ଟ୍ରେନ୍ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା !
କେନ୍ଦୁଝର: ଟ୍ରେନ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଟ୍ରେନ୍ରେ କଟି ଯୁବକଯୁବତୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଧନୁର୍ଯ୍ୟୟପୁର ନିକଟ ଟ୍ରାକ୍ରେ ପଡ଼ିଛି ଉଭୟଙ୍କ ମୃତଦେହ। ଯୁବକଙ୍କ ଘର ଧନୁର୍ଯ୍ୟୟପୁର ଓ ଯୁବତୀଙ୍କ ଘର ମୟୂରଭଞ୍ଜ ବୋଲି ସୂଚନା । ଟ୍ରେନ୍ରେ କଟିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ମୃତ୍ୟୁ ଘଟିଥିବା ଯୁବକଯୁବତୀ ପ୍ରେମୀଯୁଗଳ ବୋଲି ଅନୁମାନ କରାଯାଉଛି। ଦୁହିଁଙ୍କ […]

କେନ୍ଦୁଝର: ଟ୍ରେନ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ଟ୍ରେନ୍ରେ କଟି ଯୁବକଯୁବତୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଧନୁର୍ଯ୍ୟୟପୁର ନିକଟ ଟ୍ରାକ୍ରେ ପଡ଼ିଛି ଉଭୟଙ୍କ ମୃତଦେହ। ଯୁବକଙ୍କ ଘର ଧନୁର୍ଯ୍ୟୟପୁର ଓ ଯୁବତୀଙ୍କ ଘର ମୟୂରଭଞ୍ଜ ବୋଲି ସୂଚନା । ଟ୍ରେନ୍ରେ କଟିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ମୃତ୍ୟୁ ଘଟିଥିବା ଯୁବକଯୁବତୀ ପ୍ରେମୀଯୁଗଳ ବୋଲି ଅନୁମାନ କରାଯାଉଛି। ଦୁହିଁଙ୍କ ଖଣ୍ଡବିଖଣ୍ଡିତ ମରଶରୀର ଧରାଧରି ହୋଇ ଟ୍ରେନ ଲାଇନ ଉପରେ ହିଁ ପଡ଼ିଥିବା ଦେଖିବାକୁ ମିଳିଥିଲା।