ଆମେରିକାରେ ଗାଭାସ୍କର ପାଇବେ ଜୀବନ ଗୌରବ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ଥିବା ବୃହନ୍ ମହାରାଷ୍ଟ୍ର ମଣ୍ଡଳ (ବିଏମ୍ଏମ୍) ପକ୍ଷରୁ ଭାରତୀୟ କ୍ରିକେଟ୍ କିଂବଦନ୍ତି ସୁନୀଲ ଗାଭାସ୍କରଙ୍କୁ ଜୀବନ ଗୌରବ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଛି। ୫୦ ବର୍ଷରୁ ଅଧିକ ସମୟ ଧରି କ୍ରିକେଟ୍କୁ ଯୋଗାଇ ଆସୁଥିବା ନିରନ୍ତର ସେବା ପାଇଁ ଗାଭାସ୍କରଙ୍କୁ ଏହି ଜୀବନ ଗୌରବ ପୁରସ୍କାର ଦିଆଯିବ। ଜୁନ୍ ୨୭ରୁ ୩୦ ତାରିଖ ମଧ୍ୟରେ କାଲିଫର୍ଣ୍ଣିଆସ୍ଥିତ ସାନ ଜୋସ୍ଠାରେ ହେବାକୁଥିବା ଏକ ୪ଦିନିଆ କାର୍ଯ୍ୟକ୍ରମରେ ଗାଭାସ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୂଚନାଯୋଗ୍ୟ ବିଏମ୍ଏମ୍ […]

ଆମେରିକାରେ ଗାଭାସ୍କର ପାଇବେ ଜୀବନ ଗୌରବ ପୁରସ୍କାର

ନୂଆଦିଲ୍ଲୀ: ଆମେରିକାରେ ଥିବା ବୃହନ୍ ମହାରାଷ୍ଟ୍ର ମଣ୍ଡଳ (ବିଏମ୍ଏମ୍) ପକ୍ଷରୁ ଭାରତୀୟ କ୍ରିକେଟ୍ କିଂବଦନ୍ତି ସୁନୀଲ ଗାଭାସ୍କରଙ୍କୁ ଜୀବନ ଗୌରବ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଛି। ୫୦ ବର୍ଷରୁ ଅଧିକ ସମୟ ଧରି କ୍ରିକେଟ୍କୁ ଯୋଗାଇ ଆସୁଥିବା ନିରନ୍ତର ସେବା ପାଇଁ ଗାଭାସ୍କରଙ୍କୁ ଏହି ଜୀବନ ଗୌରବ ପୁରସ୍କାର ଦିଆଯିବ। ଜୁନ୍ ୨୭ରୁ ୩୦ ତାରିଖ ମଧ୍ୟରେ କାଲିଫର୍ଣ୍ଣିଆସ୍ଥିତ ସାନ ଜୋସ୍ଠାରେ ହେବାକୁଥିବା ଏକ ୪ଦିନିଆ କାର୍ଯ୍ୟକ୍ରମରେ ଗାଭାସ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୂଚନାଯୋଗ୍ୟ ବିଏମ୍ଏମ୍ ହେଉଛି ଉତ୍ତର ଆମେରିକାରେ ଥିବା ୫୪ ମରାଠୀ ସଂଗଠନର ମିଳିତ ଅନୁଷ୍ଠାନ। ପୁରସ୍କାର ପାଇଁ ମନୋନୀତ ହେବା ପରେ ଗାଭାସ୍କର ମଧ୍ୟ ବିଏମ୍ଏମ୍ର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜୁନ୍ରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ହେବା ସମୟରେ ସେ ଏହି ପୁରସ୍କାର ପାଇବେ। ଯଦି ଭାରତ ବିଶ୍ବକପ୍ ଜିତିଯାଏ ତାହାଲେ ତାଙ୍କ ପାଇଁ ଡବଲ୍ ଖୁସିର ମୁହୂର୍ତ୍ତ ହେବ ବୋଲି ଗାଭାସ୍କର ପ୍ରତିକ୍ରିୟା ଦେଇଛନ୍ତି।