ପୁଷ୍ପା-୨କୁ ନେଇ ଏମିତି କହିଲେ ରଶ୍ମିକା ମନ୍ଦାନା

ରଶ୍ମିକା ମନ୍ଦାନା କେତେ ଆଶା ବାନ୍ଧି ବସିଥିଲେ। ଯାହାହେଉ ଏଥର ସ୍ବାଧୀନତା ଦିବସରେ ‘ପୁଷ୍ପା-୨’ ରିଲିଜ ହେବ। ହେଲେ ପୁଣି ଥରେ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଡିସେମ୍ବର ୬ରେ ଚିତ୍ରଟି ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବିଗ୍‌ ବଜେଟ୍‌ବିଶିଷ୍ଟ ଏହି ତେଲୁଗୁ ଫିଲ୍ମର ନିର୍ମାଣରେ ପାଖାପାଖି ୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୁକୁମାର ଏହାର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। […] The post ପୁଷ୍ପା-୨କୁ ନେଇ ଏମିତି କହିଲେ ରଶ୍ମିକା ମନ୍ଦାନା appeared first on Dharitri Odia News.

ପୁଷ୍ପା-୨କୁ ନେଇ ଏମିତି କହିଲେ ରଶ୍ମିକା ମନ୍ଦାନା

ରଶ୍ମିକା ମନ୍ଦାନା କେତେ ଆଶା ବାନ୍ଧି ବସିଥିଲେ। ଯାହାହେଉ ଏଥର ସ୍ବାଧୀନତା ଦିବସରେ ‘ପୁଷ୍ପା-୨’ ରିଲିଜ ହେବ। ହେଲେ ପୁଣି ଥରେ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଡିସେମ୍ବର ୬ରେ ଚିତ୍ରଟି ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବିଗ୍‌ ବଜେଟ୍‌ବିଶିଷ୍ଟ ଏହି ତେଲୁଗୁ ଫିଲ୍ମର ନିର୍ମାଣରେ ପାଖାପାଖି ୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସୁକୁମାର ଏହାର ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସବୁଠାରୁ ଖାସ୍‌ କଥା ହେଲା ‘ପୁଷ୍ପା’ରେ ନାୟକ ଭାବରେ ଅବତୀର୍ଣ୍ଣ ହୋଇଥିବା ଅଲ୍ଲୁ ଅର୍ଜୁନଙ୍କୁ ଏଥିରେ ମଧ୍ୟ ରିପିଟ୍‌ କରାଯାଇଛି। ନବୀର ୟେରନେନି ଏବଂ ୟାମାନଚିଲ୍ଲି ରବି ଶଙ୍କର ଏହାର ପ୍ରଯୋଜନା କରିଛନ୍ତି। ଫିଲ୍ମ ବିଷୟରେ ରଶ୍ମିକା କହନ୍ତି, ‘ଏହି ଫିଲ୍ମର ଶୁଟିଂ ସମୟରେ କାହାଣୀକୁ ଶତ ପ୍ରତିଶତ ଜଷ୍ଟିସ ଦେବା ପାଇଁ ଚେଷ୍ଟା କରାଯାଇଛି। ଅଭିନୟ କରିଥିବା କଳାକାରମାନେ ନିଜ ଭୂମିକାକୁ ଠିକ୍‌ ଭାବରେ ତୁଲାଇଛନ୍ତି। ବର୍ତ୍ତମାନ ସବୁକିଛି ଦର୍ଶକଙ୍କ ଉପରେ ନିର୍ଭର କରେ। ଆଶା ରଖିଛି ଫିଲ୍ମଟି ଦର୍ଶକଙ୍କୁ ଫୁଲ୍‌ ଏଣ୍ଟରଟେନ୍‌ କରିବ।’

The post ପୁଷ୍ପା-୨କୁ ନେଇ ଏମିତି କହିଲେ ରଶ୍ମିକା ମନ୍ଦାନା appeared first on Dharitri Odia News.