ପାକିସ୍ତାନର ଥାନା ଉପରେ ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ବା ଅଞ୍ଚଳର ଏକ ଥାନାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୧୦ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଓ ୬ ଜଣ ଆହତ ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଡେରା ଇସମାଇଲ୍ ଖାଁ ଥାନା ଉପରେ ପ୍ରାୟ ୩୦ଜଣ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଥାନାର ପୋଲିସ କର୍ମଚାରୀମାନେ ଆତ୍ମରକ୍ଷା ପାଇଁ ଏହାର ପାଲଟା ଜବାବ ଦେଇଥିଲେ। ଅଢ଼େଇ ଘଣ୍ଟା ଧରି ଏହି ସଂଘର୍ଷ ଚାଲିଥିଲା। ଏଥିରେ ୧୦ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି […]

ପାକିସ୍ତାନର ଥାନା ଉପରେ ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ବା ଅଞ୍ଚଳର ଏକ ଥାନାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ୧୦ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଓ ୬ ଜଣ ଆହତ ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଡେରା ଇସମାଇଲ୍ ଖାଁ ଥାନା ଉପରେ ପ୍ରାୟ ୩୦ଜଣ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଥାନାର ପୋଲିସ କର୍ମଚାରୀମାନେ ଆତ୍ମରକ୍ଷା ପାଇଁ ଏହାର ପାଲଟା ଜବାବ ଦେଇଥିଲେ। ଅଢ଼େଇ ଘଣ୍ଟା ଧରି ଏହି ସଂଘର୍ଷ ଚାଲିଥିଲା। ଏଥିରେ ୧୦ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ନିର୍ବାଚନ ସମ୍ପର୍କିତ କିମ୍ବା ଏହା ପଛରେ କେଉଁ ସଂଗଠନ ଓ କେଉଁମାନେ ଅଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ପୋଲିସ ମୁଖ୍ୟ ଅଖତର ହୟାତ୍ ଗନ୍ଦାପୁର ଏନେଇ କହିଛନ୍ତି ଯେ ଆକ୍ରମଣ ତିନି ଦିଗରୁ ହୋଇଥିଲା ପ୍ରଥମେ ସ୍ନାଇପର ରାଇଫଲରେ ଗୁଳିମାଡ଼ ଓ ପରେ ଗ୍ରେନ୍ଡ୍ ଆକ୍ରମଣ ହୋଇିଲା।