ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ

ବରଗଡ଼,୬।୩ (ପ୍ରେମାନନ୍ଦ ଖମାରୀ) : ବରଗଡ ଜିଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ବିକ୍ରମ ପଧାନ ଓ ଆଲ୍ଲାଦିନୀଙ୍କ ଝିଅ ଦିବ୍ୟାସା ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଦିବ୍ୟାସାଙ୍କ ପ୍ରକଳ୍ପ ମଲ୍ଟି ପ୍ରପୋଜ କ୍ୟାରିୟର ଇନ ଟୁ ହୁଇଲର ତବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେ ତାଙ୍କ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ସମୟରେ ସେହି ପ୍ରକଳ୍ପ […] The post ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ appeared first on Dharitri Odia News.

ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ

ବରଗଡ଼,୬।୩ (ପ୍ରେମାନନ୍ଦ ଖମାରୀ) : ବରଗଡ ଜିଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ବିକ୍ରମ ପଧାନ ଓ ଆଲ୍ଲାଦିନୀଙ୍କ ଝିଅ ଦିବ୍ୟାସା ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ଦିବ୍ୟାସାଙ୍କ ପ୍ରକଳ୍ପ ମଲ୍ଟି ପ୍ରପୋଜ କ୍ୟାରିୟର ଇନ ଟୁ ହୁଇଲର ତବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେ ତାଙ୍କ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ସମୟରେ ସେହି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଗୋଟିଏ ଛୋଟ ଗାଁରୁ ଜାପାନ ଭଳି ଦେଶରେ ଭାଗ ନେବାର ସୁଯୋଗ ପାଇ ଥିବାରୁ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି। ଦିବ୍ୟାସା ବର୍ତ୍ତମାନ ଟ୍ରଷ୍ଟ ଫଣ୍ଡ ହାଇଅର୍‌ ସେକେଣ୍ଡାରୀ ସ୍କଲ, ବରଗଡରେ ଦ୍ୱାଦଶ ଶ୍ରେଣୀ ପ୍ରଥମ ବର୍ଷର ଛାତ୍ରୀ। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ପ୍ରଶଂସା କରିବା ସହିତ ଭବିଷ୍ୟତ ଉଜ୍ବଳମୟ କାମନା କରିଛନ୍ତି।

The post ଜାପାନର ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ ବରଗଡ଼ ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ appeared first on Dharitri Odia News.