ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ
ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ର୍ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ତେବେ ନିର୍ବାଚିତ ହେବା ପରେ ନବୀନ କହିଛନ୍ତି, ୨୦୦୦-୨୦୨୪ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। BJD ସବୁବେଳେ ରାଜ୍ୟବାସୀଙ୍କ ସେବା କରିଚାଲିଛି। […] The post ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ appeared first on Dharitri Odia News.
ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ର୍ନିଦ୍ବନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।
ତେବେ ନିର୍ବାଚିତ ହେବା ପରେ ନବୀନ କହିଛନ୍ତି, ୨୦୦୦-୨୦୨୪ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। BJD ସବୁବେଳେ ରାଜ୍ୟବାସୀଙ୍କ ସେବା କରିଚାଲିଛି। ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରି ରହିବ। ୨୪ ନିର୍ବାଚନରେ ଆମେ କମ ମାର୍ଜିନରେ ହାରିଛୁ। ମିଥ୍ୟା ପ୍ରଚାରକୁ ଠିକରେ କାଉଣ୍ଟର କରିପାରି ନଥିଲୁ। ସୋସିଆଲ ମିଡିଆରେ ଠିକରେ କାଉଣ୍ଟର କରିପାରିନଥିଲୁ। ବିଜେଡି ଭାଇ ଓ ଭଉଣୀଙ୍କ ଉପରେ ପୂରା ଭରସା ଅଛି। ସେମାନେ ମିଥ୍ୟା ପ୍ରଚାରର ଉଚିତ ଜବାବ ଦେବେ।
ଏଥିସହ ଓଡିଶା ଅନେକ ରାଜ୍ୟ ପାଇଁ ରୋଲ ମଡେଲ ମଧ୍ୟ ସାଜିଛି ଯାହା ଆମ ପାଇଁ ଗୌରବର କଥା । ବିଜୁ ଜନତା ଦଳର ସାଙ୍ଗଠନିକ ଦଳକୁ କେହି ନୀଚ୍ଚ ମଣିବା ମଧ୍ୟ ଉଚିତ ନୁହେଁ । କାମ କରିବା ପାଇଁ ଆଜି ବି ଆମ ଦଳ ଏକାଠି ରହିଛି ସମସ୍ତ ସକ୍ରିୟ କର୍ମୀ ପାଇଁ ବିଜୁ ଜନତା ଦଳ ସବୁବେଳେ ଥିଲା ସବୁବେଳେ ରହିଛି ବୋଲି ନବୀନ କହିଛନ୍ତି।
ତେବେ ନବୀନଙ୍କୁ କାଉଣ୍ଟର କରିଛନ୍ତି ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, କେଉଁଟା ଫଲ୍ସ ନାରେଟିଭ ନବୀନ ବାବୁ ଆଗେ ଗଣାନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଥିଲା ତାର ହିସାବ ମାଗିଥିଲୁ, ତାର ହିସାବ ଦେଇପାରିଲେନି ବୋଲି ମନମୋହନ ସାମଲ କହିଛନ୍ତି । ତାଙ୍କ ସରକାର ସମୟରେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିଲା। ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ । କୌଣସି ବି କଥା କ୍ୟାବିନେଟରେ ଆଲୋଚନା ହୋଇପାରୁନଥିବା ବେଳେ ଯେତେ ଟଙ୍କା ଏଷ୍ଟିମେଟ ହେଉଥିବା ତାର ଦଶ ଗୁଣା ଅପବ୍ୟୟ ହେଉଥିଲା, ଏସବୁ କଣ ଫଲ୍ସ ନ୍ୟାରେଟିଭ କି ବୋଲି ପଚାରି ମନମୋହନ ନବୀନଙ୍କୁ କଟାକ୍ଷ କରିଛନ୍ତି । ତାଙ୍କର ଏସବୁ ଅଯୋଗ୍ୟତା ପାଇଁ ଗତ ନିର୍ବାଚନରେ ଓ ଜନସାଧାରଣ ବିଜେଡି ଉପରୁ ଆସ୍ଥା ହରାଇ ଭାଜପାକୁ ସରକାରକୁ ଆଣିଲେ ବୋଲି ସେ କହିଛନ୍ତି ।
The post ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ appeared first on Dharitri Odia News.