ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ପଷ୍ଟ ହେବା ପରେ ଅଧ୍ୟକ୍ଷା ବୁଧବାର ଏ ନେଇ ବରପାଲି ଥାନାରେ ଏତଲା ଦେଇଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ଛାନ୍‌ଭିନ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

The post ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌, ୧୨ ଗିରଫ appeared first on Dharitri Odia News.